• ବେତାର ବ୍ୟୁରୋ

ନିଜକୁ ବ୍ରିଟିଶ ନାଗରିକ କହିବା ପରେ ଆଲିଆଙ୍କୁ ଏମିତି ହେଲା ଟ୍ରୋଲ


(ବେତାର ବ୍ୟୁରୋ)ଏକ ଟିଭି ସାକ୍ଷାତକାର କାର୍ଯ୍ୟକ୍ରମରେ ନିଜକୁ ବ୍ରିଟିଶ ନାଗରିକ ବୋଲି କହିବା ପରେ ଆଲିଆ ଭଟ୍ଟଙ୍କୁ ସୋସିଆଲ ମିଡିଆରେ ଟାହିଟାପରା ଶୁଣିବାକୁ ମିଳିଛି । ଏପରିକି କଙ୍ଗନା ରାଣାୱତଙ୍କ ଭଉଣୀ ମଧ୍ୟ ତାଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ।

ଏକ ଟ୍ବିଟ କରି କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ କହିଛନ୍ତି ଯେ “ଏହି ବିଦେଶୀମାନେ ଯେଉଁମାନେ ଭାରତରେ ରହି ଏହା ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି, ସମୟ ଆସି ଯାଇଛି ସେମାନଙ୍କ କଥାରେ ପ୍ରଭାବିତ ନ ହେଇ ସେମାନଙ୍କ ମୂଳ ଉଦ୍ଦେଶ୍ୟ କଣ ଜାଣିବା” ।

ସୂଚନାଯୋଗ୍ୟ, ଫିଲ୍ମ ‘କଲଙ୍କ’ର ପ୍ରମୋଶନ ପାଇଁ ଏବେ ଏହାର ଷ୍ଟାର କାଷ୍ଟମାନେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ ପାଇଁ ବରୁଣ ଧଓ୍ବନ, ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ବଲିଉଡ ହଙ୍ଗାମାରେ ପହଞ୍ଚିଥିଲେ। ଇଣ୍ଟରଭ୍ୟୁ ସମୟରେ ଆଲିଆଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ଏଥର ନିର୍ବାଚନରେ ସେ କାହାକୁ ଭୋଟ କରିବେ । ଏହାର ଉତ୍ତରରେ ଆଲିଆ କହିଥିଲେ କି ସେ ଜଣେ ବ୍ରିଟିଶ ନାଗରିକ ହେଇଥିବାରୁ ସେ ଭାରତରେ ଭୋଟ କରିପାରିବେନି ।

ଆଲିଆଙ୍କ ମା' ସୋନି ରାଜଦାନ ଏକ କାଶ୍ମିରୀ ବ୍ରାହ୍ମଣ ପିତାଙ୍କ ସନ୍ତାନ ହେଇଥିଲେ ମଧ୍ୟ ତାଙ୍କ ମା' ଇଂଲଣ୍ଡରେ

ରହୁଥିଲେ । ସେହି ହିସାବରେ ଆଲିଆ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ ଜଣେ ବ୍ରିଟିଶ ପାସପୋର୍ଟ ଧାରକ । ସୋନି ରାଜଦନ ମହେଶ ଭଟ୍ଟଙ୍କ ଦ୍ଵିତୀୟ ପତ୍ନୀ ଓ ତାଙ୍କର ବିବାହ 1985 ମସିହାରେ ହେଇଥିଲା । ଆଲିଆ 1993 ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

ବୁଧବାର ଲାଗିବ 'କଳଙ୍କ'

କରଣ ଜୋହରଙ୍କ ମଲଟିଷ୍ଟାରର୍ ଫିଲ୍ମ 'କଳଙ୍କ' ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଧବାର ସିନେମା ପରଦାକୁ ଆସିବ । ବରୁଣ ଧୱନ୍ ଓ ଆଲିଆଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ୧୯ ତାରିଖରେ ରିଲିଜ୍ ହେବାର ପ୍ଲାନିଙ୍ଗ୍ ଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇ ଏହାର ୨ଦିନ ପୂର୍ବରୁ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି ।

ଆଗାମୀ ଦିନରେ ମହାବୀର୍ ଜୟନ୍ତି ଓ ଗୁଡ୍ ଫ୍ରାଇଡେ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ୨ ଦିନ ଛୁଟି ଥିବାରୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି କୁହାଯାଉଛି । ବ୍ୟବସାୟିକ ଲାଭ ଦୃଷ୍ଟିରୁ ଏଭଳି ଏକ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ଫିଲ୍ମ ସମୀକ୍ଷକ ଓ ଟ୍ରେଡ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସୋସିଆଲ୍ ମିଡିଆରେ ଫିଲ୍ମର ପୋଷ୍ଟର୍ ଦର୍ଶକଙ୍କୁ ଆକୃଷ୍ଟ କରୁଥିବାବେଳେ ଏହାର ଟିଜର୍ ଏପ୍ରିଲ୍ ୧୨ ତାରିଖରେ ରିଲିଜ୍ କରାଯିବ । ୮୦ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏବଂ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମାଧୁରି ଦିକ୍ଷିତ, ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, ବରୁଣ ଧୱନ୍, ଆଦିତ୍ୟ ରାୟ କପୁର ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଛନ୍ତି ।

#entertainment #bolywood #aliabhatt #Kalank

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon