• ବେତାର ବ୍ୟୁରୋ

ଗୁଗୁଲ, ଆପଲକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ : ହଟାଯାଉ 'ଟିକ୍ ଟକ୍'


(ବେତାର ବ୍ୟୁରୋ) ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଆସିଥିବା ଏକ କୋର୍ଟ ନିର୍ଦ୍ଦେଶ ପାଳନ କରି କେନ୍ଦ୍ର ସରକାର 'ଟିକ୍ ଟକ୍' ଆପ୍ କୁ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

ସୋମବାର ଦିନ ଭାରତୀୟ ସୁପ୍ରିମ କୋର୍ଟ , ମାଡ୍ରାସ ହାଇଜୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିବାକୁ ମନା କରିବା ପରେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକ୍ନୋଲୋଜି ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଉଭୟ ଗୁଗୁଲ ଓ ଆପଲକୁ ପ୍ରଦାନ କରାଯାଇଛି ବୋଲି ଜଣାପଡିଛି ।

କେନ୍ଦ୍ର ସରକାରଙ୍କ ଆଦେଶ ଅନୁସାରେ ଯେଉଁମାନେ ପୂର୍ବରୁ ଡାଉନଲୋଡ କରି ନ ଥିବେ ସେମାନେ ଏହା ଆଗକୁ ନ କରି ପାରନ୍ତି । ତେବେ ଯେଉଁମାନେ ପୂର୍ବରୁ ଡାଉନଲୋଡ କରି ସାରିଛନ୍ତି ସେମାନଙ୍କ ପାଇଁ କୌଣସି କଟକଣା ନାହିଁ ।

ଚୀନ ଦେଶରେ ଉଦ୍ଭାବିତ ଲୋକପ୍ରିୟ ଭିଡିଓ ଶେୟର ଆପ୍ ‘ଟିକ୍ ଟକ୍’ ଡାଉନଲୋଡ ଉପରେ ବ୍ୟାନ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ଗତ ଏପ୍ରିଲ 3 ତାରିଖରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଟିକ୍ ଟକ୍ ଆପରେ ପ୍ରସ୍ତୁତ ହୋଇଥିବା ଭିଡିଓକୁ ପ୍ରସାରଣ ନ କରିବା ପାଇଁ ଗଣମାଧ୍ୟମକୁ ମଧ୍ୟ ନିର୍ଦ୍ଦେଶ ଜାରି ହେଇଥିଲା। ଟିକ୍ ଟକ୍ ଭିଡିଓରେ ଦିନକୁ ଦିନ ଅଶ୍ଳୀଳତାର ବୃଦ୍ଧି ପାଉଥିବାରୁ କୋର୍ଟ ତରଫରୁ ଏପରି ନିର୍ଦ୍ଦେଶ ଦିଆଯାଇଥିଲା ।

ମାଡ୍ରାସ ହାଇକୋର୍ଟ ଏହି ଟିକ୍ ଟକ୍ ଆପ୍ ବିରୁଦ୍ଧରେ ଦାଖଲ ହୋଇଥିବା କେସର ଶୁଣାଣୀ ସମୟରେ କହିଥିଲେ ଯେ, ଯେଉଁ ପିଲାମାନେ ଟିକ୍ ଟକ୍ ବ୍ୟବହାର କରୁଛନ୍ତି ସେମାନେ ଯୌନ ଶିକାରୀଙ୍କ ସମ୍ପର୍କରେ ସହଜରେ ଆସିପାରିବେ। ଏହି ଆପ୍ ବିରୁଦ୍ଧରେ ମଦୁରାଇର ଜଣେ ବରିଷ୍ଠ ଓକିଲ ତଥା ସାମାଜିକ କାର୍ଯ୍ୟକର୍ତ୍ତା ମୁଥୁ କୁମାର କେସ୍ ଦାଖଲ କରିଥିଲେ। ସାହିତ୍ୟକୁ ଅଶ୍ଳୀଳ କରିବା, ବାଳ ଶୋଷଣ ଓ ଆତ୍ମହତ୍ୟାକୁ ପ୍ରଶୟ ଦେଉଥିବା ଏହି ଆପକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଅନୁରୋଧ କରିଥିଲେ।

ଆମିକସ କ୍ୟୁରୀ ନିଯୁକ୍ତ

ମାଡ୍ରାସ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଟିକ୍ ଟକ୍ କମ୍ପାନୀ କେସ୍ କରିବାକୁ ନିଷ୍ପତ୍ତି ନେଇଛି । ଟିକ୍ ଟକ୍ ତରଫରୁ କୁହାଯାଇଛି ଯେ ଏହା କେବଳ ଭିଡିଓ ଶେୟର କରିବାର ଏକ ମାଧ୍ୟମ । ତେଣୁ କିଏ ଏଥିରେ କେଉଁ ଭିଡିଓ ଅପଲୋଡ କରି ଛାଡିଲା ସେଥିପାଇଆନ କମ୍ପାନୀ ଦାୟୀ ନୁହେଁ । ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ମଙ୍ଗଳବାର ମାଡ୍ରାସ ହାଇକୋର୍ଟ ଏକ ଆମିକସ କ୍ୟୁରୀ ବା କୋର୍ଟ ମିତ୍ରା ନିଯୁକ୍ତି କରିଛି ।

ସୁପ୍ରିମ କୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ କିଛି ଟିପ୍ପଣୀ ଦେଇ ନ ଥିଲେ ମଧ୍ୟ ଏପ୍ରିଲ 22 ତାରିଖରେ ଏହି ଆଦେଶ ସମ୍ପର୍କରେ ଶୁଣାଣି କରିବେ । ଅପର ପକ୍ଷରେ ଟିକ୍ ଟକ୍ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ କମ୍ପାନୀର ପୂର୍ଣ୍ଣ ଆସ୍ଥା ଅଛି ।

ସୁପରହିଟ ଆପ୍

ଚୀନର ବେଜିଙ୍ଗସ୍ଥିତ କମ୍ପାନୀ ଦ୍ଵାରା ପ୍ରସ୍ତୁତ ଏହି ଆପକୁ ପ୍ରଥମେ ‘ମ୍ୟୁଜିକାଲି’ ନାମରେ ଲଞ୍ଚ କରାଯାଇଥିଲା। ପରେ ଏହାର ନାମବଦଳାଇ ଟିକ୍ ଟକ୍ ରଖାଯାଇଥିଲା। ଏଥିରେ ବ୍ୟବହାରକାରୀମାନେ ନିଜର ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି ଶେୟାର କରିଥାନ୍ତି। ଏହି ଆପ୍ ଜରିଆରେ ଫିଲ୍ମ ଡାଇଲଗ, ଗୀତ ଓ କମେଡି ଉପରେ ଲୋକମାନେ ଭିଡିଓ ପ୍ରସ୍ତୁତ କରିଥାନ୍ତି।

ଭାରତରେ ଏହା ବହୁତ ଲୋକପ୍ରିୟ ହୋଇଯାଇଛି। ଭାରତରେ ଏହି ଆପର ପ୍ରାୟ 104ମିଲିୟନରୁ ଅଧିକ ବ୍ୟବହାରକାରୀ ଅଛନ୍ତି ଓ ପ୍ରତି ମାସରେ ଏଥିରେ 54ମିଲିୟନରୁ ଅଧିକ ବ୍ୟବହାରକାରୀ ଆକ୍ଟିଭ ରହୁଛନ୍ତି।

#tiktokapp #court #tiktokban

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon