• ବେତାର ବ୍ୟୁରୋ

ବାସ୍ତୁ ଟିପ୍ସ :  ସକାଳୁ ଉଠି ଏହିସବୁ ଜିନିଷ ଦେଖିବା ଅଶୁଭ


(ବେତାର ବ୍ୟୁରୋ) କଥାରେ ଅଛି ଦିନର ଆରମ୍ଭ ଭଲ ହୋଇଥିଲେ ସଂପୂର୍ଣ୍ଣ ଦିନଟି ବହୁତ ଭଲ କଟିଥାଏ। ଅଧିକାଂଶ ଲୋକ ସକାଳୁ ଉଠି ଶୁଭ କାର୍ଯ୍ୟ କରିବା ସହିତ ଶୁଭ ଜିନିଷ ଦେଖିଥାନ୍ତି। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହିସବୁ ବିଷୟରେ ଆଲୋଚନା କରାଯାଇଛି। ସକାଳୁ ଉଠି କିଛି ଖରାପ ବା ଭୁଲ୍‌ ଜିନିଷ ଦେଖିବା ଦ୍ଵାରା ଆମ ମନରେ ତାହା ଦିନ ସାରା ଆନ୍ଦୋଳିତ ହେଉଥାଏ। ଆଉ ଏଥିପାଇଁ ପୂରା ଦିନ ମଧ୍ୟ ଖରାପରେ କଟିଥାଏ।

ତେବେ ବାସ୍ତୁ ଅନୁଯାୟୀ କେଉଁ କେଉଁ ଜିନିଷ ସକାଳୁ ଉଠି ଦେଖିବା ଦ୍ଵାରା ଦିନଯାକ ଅଶୁଭ ହୋଇଥାଏ ବା ଅଶୁଭ ଫଳ ମିଳିଥାଏ ଆସନ୍ତୁ ଜାଣିବା।

.ଅନେକ ଲୋକଙ୍କର ସକାଳୁ ଉଠି ଆଇନା ଦେଖିବାର ଅଭ୍ୟାସ ଥାଏ। ମାତ୍ର ଏହା ଅଶୁଭ ବୋଲି ଧରାଯାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଶୋଇବା ଘରେ ଆଇନା ଲଗାଇବାକୁ ମଧ୍ୟ ବାରଣ କରାଯାଇଛି। ଏହାଦ୍ଵାରା ମନରେ ଦିନଯାକ ନକରାତ୍ମକ ବିଚାର ଆସିଥାଏ।

.ସକାଳୁ ଉଠି ଛାଇ ଦେଖିବା ମଧ୍ୟ ଖରାପ ହୋଇଥାଏ। ତାହା ଆପଣଙ୍କ ନିଜ ଛାଇ ହେଉ ବା ଅନ୍ୟ କାହାର, ସକାଳୁ ଉଠି ଏହା ଦେଖିବା ଖରାପ ହୋଇଥାଏ। ଏହାଦ୍ଵାରା ଆପଣଙ୍କର ଦୁର୍ଭାଗ୍ୟ ବଢିଥାଏ।

.କଳା ରଙ୍ଗକୁ ନକରାତ୍ମକର ପ୍ରତୀକ କୁହାଯାଏ। ଏଥିପାଇଁ ସକାଳୁ ଉଠି କଳାରଙ୍ଗର ବସ୍ତୁ ଦେଖିବା ଅଶୁଭ ହୋଇଥାଏ।

.ସକାଳୁ ଉଠିଲେ ଆପଣ ଯଦି ଘର ବାହାରେ କୁକୁର ପଲ ଭୁକୁଥିବାର ଦେଖୁଛନ୍ତି, ତାହାଲେ ଏହା ମଧ୍ୟ ଆପଣଙ୍କ ଦିନକୁ ଖରାପ କରିପାରେ। ଏହାକୁ ଅଶୁଭ ବୋଲି ଧରାଯାଏ। ଏହା ସହିତ ସକାଳୁ ଉଠି କୌଣସି ପଶୁଙ୍କ ଫଟୋ ଦେଖିବା ଖରାପ ହୋଇଥାଏ। ଏଥିପାଇଁ ଦିନସାରା ଝଗଡ଼ା ଏବଂ କ୍ଷତି ହେବାର ସମ୍ଭାବନା ଥାଏ। ଏଥିପାଇଁ ଆପଣଙ୍କ ଘରେ ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ।

.କିଛିଲୋକ ରାତିରେ ରନ୍ଧା ହୋଇଥିବା ବାସନକୁ ସକାଳେ ଧୋଇଥାନ୍ତି। ମାତ୍ର ସକାଳୁ ଉଠି ତେଲ ହୋଇଥିବା ବାସନ ମଧ୍ୟ ଦେଖିବା ଅଶୁଭ ହୋଇଥାଏ। ତେଣୁ ତେଲ ହୋଇଥିବା ଅଇଁଠା ବାସନ ଦୂରରେ ରଖନ୍ତୁ। ଯେପରି ସକାଳୁ ଉଠିଲେ ଆପଣଙ୍କ ନଜର ସେହି ବାସନରେ ପଡ଼ିବ ନାହିଁ।

.ସକାଳୁ ଉଠି ସେହିଭଳି ଫଟୋ ଦେଖନ୍ତୁ ଯାହା ଆପଣଙ୍କ ମନରେ ସକରାତ୍ମକ ପ୍ରଭାବ ପକାଇବ। ଯେପରିକି ନଡ଼ିଆ, ମୟୁର, ହଂସ, ଫୁଲ ଇତ୍ୟାଦି ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଜିନିଷ ଦେଖନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #vastu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon