• ବେତାର ବ୍ୟୁରୋ

ନବୀନ ସବୁଠୁ ଧନୀ ବିଧାନସଭା ପ୍ରାର୍ଥୀ, ସମ୍ପତ୍ତି ବୃଦ୍ଧି ୫ ଗୁଣ


(ବେତାର ବ୍ୟୁରୋ) ଚଳିତ ଓଡିଶା ବିଧାନସଭା ନିର୍ବାଚନରେ ୭୦ଜଣ କୋଟିପତି ଥିବାବେଳେ ଟପ୍ ତିନି ଧନୀ ବିଧାନସଭା ପ୍ରାର୍ଥୀ ତାଲିକାରେ ଦୁଇ ଜଣ ବିଜେଡିରୁ ଓ ଜଣେ ବିଜେପି ପ୍ରାର୍ଥୀ ରହିଛନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ନବୀନ ପଟ୍ଟନାୟକ ସବୁଠୁ ଧନୀ ପ୍ରାର୍ଥୀ ।

ଏକାଦିକ୍ରମେ ଦୁଇଟି ବିଧାନସଭା ଆସନ ହିଞ୍ଜିଳି ଓ ବିଜେପୁର ଆସନରୁ ଲଢ଼ୁଥିବା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୬୩କୋଟି ୮୭ଲକ୍ଷ ଟଙ୍କାରୁ ଅଧିକ। ଗତଥର ଅର୍ଥାତ 2014 ନିର୍ବାଚନ ବେଳେ ତାଙ୍କ ସମୁଦାୟ ସମ୍ପତ୍ତି ପରିମାଣ 12 କୋଟି ଥିଲା । ତେଣୁ ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇଛି ।

ଅବଶ୍ୟ କେବଳ ନବୀନ ପଟ୍ଟନାୟକ ନୁହଁ ଅନ୍ୟ ପ୍ରାର୍ଥୀ ମାନଙ୍କ ସମ୍ପତ୍ତି ପରିମାଣ ମଧ୍ୟ ଗତ ପାଞ୍ଚ ବର୍ଷରେ ଯଥେଷ୍ଟ ବୃଦ୍ଧି ପାଇଛି ।

'

ଦ୍ବିତୀୟ ଧନୀ ପ୍ରାର୍ଥୀ ତାଲିକାରେ ଥିବା ପାଟନାଗଡ଼ ରାଜପରିବାର ସଦସ୍ୟ ବିଜେପି ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେଓଙ୍କ ସମ୍ପତ୍ତିର ମୂଲ୍ୟ ୩୭କୋଟିରୁ ଅଧିକ ହୋଇଥିବାବେଳେ ଗତ ଥର ଏହା 6 କୋଟି ଟଙ୍କା ଥିଲା । ଅର୍ଥାତ 5 ବର୍ଷରେ ସମ୍ପତ୍ତି ବୃଦ୍ଧି ପ୍ରାୟ 6 ଗୁଣ ।

ସେହିପରି ତୃତୀୟ ଧନୀ ପ୍ରାର୍ଥୀ ଝାରସୁଗୁଡ଼ାର ବିଜେଡ଼ି ବିଧାୟକ ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୩କୋଟି ୬୧ଲକ୍ଷ ଟଙ୍କାରୁ ଅଧିକ। ପୂର୍ବ ଥର ବିଧାନସଭା ନିର୍ବାଚନ ବେଳେ ତାଙ୍କର ସମ୍ପତ୍ତି ପରିମାଣ 10 କୋଟି ଟଙ୍କା ଥିଲା । ନାମାଙ୍କନପତ୍ର ଦାଖଲ ସମୟରେ ସେମାନଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଛି।

ପୂର୍ବ ବିଧାନସଭା ନିର୍ବାଚନରେ ବିଜେପିର ଦିଲ୍ଲୀପ ରାୟ ସବୁଠୁ ଅଧିକ ଧନୀ ପ୍ରାର୍ଥୀ ଥିଲେ । ସେହିପରି ଚଳିତ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ପିନକୀ ମିଶ୍ର, ରବି ଜେନା, ବିଜେଡ଼ିର ବୈଜୟନ୍ତ ପଣ୍ଡାଙ୍କ ପରି ଧନୀ ପ୍ରାର୍ଥୀ ଅଛନ୍ତି ।

ନବଦାସଙ୍କ ହେଲିକପ୍ଟର

ଏଥର ପ୍ରାର୍ଥୀ ମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ନବ ଦାସଙ୍କ ପ୍ରଚାର ଶୈଳୀ ରହିଛି । ନବ ଦାସ ମାତ୍ର ଅଳ୍ପ କିଛି ଦିନ ତଳେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଓ ଝାରସୁଗୁଡାର ଜଣେ ଧନୀ ବ୍ୟକ୍ତି । ମାତ୍ର ବିଜେଡି ମିଶିବା ପରଠାରୁ ସେ ଏକ ହେଲିକପ୍ଟର ରେ ନ୍ବିର୍ବାଚନ ବିଧାନ ସଭା ନିର୍ବାଚନ ପ୍ରଚାର କରିବା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଇଛି ।

ଉକଟ ହେଲିକପ୍ଟରକୁ ଭଡା ସୁତ୍ରା ଅଣାଯାଇଛି ବୋଲି ନବ ଦାସ୍ଙ୍କ ସମର୍ଥକ କହୁଥିବା ବେଳେ ବିରୋଧୀ ପକ୍ଷ ଅନୁସାରେ ନବ ଦାସ ଏହି ହେଲିକପ୍ଟରକୁ ବିଜେଡି ରେ ଯୋଗ ଦେବା ସମଯରୁ ପ୍ରାୟ ବ୍ୟବହାର କରୁଥିବାରୁ ଏହା ଭଡା ରେ ନେ ହେଇ ସେ କିଣିଥିବା ସମ୍ଭାବନା ଅଧିକ ବୋଲି କହୁଛନ୍ତି ।

ନବଙ୍କ ଆୟ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୪୪ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ଓଡ଼ିଶା ଇଲେକ୍ସନ ୱାଚ ଏବଂ ଆସୋସିଏସନ ଫର ଡ଼େମୋକ୍ରାଟିକ ରିଫର୍ମସ(ଏଡ଼ିଆର) ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଥିବା ୨୪୪ ପ୍ରାର୍ଥୀଙ୍କ ଭିତରୁ ୨୪୧ଜଣଙ୍କ ସତ୍ୟପାଠରେ ଉଲ୍ଲେଖ ଥିବା ଅପରାଧ ପୃଷ୍ଠଭୂମି, ଆର୍ଥିକ ଓ ଶିକ୍ଷାଗତ ଯୋଗ୍ୟତା ତଥା ଅନ୍ୟାନ୍ୟ ତଥ୍ୟର ବିଶ୍ଳେଷଣ କରାଯାଇଥିଲା।

ସେହିପରି ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡ଼ିର ନବ ଦାସଙ୍କ ଆୟ ସବୁଠୁ ଅଧିକ ପ୍ରାୟ ୧ କୋଟି ୯୮ଲକ୍ଷରୁ ଅଧିକ ଥିବାବେଳେ ଦ୍ବିତୀୟରେ ଅଛନ୍ତି ବିଜେପିର ପୀତାମ୍ବର ଆଚାର୍ଯ୍ୟ। ତାଙ୍କର ଆୟ ୬୦ଲକ୍ଷରୁ ଅଧିକ। ସେହିପରି ତୃତୀୟରେ ଅଛନ୍ତି ଶାନ୍ତିପ୍ରକାଶ ସୋରେଙ୍ଗ ଯାହାଙ୍କ ଆୟ ହେଉଛି ୫୬ଲକ୍ଷ ଟଙ୍କା ।

#NabinPatnaik #Elections2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon