- padmabati kund
ଇନଷ୍ଟାଗ୍ରାମରେ ‘ବାହୁବଳୀ’ଙ୍କ ରେକର୍ଡ, ତିନିଦିନରେ 7ଲକ୍ଷ ଫ୍ୟାନ

(ବେତାର ବ୍ୟୁରୋ) ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଅଭିନେତା ପ୍ରଭାସ ସାଉଥ ଫିଲ୍ମ ଜରିଆରେ ସାରା ଦୁନିଆରେ ଲୋକପ୍ରିୟତା ହାସଲ କରିଛନ୍ତି। ନିକଟରେ ସେ ଏକ ହିନ୍ଦୀ ସିନେମାରେ ମଧ୍ୟ ପ୍ରବେଶ କରିବାକୁ ଯାଉଛନ୍ତି। କିନ୍ତୁ ଏହି ଅଭିନେତା ସୋସିଆଲ ମିଡିଆରେ ସେତେ ଆକ୍ଟିଭ ରହିନଥାନ୍ତି। ତେବେ ନିଜ ଫ୍ୟାନମାନଙ୍କ ଦ୍ଵାରା ଅନେକ ଅନୁରୋଧକୁ ଏଡାଇ ନ ପାରି ନିକଟରେ
ସେ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଥିଲେ । ତେବେ ଆକାଉଣ୍ଟ ଖୋଲିବାର ଅଳ୍ପ ଦିନ ମଧ୍ୟରେ ତାଙ୍କ ଫ୍ୟାନଙ୍କ ସଂଖ୍ୟା ହୁ ହୁ ହେଇ ବଢିବାରେ ଲାଗିଛି।
ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବାର ମାତ୍ର ତିନି ଦିନରେ ପ୍ରଭାସଙ୍କର ଫ୍ୟାନ ସଂଖ୍ୟା ସାତ ଲକ୍ଷରୁ ଅଧିକ ହୋଇସାରିଲାଣି। ପ୍ରଥମ ଥର ପାଇଁ ଏତେ କମ ସମୟ ମଧ୍ୟରେ କୌଣସି ଦକ୍ଷିଣ ଭାରତୀୟ କଳାକାରଙ୍କ ଇନଷ୍ଟାଗ୍ରାମରେ ଫ୍ୟାନ ସଂଖ୍ୟା ଏତେ ଅଧିକ ହୋଇଛି।
ପ୍ରଭାସ ଏହି ଆକାଉଣ୍ଟ @actorprabhas ନାମରେ ଖୋଲିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭାସ ଏହି ଆକାଉଣ୍ଟରେ କୌଣସି ବି ଫଟୋ ବା ଭିଡିଓ ଅପଲୋଡ କରିନାହାନ୍ତି। ପ୍ରଭାସ ଏହି ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଥମେ କଣ ପୋଷ୍ଟ କରୁଛନ୍ତି ତାହା ଦେଖିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି। ତେବେ ସେ ଆକାଉଣ୍ଟରେ ତାଙ୍କର ଆଗାମୀ ଫିଲ୍ମ ‘ସାହୋ’କୁ ନେଇ କିଛି ପୋଷ୍ଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ସୋସିଆଲ ମିଡିଆ ଆପ ଫେସବୁକରେ ପ୍ରଭାସଙ୍କ ବହୁତ ବଡ ଫ୍ୟାନ ଫଲୋଇଙ୍ଗ ରହିଛି।
‘ବାହୁବଳୀ’ ଓ ‘ବାହୁବଳୀ 2’ ଜରିଆରେ ସାରା ଦୁନିଆରେ ଲୋକପ୍ରିୟ ହୋଇପାରିଥିବା ଏହି ଅଭିନେତା ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ସାହୋ’ ପାଇଁ ବ୍ୟସ୍ତ ରହିଛନ୍ତି। ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ମାସ 15 ତାରିଖରେ ରିଲିଜ କରାଯିବ। ଏଥିରେ ପ୍ରଭାସଙ୍କ ସହିତ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ।
ଏହାସହିତ ଫିଲ୍ମରେ ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ମନ୍ଦିରା ବେଦି ଓ ନୀଳ ନିତିନ ମୁକେଶଙ୍କୁ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ନିକଟରେ ନୀଳ ନିତିନ ମୁକେଶ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଭାସଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ।