• ବେତାର ବ୍ୟୁରୋ

ବିଶ୍ଵକପ 2019 ଟିମ୍ : ଏଥିପାଇଁ ସ୍ଥାନ ପାଇଲେନି ରିଷଭ ପନ୍ଥ; କାର୍ତ୍ତିକ ସାମିଲ୍


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ଵାରା ସୋମବାର ଘୋଷିତ ହେଇଥିବା ୱାର୍ଲ୍ଡ କପ କ୍ରିକେଟ ନିମନ୍ତେ ଘୋଷିତ ଟିମ୍ ତାଲିକାରେ ପ୍ରାୟ ସମସ୍ତ ଖେଳାଳି ଆଶାନୁରୂପ ଭାବେ ସ୍ଥାନ ପାଇଥିବା ବେଳେ କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସ୍ଥାନ ପାଇଥିବା ରିଷଭ ପନ୍ଥ ଓ ଏ ରାୟଡୁ ବାଦ ପଡିଛନ୍ତି ।

ଭାରତୀୟ କ୍ରିକେଟ ଖେଳାଳୀ ଚୟନକାରୀମାନେ ଟିମ୍ ର ବୟସ୍କ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ନଜରରେ ରଖି ଦିନେଶ କାର୍ତ୍ତିକଙ୍କୁ ବିକଳ୍ପ ୱିକେଟ କିପର ଭାବେ ସ୍ଥାନ ଦେଇଛନ୍ତି ବୋଲି ସାମ୍ବାଦିକଙ୍କ ସହିତ ପ୍ରଶ୍ନୋତ୍ତରରେ କହିଥିଲେ ।

ଚୟନ ସମିତି ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଥିଲେ “ଆମେ ସମସ୍ତେ ଏକ ମତ ଥିଲୁ ଯେ ମହେନ୍ଦ୍ର ସିଂ ଧୋନୀ ଯଦି କୌଣସି କାରଣ ବଶତଃ ଆହତ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ ପନ୍ଥ ବା କାର୍ତ୍ତିକ ଆସିପାରିବେ । ତେବେ ପରେ ଆମେ ବିଚାର କଲୁ ଯେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୱିକେଟକିପର ଏକ ଜରୁରୀ ଭୂମିକା ନେଇଥାଏ । ସେଥିପାଇଁ ଆମେ କାର୍ତ୍ତିକଙ୍କ ନାମ ବିଚାରକୁ ନେଲୁ ।

ସେହିପରି ଭଲ ପ୍ରଦର୍ଶନ କରିଆସୁଥିବା ବିଜୟ ଶଙ୍କରଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ବୋଲି ପ୍ରସାଦ କହିଥିଲେ ।

ବାଦ୍ ପଡି ସାମିଲ ହେଲେ କାର୍ତ୍ତିକ

ଫେବୃୟାରି ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଘୋଷିତ ହେଇଥିବା ଟିମ୍ ପ୍ରାୟତଃ ବିଶ୍ଵକପ ଖେଳିବ ବୋଲି ଅନୁମାନ କରାଯାଉଥିଲା । ବିସିସିଆଇ ମଧ୍ୟ ଏ ନେଇ ଅନୁରୂପ ସଂକେତ ଦେଇସାରିଥିଲା । ସେତେବେଳେ ଶ୍ରୀ ପ୍ରସାଦ କହିଥିଲେ କି 'ଆମେ ବିଶ୍ଵକପ ପାଇଁ ଦଳରେ 18ଜଣ ଖେଳାଳୀଙ୍କ ନାମ ସ୍ଥିର କରିସାରିଛୁ ଓ ଚୁଡାନ୍ତ ଦଳ ଚୟନ ପାଇଁ ବିଶ୍ଵକପ ପର୍ଯ୍ୟନ୍ତ ଏହି ଖେଳାଳୀ ମାନଙ୍କୁ ଖେଳିବାକୁ ସୁଯୋଗ ଦିଆଯିବ।”

ତେବେ ବିଶ୍ଵକପ ପୂର୍ବରୁ ଅଷ୍ଟ୍ରେଲିଆ ବିରୁଦ୍ଧ ସିରିଜରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିନଥିବାରୁ ସମସ୍ତେ ଅନୁମାନ କରୁଥିଲେ ଯେ ହୁଏତ ବିଶ୍ଵକପ ପାଇଁ ଦଳରେ ଦିନେଶ କାର୍ତ୍ତିକଙ୍କୁ ସାମିଲ କରାନଯାଇ ପରେ। ଏହା ପୂର୍ବରୁ କ୍ରିକେଟ ଏକ୍ସପର୍ଟ ମାନେ ମଧ୍ୟ ଦିନେଶ କାର୍ତ୍ତିକଙ୍କ ଠାରୁ ରିଷଭ ପନ୍ଥଙ୍କୁ ଦଳ ପାଇଁ ଉପଯୁକ୍ତ ଖେଳାଳୀ ବୋଲି ମତ ଦେଇଥିଲେ ।

ତେବେ ମୁଖ୍ୟ ଚୟନକର୍ତ୍ତା ଏମ.ଏସ.କେ ପ୍ରସାଦ ସେତେବେଳେ ଦିନେଶ କାର୍ତ୍ତିକଙ୍କ ଚୟନ ନହେବାକୁ ନେଇ କହିଥିଲେ ଯେ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ସିରିଜରେ ଦିନେଶଙ୍କୁ ସୁଯୋଗ ଦିଆଯାଇଥିଲା ତାଙ୍କୁ ବ୍ରେକ ଦେବା ପାଇଁ ନିଷ୍ପତ୍ତି ନେଇଛୁ।

ବିଶ୍ଵକପ ପାଇଁ ଘୋଷିତ ଦଳ

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, କେ ଏଲ ରାହୁଲ, ବିଜୟ ଶଙ୍କର ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), କେଦାର ଯାଦବ ,ଦୀନେଶ କାର୍ତିକ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ ଜସପ୍ରିତ ବୁମରା, ଭୁବନେଶ୍ୱର କୁମାର, ହାର୍ଦିକ ପାଣ୍ଡ୍ୟା , ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମୀ ।

#Cricket #BCCI #WorldCup2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon