- ବେତାର ବ୍ୟୁରୋ
WWE : 'ମଣ୍ଡେ ନାଇଟ RAW'ରେ ଏହି 5 ଲଢୁଆଙ୍କ ଉପରେ ରହିବ ନଜର

(ବେତାର ବ୍ୟୁରୋ) ରେସଲମାନିଆ ୩୫ ପରେ ଗତ ସପ୍ତାହରେ ‘ମଣ୍ଡେ ନାଇଟ ର’ର ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଥିଲା। ଏହି ଅଧ୍ୟାୟ ବହୁତ ରୋମାଞ୍ଚକର ରହିଥିଲା। କିଛି ସମୟପରେ ର’ର ଆଗାମୀ ଅଧ୍ୟାୟ ହେବାକୁ ଯାଉଛି ଓ ଏହା ମଧ୍ୟ ରୋମାଞ୍ଚକପୂର୍ଣ୍ଣ ରହିବ। ଏଥିରେ ସୁପରଷ୍ଟାର ସେକଅପଙ୍କୁ ଦେଖିବାକୁ ମିଳିବ ଅର୍ଥାତ WWE ନିଜର ବ୍ରାଣ୍ଡ ପରିବର୍ତ୍ତନ କରିବ। ଏହାସହିତ କେଉଁ ପାଞ୍ଚ ରେସଲରଙ୍କ ଉପରେ ଦର୍ଶକଙ୍କ ନଜର ରହିବ ଆସନ୍ତୁ ଜାଣିବା।
୧.ବୈକି ଲିଞ୍ଚ: ରେସଲମାନିଆ ୩୫ରେ ବୈକି ଲିଞ୍ଚ ଯେଉଁ କରନାମା କରିଛନ୍ତି ତାହା ଅନ୍ୟ କୌଣସି ରେସଲର କରିପାରିବେ ନାହିଁ। ର’ର ଗତ ଅଧ୍ୟାୟରେ ବୈକି ଲିଞ୍ଚଙ୍କୁ ଏକ ପ୍ରୋମୋରେ ଦେଖିବାକୁ ମିଳିଥିଲା ଓ ସେ ଏଥିରେ ନିଜ ବିଜୟ ବିଷୟରେ ଆଲୋଚନା କରିଥିଲେ। ଏହାବ୍ୟତୀତ ଏହି ସମୟରେ ଅନ୍ୟଏକ ଘଟଣା ଦେଖିବାକୁ ମିଳିଥିଲା, ଯେତେବେଳେ ନିକଟରେ NXTରେ ଡେବ୍ୟୁ କରିଥିବା ଲେସି ଇବାନ୍ସ ବୈକି ଲିଞ୍ଚଙ୍କ ମୁହଁରେ ଏକ ପଞ୍ଚ୍ ମାରିଥିଲେ। ବୈକି ଲିଞ୍ଚ ମଧ୍ୟ ଲେସି ଇବାନ୍ସଙ୍କ ଉପରେ ଆକ୍ରମଣ କରିଥିଲେ।
ଆଗାମୀ ର’ ଅଧ୍ୟାୟରେ ମଧ୍ୟ ଲେସି ଇବାନ୍ସ ଓ ବୈକି ଲିଞ୍ଚ ସାମ୍ନାସାମ୍ନି ହୋଇପାରନ୍ତି ଓ ଉଭୟଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିପାରେ।

୨.ଲାର୍ସ ସୁଲିବନ: ର’ ର ଗତ ଅଧ୍ୟାୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଡେବ୍ୟୁ କରିଥିବା ଲାର୍ସ ସୁଲିବନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ ନିଜର ଡେବ୍ୟୁରେ ହିଁ WWEର ହଲ ଅଫ ଫେମରେ ସାମିଲ ହୋଇଥିବା କର୍ଟ ଏଙ୍ଗଲଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଆଗାମୀ ର’ ଅଧ୍ୟାୟରେ ଲାର୍ସ ଲୁସିବନଙ୍କୁ ଦେଖିବାକୁ ମିଳିବ ଓ WWE ତାଙ୍କୁ କୌଣସି ଷ୍ଟୋରିଲାଇନରେ ସାମିଲ କରିବା ଆଗରୁ ଲୋକାଲ ରେସଲରଙ୍କ ବିରୁଦ୍ଧରେ ହ୍ୟାଣ୍ଡିକ୍ୟାପ ମୁକାବିଲା ଲଢିବାକୁ ଦେଇପାରେ।
୩.କର୍ଟ ହକିନ୍ସ ଓ ଜ୍ୟାକ ରାଇଡ଼ର: ଗତ ମଣ୍ଡେ ନାଇଟ ର’ ଅଧ୍ୟାୟରେ ର’ ଟ୍ୟାଗ ଟିମ ଚ୍ୟାମ୍ପିୟନସିପ ପାଇଁ ରିମ୍ୟାଚ ହୋଇଥିଲା। ସମସ୍ତେ ଅନୁମାନ କରୁଥିଲେ ଯେ, ରିବାଇବଲ ଟିମ୍ ପୁଣିଥରେ ମ୍ୟାଚ ଜିତିଯିବ। କିନ୍ତୁ କର୍ଟ ହକିନ୍ସ ଓ ଜ୍ୟାକ ରାଇଡ଼ରଙ୍କ ଦଳ ଏହି ମ୍ୟାଚ ଜିତିଥିଲେ। ଏହିଥିରୁ ଅନୁମାନ କରାଯାଉଛି ଯେ, WWE ଏହି ଦୁଇ ରେସଲରଙ୍କୁ ଲମ୍ବା ସମୟ ପାଇଁ ଟ୍ୟାଗ ଟିମ ଚ୍ୟାମ୍ପିୟନ ରଖିବାକୁ ଚାହୁଁଛି। ଆଗାମୀ ଅଧ୍ୟାୟରେ ମଧ୍ୟ ଏହି ଦୁଇ ରେସଲରଙ୍କୁ ନିଜ ଚ୍ୟାମ୍ପିୟନସିପ ବେଲ୍ଟ ପାଇଁ ଅନ୍ୟ ଦଳ ସାମ୍ନାରେ ଲଢୁଥିବାର ଦେଖିବାକୁ ମିଳିପାରେ।
୪.ରୋମନ ରେନ୍ସ: ଗତ ର’ରେ ରୋମନ ରେନ୍ସଙ୍କୁ ଲାଇଭ ଟେଲିଭିଜନ ଶୋ’ରେ କୌଣସି ପ୍ରମୋଶନରେ ସ୍ଥାନ ମିଳିନଥିଲା କିନ୍ତୁ ଲାଇଭ୍ ଟେଲିକାଷ୍ଟ ସମାପ୍ତ ହୋଇଯିବା ପରେ ତାଙ୍କୁ ୟୁନିଭର୍ସାଲ ଚାମ୍ପିୟନ ସୈଥ ରଲିନ୍ସ ଓ WWE ଛାଡି ଦେଇଥିବା ଡିନ ଏମ୍ବ୍ରୋଜଙ୍କ ସହିତ ରିଙ୍ଗରେ ଦେଖିବାକୁ ମିଳିଥିଲା। ଆଗାମୀ ଅଧ୍ୟାୟରେ ତାଙ୍କୁ କୌଣସି ପ୍ରମୋସନରେ ଭାଗ ନେଉଥିବାର ଦେଖିବାକୁ ମିଳିପାରେ ଓ ଡୃ ମୈକ ଇଣ୍ଟାୟର ତାଙ୍କୁ ବାଧା ଦେଇ ପାରନ୍ତି।

୫.ସୈଥ ରଲିନ୍ସ: ଗତ ସପ୍ତାହରେ ର’ ଅଧ୍ୟାୟରେ କୋଫି କିଂଷ୍ଟନ ଓ ସୈଥ ରଲିନ୍ସଙ୍କ ମଧ୍ୟରେ ଚାମ୍ପିୟନ ବନାମ ଚାମ୍ପିୟନ ମୁକାବିଲା ଖେଳାଯାଇଥିଲା। କିନ୍ତୁ ମୁକାବିଲା ମଝିରେ ଶେମସ ଓ ସିଜେରୋ ଏହି ଦୁଇ ଖେଳାଳୀଙ୍କ ଉପରେ ଆକ୍ରମଣ କରିଥିଲେ, ଯାହାଫଳରେ ମ୍ୟାଚର କୌଣସି ପରିଣାମ ଆସିପାରିନଥିଲା। ଆସନ୍ତା ଅଧ୍ୟାୟରେ ସୈଥ ରଲିନ୍ସଙ୍କୁ ପୁଣିଥରେ ରିଙ୍ଗ୍ ମଧ୍ୟରେ ଦେଖିବାକୁ ମିଳିପାରେ।
କିପରି ଦେଖିବେ
ଭାରତରେ ସୋନି ଟେନ ୧ ଚ୍ୟାନେଲରେ ଏପ୍ରିଲ ୧୬ରେ ସକାଳ ୫.୩୦ରୁ ଏହାର ସିଧାପ୍ରସାରଣ ଆରମ୍ଭ ହେବ। ଏହାପରେ ଦିନ ୧୨ଟା, ଅପରାହ୍ନ ୪ଟା ଓ ରାତି ୮ଟାରେ ଏହାର ପୁନଃ ପ୍ରସାରଣ ଦେଖିପାରିବେ।