• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଏହି ରାଶିର ରହିଛି ଅଚାନକ ଧନଲାଭ ଯୋଗ


(ବେତାର ବ୍ୟୁରୋ) ଚଳିତ ସପ୍ତାହଟି ଚୈତ୍ର ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଆରମ୍ଭ ହୋଇ ବୈଶାଖ ମାସ କୃଷ୍ଣପକ୍ଷର ଦ୍ଵିତୀୟା ତିଥିରେ ସମାପ୍ତ ହେବ। ଏହାସହିତ ଚନ୍ଦ୍ରଦେବ ଏହି ସପ୍ତାହରେ ସିଂହ, କନ୍ୟା, ତୁଳା ଓ ବିଛା ରାଶିରେ ଗୋଚର କରିବେ ଏବଂ ମଘା, ପୂର୍ବଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ହସ୍ତ, ଚିତ୍ରା, ସ୍ଵାତୀ, ବିଶାଖା ଓ ଅନୁରାଧା ନକ୍ଷତ୍ରରେ ସ୍ଥିତ ରହିବେ। ଏହାବ୍ୟତୀତ ଚଳିତ ସପ୍ତାହର 16 ତାରିଖରେ ଶୁକ୍ରଗ୍ରହ ମୀନରାଶିରେ ଗୋଚର କରିବେ। ଏହାର ପ୍ରଭାବ ସମସ୍ତ ବାରଟି ରାଶିରେ ପଡିବ।

ମେଷ: ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ। ବ୍ୟବସାୟ ବାଣିଜ୍ୟରେ ଲାଭ ମିଳିବ। ମାନସିକ ଦୁଃଶ୍ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରେମୀଯୁଗଳ ରୋମାଣ୍ଟିକ ସମୟ ବିତାଇବେ।

ବୃଷ: ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

ମିଥୁନ: ଆପଣଙ୍କ ମଧ୍ୟରେ ସାହସ ଓ ପରାକ୍ରମ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢିପାରେ।

କର୍କଟ: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ ଓ ଅର୍ଥ ସଞ୍ଚୟ କରିବେ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ସାହସରେ ବୃଦ୍ଧି ଘଟିବ। ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ। ସନ୍ତାନଙ୍କୁ ନେଇ ଚିନ୍ତା ବଢିବ।

ସିଂହ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି  ଦେଖାଦେବ। ବ୍ୟବସାୟରେ ଲାଭ ପାଇବେ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଓ ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ଅଚାନକ ଧନଲାଭ ହେବ।

କନ୍ୟା: ମାନସିକ ଦୁଃଶ୍ଚିନ୍ତା ବଢିବ। ନିୟମ ବିରୁଦ୍ଧରେ କାର୍ଯ୍ୟକରି ଦଣ୍ଡ ପାଇପାରନ୍ତି। ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ଅନ୍ୟଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ।

ତୁଳା: ଧନଲାଭ ହେବ ଓ ବ୍ୟବସାୟରେ ଲାଭ ହେବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି କଥାକୁ ନେଇ ଚିନ୍ତାରେ  ପଡ଼ିପାରନ୍ତି। ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି ପାଇବ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ।

ବିଛା: କାର୍ଯ୍ୟକ୍ଷେତ୍ରରେ ଶୁଭଫଳ ମିଳିବ। ପଦୋନ୍ନତିର ସମ୍ଭାବନା ରହିଛି। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ। ନୂଆ ନୂଆ କଥା ଜାଣିବା ପାଇଁ ଆଗ୍ରହ ବଢିବ।

ଧନୁ: ସପ୍ତାହଟି ଆପଣଙ୍କୁ ଶୁଭଫଳ ଦେବ। ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ଧାନପ୍ରାପ୍ତିର ସମ୍ଭାବନା ରହିଛି। ପରିବାର ସଦସ୍ୟଙ୍କ ସହିତ ହସଖୁସିରେ ସମୟ କାଟିବେ।

ମକର: ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଅଯଥା କଥାକୁ ନେଇ ଚିନ୍ତିତ ରୁହନ୍ତୁ ନାହିଁ। ବହୁତ ନୂତନ କଥା ଶିଖିବାକୁ ସୁଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ।

କୁମ୍ଭ: ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ କିନ୍ତୁ କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ଯୋଗୁଁ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ।

ମୀନ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ ଓ ଏହାର ସୁଫଳ ପାଇବେ। ବିଦେଶ ଯାତ୍ରା କରିପାରନ୍ତି। ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଆପଣଙ୍କ ବ୍ୟବହାରରେ ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ।  

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon