• ବେତାର ବ୍ୟୁରୋ

ଦୁଇ ମିନିଟରେ ମୁଣ୍ଡବିନ୍ଧା ଦୂର କରିବ ଏହି ଘରୋଇ ଟିପ୍ସ


(ବେତାର ବ୍ୟୁରୋ) ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ଯ୍ୟଚାପରେ ଥିବା ବ୍ୟକ୍ତିଙ୍କର ଏହି ସମସ୍ୟା ଅଧିକ ଥାଏ। କିଛି ଲୋକଙ୍କର ତ ପ୍ରାୟ ସବୁଦିନ ମୁଣ୍ଡ ବିନ୍ଧିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ସେବନ କରିଥାଆନ୍ତି ଓ ଏହା ଧିରେଧିରେ ଅଭ୍ୟାସରେ ପରିଣତ ହୋଇଯାଏ।

ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ସବୁବେଳେ ଔଷଧ ସେବନ କରିବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥଏ। ଏହାର ପାର୍ଶ୍ବପ୍ରତିକ୍ରିୟାରେ ଅନେକ ବିପଦର ଆଶଙ୍କା ଥାଏ। ତେବେ ଏପରି ଏକ ଘରୋଇ ଉପାୟ ରହିଛି ଯାହା ଦ୍ବାରା ମାତ୍ର କିଛି ସମୟ ମଧ୍ୟରେ ଆପଣ ମୁଣ୍ଡବିନ୍ଧାରୁ ମୁକ୍ତି ପାଇପାରିବେ।

  1. ଯେଉଁ ସମୟରେ ମୁଣ୍ଡ ବିନ୍ଧା ହେଉଛି ସେହି ସମୟରେ ଯେଉଁ ନାକପୁଡାରେ ଶ୍ଵାସକ୍ରିୟା ଚାଲୁଥାଏ ତା’କୁ ତୁଳା ସାହାଯ୍ୟରେ ବନ୍ଦ କରି ଅନ୍ୟ ପୁଡାରେ ସୋରିଷ ତେଲ ହାଲୁକାଭାବେ ମାଲିସ କରି ଆସ୍ତେ ଆସ୍ତେ ନିଃଶ୍ଵାସ ନେଲେ ମୁଣ୍ଡବିନ୍ଧାରୁ ଆରାମ ଲାଗିଥାଏ ।

  2. ସେହିପରି ଥଣ୍ଡା ଜନିତ ମୁଣ୍ଡ ବିନ୍ଧା ହେଉଥିଲେ ତୁଲସୀ ବା ରସୁଣ କୋଲା ଓ ଅତ୍ୟଧିକ ଗରମରୁ ମୁଣ୍ଡବିନ୍ଧା ହେଉଥିଲେ ଲାଉ ବା କଖାରୁ ଶସ କାଢି ମୁଣ୍ଡରେ ଧୀରେ ଧୀରେ ଘଷିଲେ ତୁରନ୍ତ ମୁଣ୍ଡବିନ୍ଧାରୁ ଆରାମ ଲାଗିଥାଏ ।

  3. ଗ୍ୟାସ ହେବା କାରଣରୁ ମୁଣ୍ଡ ବିନ୍ଧା ହେଉଥିଲେ ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ ମୁଣ୍ଡବିନ୍ଧାରୁ ତୁରନ୍ତ ଫାଇଦା ମିଳିଥାଏ । ତେବେ ଗ୍ୟାସରୁ ଋତନ୍ତ ରକ୍ଷା ପାଇବା ପାଇଁ ବଜାରରୁ ସୋଡା କିଣି ପିଇବା ମଧ୍ୟ ତୁରନ୍ତ କାମ ଦେଇଥାଏ ।

ଏହି ସମସ୍ୟାରୁ ରକ୍ଷା କରିବା ପାଇଁ ଜୁଆଣି ରାମବାଣ ଭଳି କାର୍ଯ୍ୟ କରିଥାଏ।

ଜୁଆଣି ଉପଚାର

ଜୁଆଣି ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ସର୍ବପ୍ରଥମେ ଏକ ଚାମଚ ଜୁଆଣିକୁ ତାଓ୍ବାରେ ହାଲୁକା ଭାଜି ଗୋଟିଏ ସୂତା ଲୁଗାରେ ବାହାର କରି ଆଣନ୍ତୁ। ଏବେ ଏହାକୁ ପୁଟୁଳି କରି ବାନ୍ଧି ଦିଅନ୍ତୁ।

ଏହି ପୁଟୁଳିରେ ଜୁଆଣି ହାଲୁକା ଗରମ ହୋଇଥିବା ଆବଶ୍ୟକ। ମୁଣ୍ଡ ବିନ୍ଧିଲେ ଥଣ୍ଡା ହେବା ପର୍ୟ୍ୟନ୍ତ ଏହି ଜୁଆଣି ପୁଟୁଳିକୁ ଶୁଙ୍ଘନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡ ବିନ୍ଧାରୁ ୨ମିନିଟରେ ଉପଶମ ମିଳିବ।

ସତର୍କ ସୂଚନା : ତେବେ ମୁଣ୍ଡବିନ୍ଧା ପରି ଜିନିଷକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ଯଦି ନିଦରୁ ଉଠିବା ପରେ ପରେ ,, ମୁଣ୍ଡରେ ଆଘାତ ଲାଗିବା ପରେ ଓ 50 ବର୍ଷ ବୟସ ପରେ ଭୀଷଣ ମୁଣ୍ଡବିନ୍ଧା ହେଉଥାଏ, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଦରକାର । ସେହିପରି ଅଚାନକ ଭୀଷଣ ମୁଣ୍ଡବିନ୍ଧା ହେଲେ, ମୁଣ୍ଡବିନ୍ଧିବା ସହିତ ଆଖି ନାଲି ପଡିଲେ ବା କପାଳ ବିନ୍ଧା ହେଲେ ଡାକ୍ତରଙ୍କ ଯୋଗାଯୋଗ କରିବା ଆବଶ୍ୟକ ।

#headache #body #health #fitness

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon