• padmabati kund

ଆଗ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ ବଜାଜ ଡୋମିନରର DOHC ଇଞ୍ଜିନ


(ବେତାର ବ୍ୟୁରୋ) ବଜାଜ ମୋଟରସାଇକଲ ଖୁବଶୀଘ୍ର ଏହାର ଅଲ୍ ନ୍ୟୁ ଡୋମିନର 400 ଲଞ୍ଚ କରିବାକୁ ଯାଉଛି। ଅନେକ ସ୍ଥାନରେ ଏହି ବାଇକ ର ଟେଷ୍ଟିଙ୍ଗ ନିଆଯାଉଥିବାର ଦେଖିବାକୁ ମିଳିଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଏହି ନୂଆ ଡୋମିନରରେ ଅପଡେଟ ଇଞ୍ଜିନ ଲଗାଯାଇଛି, ଯାହାକି ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ରହିବ।

ଏହି ବାଇକରେ ଅନେକ ନୂଆ ଅପଡେଟ କରାଯାଇଥିବାରୁ ବାଇକର ମୂଲ୍ୟ ପ୍ରାୟ 20ରୁ 25 ହଜାର ପର୍ଯ୍ୟନ୍ତ ବଢିପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଜେନେରେସନର ମଡେଲର ମୂଲ୍ୟ ଶୋରୁମରେ ଟ.1.63ଲକ୍ଷ ଅଟେ। ଭାରତରେ ଏହାର ମୁକାବିଲା ରୟାଲ ଏନଫିଲ୍ଡ, ମହିନ୍ଦ୍ରା ମୋଜୋ, ହୋଣ୍ଡା CB300R ଓ java ମୋଟରସାଇକଲ ସହିତ ହେବ।

ଏହି ନୂତନ ଡୋମିନରରେ ଆଗ ଅପେକ୍ଷା ବଡ ଇଞ୍ଜିନ ରହିଛି ଓ ଏଥିରେ ଡୁଆଲ ଓଭରଶାଫ୍ଟ(DOHC) ଲେ-ଆଉଟ ରହିଛି ଯାହାକି ଇଞ୍ଜିନ ରିଫାଇମେଣ୍ଟକୁ ଆଗ ଅପେକ୍ଷା ବହୁତ ଭଲ କରିବ। ଏହା ସହିତ ନୂଆ ଡୋମିନରରେ ଇଞ୍ଜିନ ପାୱାର ଓ ଟର୍କ ମଧ୍ୟ ଅଧିକ ରହିବ। ତେବେ ପ୍ରକୃତରେ କେତେ ପାୱାର ଓ ଟର୍କ ଉତ୍ପନ୍ନ ହେବ ସେ ବିଷୟରେ ସୂଚନା ମିଳିନାହିଁ। ତେବେ ଏହା କେଟିଏମ ଡ୍ୟୁକ 390 ଠାରୁ କମ ରହିବ ବୋଲି ଅନୁମାନ କରାଯାଉଛି।

କେଟିଏମ ଡ୍ୟୁକ 390ରେ 373ସିସିର ସିଙ୍ଗଲ ସିଲିଣ୍ଡର ଲିକ୍ୟୁଇଡ କୁଲ ଇଞ୍ଜିନ ରହିଛି ଯାହାକି BS6 କମ୍ପାଇଲେଣ୍ଟ ଅଟେ। ମାତ୍ର ଡୋମିନର 400ରେ 373.3ସିସିର ସିଙ୍ଗଲ ସିଲିଣ୍ଡର ଲିକ୍ୟୁଇଡ କୁଲ ଇଞ୍ଜିନ ରହିଛି ଯାହାକି 35PS ପାୱାର ଓ 35NM ଟର୍କ ଉତ୍ପନ୍ନ କରିବ। ଏହାସହିତ କମ୍ପାନୀ ଏହି ଡୋମିନର 400ରେ ଗିୟାର  ରେସୋକୁ ମଧ୍ୟ ଟ୍ୟୁନ୍ କରିପାରେ, ଯାହାଫଳରେ ଇନ୍ ଗିୟର ଏକ୍ସିଲେସନ ଓ ଟପ ସ୍ପିଡକୁ ଆହୁରି ଉନ୍ନତ କରିବ।

ଏହି ବଜାଜ ଡୋମିନର 400ରେ ଅନେକ ନୂଆ ଫିଚର ଦେଖିବାକୁ ମିଳିବ। ଆଗ ଅପେକ୍ଷା ଏଥିରେ ବଡ ରେଡିଏଟର ଲ୍ୟାସ ରହିବ। ଏହା ଇଞ୍ଜିନକୁ ଭଲ କୁଲିଙ୍ଗ ପ୍ରଦାନ କରିବ। ଏହାସହିତ ନୂଆ ରିୟର, ନୂଆ ମିରର, ଲେଗ ଗାର୍ଡ ମଧ୍ୟ ରହିଛି। ପୁରୁଣା ମଡେଲରେ ଥିବା ଟେଲିସ୍କୋପିକ ସସ୍ପେନସନଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଏଥିରେ ନୂଆ ଗିୟର ଶିଫ୍ଟ ଇଣ୍ଡିକେଟର ଅପ୍ସନ ମଧ୍ୟ ରହିଛି, ଏହାସହିତ ଏଥିରେ ସ୍ପିଡ, ତେଲର ମାତ୍ରା, ରିଅଲ ଟାଇମ୍ ମାଇଲେଜ, ଓଡୋମିଟର ମଧ୍ୟ ଡ଼ିସପ୍ଲେ କରିବ। ସୁରକ୍ଷା ପାଇଁ ଏଥିରେ ଡୁଆଲ ଚ୍ୟାନେଲ ଏବିଏସ ଷ୍ଟାଣ୍ଡାର୍ଡ ଫିଚର ମଧ୍ୟ ଦିଆଯାଇଛି।

#bajaj #dominar400

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon