• ବେତାର ବ୍ୟୁରୋ

ଅନଲାଇନ ଠକେଇ : 40 ପଇସାରେ ବିକ୍ରି ହେଉଛି ବ୍ୟାଙ୍କ,ବୀମା ଗ୍ରାହକଙ୍କ ତଥ୍ୟ


(ବେତାର ବ୍ୟୁରୋ) ଆଜିକାଲି ଅନଲାଇନ କିମ୍ବା ଫୋନ ଯୋଗେ ନିଜକୁ ବ୍ୟାଙ୍କକର୍ମଚାରୀ ପରିଚୟ ଦେଇ ଟଙ୍କା ଠକିନେବାର ଖବର ବହୁତ ଶୁଣିବାକୁ ମିଳୁଛି । ତେବେ ପ୍ରଶ୍ନ ଉଠେ ବ୍ୟାଙ୍କ କର୍ମଚାରୀମାନେ ଜଣେ ବ୍ୟକ୍ତିଙ୍କ କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ଓ ସେମାନଙ୍କ ବ୍ୟକ୍ତିଗତ ଫୋନ ନମ୍ବର ପାଆନ୍ତି କିପରି ।

ଓଡିଶାର କ୍ରାଇମବ୍ରାଞ୍ଚ ପୋଲିସ ଏକ ମାମଲାର ତଦନ୍ତ କରୁଥିବା ସମୟରେ ଜାଣିବାକୁ ପାଇଛି ଯେ ବ୍ୟାଙ୍କ ବା ବୀମା କମ୍ପାନୀର କର୍ମଚାରୀମାନେ ଓ ସେମାନଙ୍କ କଲ୍ ସେଣ୍ଟରର କର୍ମଚାରୀମାନେ ହିଁ ଏହିଭଳି ତଥ୍ୟ ଅନଲାଇନ ଅପରାଧୀମାନଙ୍କୁ ଦେଇଥାନ୍ତି । ଦିଲ୍ଲୀ ଏବ˚ ମୁମ୍ବାଇର ନିର୍ଦ୍ଦିଷ୍ଟ ଅପରାଧୀ ଗ୍ୟାଙ୍ଗ ତଥ୍ୟ କିଣାବିକା କାରବାରର ମୁଖ୍ୟ କାର୍ପଟଦାର ଥିବା କୁହାଯାଉଛି। ଏସବୁ ତଥ୍ୟ କିଣି ସାଇବର‌୍‌ ଅପରାଧୀମାନେ ଏହାକୁ ଅର୍ଥ ଠକେଇ କାରବାରରେ ବ୍ୟବହାର କରିଥାନ୍ତି ।

କାହାର ହୁଏ ତଥ୍ୟ ଚୋରୀ

ପ୍ରାୟତଃ ଦୁଇଟି ଉପାୟରେ ବ୍ୟାଙ୍କ ବା ବୀମା ଗ୍ରାହକଙ୍କ ତଥ୍ୟ ଚୋରୀ ହେଇଥାଏ । ପ୍ରଥମତଃ ବ୍ୟାଙ୍କ କର୍ମଚାରୀଙ୍କ ମାଧ୍ୟମରେ ଅଧିକ ଅର୍ଥ କାରବାର କରୁଥିବା ଗ୍ରାହକଙ୍କୁ ଟାର୍ଗେଟ କରିଥାନ୍ତି । ଏହାଛଡା ବୟସ୍କ, ମହିଳାଙ୍କ ଉପରେ ମଧ୍ୟ ନଜର ଥାଏ । ସେଭଳି ଗ୍ରାହକଙ୍କ ନାମ, ଠିକଣା, ଫୋନ୍‌ ନମ୍ବର, କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡର ୧୬ ସ˚ଖ୍ୟା ବିଶିଷ୍ଟ ନମ୍ବର, ଇ-ମେଲ୍‌ ଆଇଡି ଏବ˚ ଜନ୍ମ ତାରିଖ ଇତ୍ୟାଦି ଡାଟାବେସରୁ ସଂଗ୍ରହ କରିଥାନ୍ତି । ସେହିପରି ବ୍ୟାଙ୍କର ନିଜସ୍ୱ କଲ୍‌ ସେଣ୍ଟରରୁ ମଧ୍ୟ ଗ୍ରାହକଙ୍କ ଫଟୋ ଏବ˚ ଘରର ଠିକଣା ଜଣାପଡିଥାଏ । ନାମ, ମୋବାଇଲ୍ ନମ୍ବର, ଏଟିଏମ୍‌ କାର୍ଡ ନମ୍ବର ଇତ୍ୟାଦି ଭଳି ଯେତେ ତଥ୍ୟ ରହିବ, ପ୍ରତି ତଥ୍ୟ ପିଛା ୪୦ ପଇସା ହିସାବରେ ବିକ୍ରି ହେଇଥାଏ ।

ଅନ୍ତର୍ଜାତୀୟ ହ୍ୟାକର‌୍‌ ଗୋଷ୍ଠୀ ଡାଟା ବା ତଥ୍ୟ କିଣିବା ପରେ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ସ˚ଯୋଗ କିମ୍ବା ଲଟେରୀ ଉଠାଣ ସ˚କ୍ରାନ୍ତରେ ଗ୍ରାହକଙ୍କୁ ଫୋନ୍‌ କରିଥାନ୍ତି।

ବଲାଙ୍ଗିରରୁ ଧରା ପଡିଲା ତଥ୍ୟ

ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି ମୋଟ ୧୪ ଲକ୍ଷ ୬୮ ହଜାର ୨୩୮ ଟଙ୍କା ଠକେଇର ଶିକାର ହୋଇଥିଲେ। ସେ ରିଲାଏନ୍ସ ଜୀବନ ବୀମା ସ˚ସ୍ଥାରେ ସେ ଦୁଇଟି ବୀମା କରିଥିବା ବେଳେ କେହି ଜଣେ ଦୁର୍ବୁତ୍ତ ତାଙ୍କୁ ଫୋନ କରି ରିଲାଏନ୍ସର ସହଯୋଗୀ ସଂସ୍ଥାର ଅଧିକାରୀ ରୂପେ ପରିଚୟ ଦେଇଥିଲେ ଓ ଉକ୍ତ ସହଯୋଗୀ କମ୍ପାନୀରେ ଟଙ୍କା ଜମାକଲେ ବର୍ଷେ ଭିତରେ ଦୁଇଗୁଣ ହେଇଯିବ କହି ଲୋଭ ଦେଖାଇଥିଲେ । ବଲାଙ୍ଗୀରର ବ୍ୟକ୍ତି ଉକ୍କ୍ତ ଦିଲ୍ଲୀ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ 14 ଲକ୍ଷ ଟଙ୍କା ଜମା କରିବା ପରେ ଠକେଇର ଶିକାର ହେଇଥିବା ଜାଣିବାକୁ ପାଇଥିଲେ । ତଦନ୍ତରୁ ଜଣା ପଡିଥିଲା ଯେ ବୀମା ସ˚ସ୍ଥା, ବ୍ୟାଙ୍କ ଏବ˚ କଲ୍‌ ସେଣ୍ଟରର କର୍ମଚାରୀ ହିଁ ଏଭଳି ଟଙ୍କା ଲୋଭରେ ତଥ୍ୟ ବିକ୍ରି କାରବାର କରିଥାନ୍ତି ।

#bankfraud #onlinecheating #bank

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon