• padmabati kund

ଖରାଦିନେ ଖାଆନ୍ତୁ ଏହି 5 ସ୍ୱାସ୍ଥ୍ୟକର ଖାଦ୍ୟ


(ବେତାର ବ୍ୟୁରୋ) ଦିନକୁ ଦିନ ଖରାର ତାତି ବଢିବାରେ ଲାଗିଛି। ଏହିଦିନରେ ସ୍ୱାସ୍ଥ୍ୟର ଯତ୍ନନେବା ବହୁତ ଜରୁରୀ। ଏଥିପାଇଁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଖରାଦିନେ ଆପଣଙ୍କ ଖାଦ୍ୟ ଏପରି ହେବା ଆବଶ୍ୟକ ଯାହାକି ଆମ ଶରୀରକୁ ଥଣ୍ଡା ରଖିବା ସହିତ ସହଜରେ ହଜମ ହୋଇପାରୁଥିବ। ଖରାଦିନେ ପାଣିଜାତୀୟ ଫଳ ଯଥା କାକୁଡି,ତରଭୁଜ ଓ କମଳା ଇତ୍ୟାଦି ଖାଇପାରିବେ। ତେବେ ଏହାସହିତ ନିଜ ଶରୀରକୁ ଶୀତଳ ରଖିବା ପାଇଁ ଆଉ କିଛି ଖାଦ୍ୟ ମଧ୍ୟ ଖାଇପାରିବେ।

ଖରାଦିନେ କେଉଁ କେଉଁ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହିତ ମନ ପ୍ରସନ୍ନ ରହିବ ଆସନ୍ତୁ ଜାଣିବା।

୧.ଅଦା: ଖରାଦିନେ ଅଦା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ। ଖରାଦିନେ ଅଦା ଖାଇବା ଦ୍ଵାରା ତ୍ଵଚାର ଜଳାପୋଡା କମ ହୋଇଥାଏ। ଏଥିପାଇଁ ଆପଣ ଅଦାରୁ ପ୍ରସ୍ତୁତ ଜୁସ୍, ଚା’ ପିଇପାରିବେ କିମ୍ବା ଖାଦ୍ୟରେ ଓ ସାଲାଡରେ ଏହାକୁ ମିଶାଇ ଖାଇପାରିବେ।

୨.ହଳଦୀ: ହଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ। ଏହା ଆପଣଙ୍କ ଲିଭର ପାଇଁ ବହୁତ ଉପକାରୀ ଅଟେ ଓ ଶରୀରରେ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଖରାଦିନେ ଏହାକୁ ଆପଣ କ୍ଷୀରରେ ମିଶାଇ ପିଇପାରିବେ। କ୍ଷୀର ସହିତ ହଳଦୀ ମିଶାଇ ପିଇବା ଦ୍ଵାରା କ୍ୟାନସର ପରି ରୋଗ ହେବାର ମଧ୍ୟ ସମ୍ଭାବନା କମ ରହିଥାଏ।

୩.ପଇଡ ପାଣି: ଖରାଦିନେ ନଡିଆ ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଜିଙ୍କ୍, ମାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ ଓ ଅନ୍ୟ ମିନେରାଲ୍ସ ପ୍ରଚୁର ପରିମାଣରେ ରହିଥାଏ। ଏହା ଶରୀରକୁ ଡିହାଇଡ୍ରେସନ ହେବାକୁ ଦେଇନଥାଏ ଓ ସୁସ୍ଥ ରଖିଥାଏ।

୪.ଦହି: ଦହି ବା ଦହିରେ ପ୍ରସ୍ତୁତ ଲସି, ସରବତ ଇତ୍ୟାଦିର ସେବନ କରନ୍ତୁ। ଏହାଦ୍ଵାରା ଆପଣଙ୍କ ପେଟ ସୁସ୍ଥ ରହିଥାଏ। ପେଟଜନିତ ସମସ୍ୟା ଯଥା କବ୍ଜ, ଗ୍ୟାସ ଇତ୍ୟାଦି ରୋଗରୁ ମୁକ୍ତି ମିଳିଥାଏ। ଦହି ଖାଇବା ସହିତ ତ୍ଵଚାର ସୁନ୍ଦରତା ମଧ୍ୟ ବଢିଥାଏ।

୫.ଲେମ୍ବୁ: ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ-ଏ,ବି,ସି ରହିଥାଏ। ଏହାସହିତ ପୋଟାସିୟମ, ଲୌହ, ସୋଡିୟମ, ମାଗ୍ନେସିୟମ, ଫସଫରସ ଇତ୍ୟାଦି ରହିଥାଏ। ଅଂଶୁଘାତରୁ ବଞ୍ଚିବା ପାଇଁ ଲେମ୍ବୁ ସହିତ କଲାଲୁଣ ମିଶାଇ ସରବତ ପିଅନ୍ତୁ। ଖରାଦିନେ ଦିନଯାକ ସତେଜ ରହିବା ପାଇଁ ଏକ ଗ୍ଳାସ ଉଷୁମ ପାଣିରେ ଲେମ୍ବୁରସ ଓ ମହୁ ମିଶାଇ ପିଅନ୍ତୁ। ଏହାବ୍ୟତୀତ ଆପଣ ଲେମ୍ବୁ ସହିତ ପିଆଜ ଓ ପୋଦିନା ମିଶାଇ ପିଇପାରିବେ।

#lifestyle #summerfoods

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon