• padmabati kund

ତ୍ଵଚା ସୁନ୍ଦରତା ପାଇଁ ବ୍ୟବହାର କରନ୍ତୁ ଆମ୍ବ ଫେସପ୍ୟାକ


(ବେତାର ବ୍ୟୁରୋ) ଗ୍ରୀଷ୍ମଋତୁ ଆରମ୍ଭ ହେବା ସହିତ ବଜାରରେ ପ୍ରଚୁର ପରିମାଣର ଆମ୍ବ ମିଳିଥାଏ। ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହେବା ସହିତ ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଥାଏ, ଯାହାକି ଆମ ତ୍ଵଚା ପାଇଁ ବହୁତ ଉପକାରୀ ହୋଇଥାଏ। ଆମ୍ବରେ ପ୍ରସ୍ତୁତ ଫେସପ୍ୟାକ ଆମ ଚେହେରା ପାଇଁ ବହୁତ ଉପକାରୀ ହୋଇଥାଏ। ଆମ୍ବରେ ପ୍ରଚୁର ପରିମାଣର ଭିଟାମିନ ଓ ନ୍ୟୁଟ୍ରିଏଣ୍ଟ୍ସ ରହିଥାଏ। ଏହାସହିତ ଏଥିରେ ପ୍ରାକୃତିକ ଫ୍ରୁଟ ଏସିଡ ଓ ବିଟା କ୍ୟାରୋଟିନ ରହିଥାଏ, ଯାହାକି ତ୍ଵଚାକୁ ଉଜ୍ଜ୍ଵଳ କରିବା ସହିତ ତ୍ଵଚାର ଅନ୍ୟାନ୍ୟ ସମସ୍ୟାକୁ ଦୂର କରିଥାଏ।

ଯଦି ଆପଣ ଆମ୍ବରେ ପ୍ରସ୍ତୁତ ସ୍କ୍ରବ ବ୍ୟବହାର କରିବେ, ତେବେ ଚମକଦାର ତ୍ଵଚା ପାଇପାରିବେ। ଚେହେରାକୁ ସୁସ୍ଥ ଓ ଉଜ୍ଜ୍ଵଳ କରିବା ପାଇଁ କିପରି ଆମ୍ବ ଫେସପ୍ୟାକ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା।

୧.ଆମ୍ବ ଓ ମହୁ ଫେସପ୍ୟାକ: ଆପଣଙ୍କ ତ୍ଵଚାକୁ କୋମଳ ଓ ସୁନ୍ଦର କରିବା ପାଇଁ ଆପଣ ଆମ୍ବ ଓ ମହୁରେ ପ୍ରସ୍ତୁତ ଫେସପ୍ୟାକର ବ୍ୟବହାର କରିପାରିବେ। ଏଥିପାଇଁ ଅଳ୍ପ ପାଚିଲା ଆମ୍ବର ରସ ସହିତ ମହୁ ଓ ବାଦାମ ତେଲ ମିଶାନ୍ତୁ। ଏହାକୁ ଭଲ ଭାବରେ ଚେହେରାରେ ଲଗାନ୍ତୁ ଓ ପାଞ୍ଚ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ତ୍ଵଚା ସତେଜ ଲାଗିବ।

୨.ବ୍ଲାକହେଡ ଦୂର କରିବା ପାଇଁ ଫେସପ୍ୟାକ: ଚେହେରାରୁ ବ୍ଲାକହେଡ ଦୂର କରିବା ପାଇଁ ଆପଣ ବଜାରରେ ମିଳୁଥିବା ଅନେକ ପ୍ରକାରର ସ୍କ୍ରବର ବ୍ୟବହାର କରିଥାନ୍ତି। ଏହାବ୍ୟତୀତ ଆପଣ ଆମ୍ବରେ ପ୍ରସ୍ତୁତ ସ୍କ୍ରାବ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆମ୍ବରସରେ ମିଲ୍କ ପାଉଡର ଓ ମହୁ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ହାତରେ ନେଇ ଚେହେରାରେ ଗୋଳାକୃତି ଆକାରରେ ସ୍କ୍ରବ କରନ୍ତୁ।

୩.ବ୍ରଣ ଦୂର କରିବା ପାଇଁ ଫେସପ୍ୟାକ: ଖରାଦିନେ ମୁହଁରେ ବ୍ରଣ ହେବର ସମସ୍ୟା ବହୁତ ଅଧିକ ବଢିଯାଇଥାଏ। ଏହାକୁ ଦୂର କରିବା ପାଇଁ କଞ୍ଚାଆମ୍ବର ରସ ବ୍ୟବହାର କରିପାରିବେ। କଞ୍ଚାଆମ୍ବର ରସକୁ ଏଷ୍ଟ୍ରିଜେଣ୍ଟ ଭାବରେ ବ୍ରଣ ଦୂର କରିବା ପାଇଁ ପ୍ରୟୋଗ କରାଯାଇଥାଏ। ଏହି ଫେସପ୍ୟାକ ପ୍ରସ୍ତୁତ କରିବା ପାଇଁ ଦୁଇ ଚାମଚ କଞ୍ଚା ଆମ୍ବ ରସ, ଏକ ଚାମଚ ମୂଲତାନି ମାଟି ଓ ଅଳ୍ପ ଗୋଲାପ ଜଳ ନିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଭଲ ଭାବରେ ଲଗାଇ ଶୁଖିବାକୁ ଦିଅନ୍ତୁ। ଏହାପରେ ଥଣ୍ଡାପାଣିରେ ମୁହଁ ଧୋଇଦିଅନ୍ତୁ।

୪.ଟ୍ୟାନିଙ୍ଗ ଦୂର କରେ: ଖରାଦିନେ ବାହାରେ ବୁଲିବା କାରଣରୁ ଆମ ତ୍ଵଚାରେ ଟ୍ୟାନ ହୋଇଯାଇଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଉଭୟ ପାଚିଲା ଓ କଞ୍ଚା ଆମ୍ବର ବ୍ୟବହାର କରିପାରିବେ। ଏଥିପାଇଁ ଆମ୍ବରସରେ ଅଳ୍ପ କ୍ଷୀର ମିଶାନ୍ତୁ ଓ ଏହାକୁ ସ୍କିନରେ ୧୦-୧୫ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ମୁହଁକୁ ଥଣ୍ଡାପାଣିର ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ତିନିଥର ଏପରି କରିବା ଦ୍ଵାରା ସୁଫଳ ପାଇପାରିବେ।

୫.ଆଣ୍ଟି ଏଜିଙ୍ଗ ମାସ୍କ: ଆମ୍ବରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହାକି ଆପଣଙ୍କ ତ୍ଵଚାକୁ ଯୁବସୁଲଭ ରଖିବାରେ ସହାୟକ ହୋଇଥାଏ। ଏଥିପାଇଁ ଆପଣ ଆମ୍ବରସକୁ ଚେହେରାରେ ଲଗାନ୍ତୁ। କିଛି ସମୟ ପରେ ମୁହଁକୁ ଭଲ ଭାବରେ ଧୋଇଦିଅନ୍ତୁ। ଲଗାତାର ଭାବରେ ଏପରି ବ୍ୟବହାର କରିବା ଦ୍ଵାରା ଫରକ ଜାଣିପାରିବେ।

#skincaretips #mangofacepack

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon