• padmabati kund

ଆଇପିଏଲ 2019: ହାଇଦ୍ରାବାଦକୁ ହରାଇ ପ୍ଲେ-ଅଫରେ ପହଞ୍ଚିବାର ଲକ୍ଷ୍ୟ ରଖିବ ଚେନ୍ନାଇ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗର ଦ୍ଵାଦଶ ସଂସ୍କରଣରେ 33ତମ ମ୍ୟାଚ ବୁଧବାର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଚଳିତ ସିଜିନରେ ଲଗାତାର ଭଲ ପ୍ରଦର୍ଶନ କରି ଆସୁଥିବା ଚେନ୍ନାଇ ଦଳ ବର୍ତ୍ତମାନ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି। ଏହି ମ୍ୟାଚରେ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ପ୍ରଥମ ଦଳ ଭାବରେ ପ୍ଲେ-ଅଫରେ ନିଜ ସ୍ଥାନ ପକ୍କା କରିବାର ଲକ୍ଷ୍ୟ ରଖିବ।

ଚଳିତ ସିଜିନରେ ଚେନ୍ନାଇ ସାତଟି ମ୍ୟାଚରେ ବିଜୟ ହାସଲ କରି 14ପଏଣ୍ଟ ହାସଲ କରିଛି। ଯଦି ଚେନ୍ନାଇ ବୁଧବାର ମ୍ୟାଚରେ ହାଇଦ୍ରାବାଦକୁ ହରାଇଦିଏ ତେବେ ଦଳ ପାଖରେ 16ପଏଣ୍ଟ ହୋଇଯିବ ଓ ପ୍ଲେ-ଅଫରେ ରହିବା ଦଳ ପାଇଁ ସୁନିଶ୍ଚିତ ହୋଇଯିବ। ଅନ୍ୟପଟେ ହାଇଦ୍ରାବାଦ ଦଳ ଏହି ସିଜିନରେ ପ୍ରଥମ ଥର ପାଇଁ ଚେନ୍ନାଇ ବିରୁଦ୍ଧରେ ମ୍ୟାଚ ଖେଳିବ। ଲଗାତର ତିନୋଟି ମ୍ୟାଚ ହାରିଥିବା ହାଇଦ୍ରାବାଦ ପାଖରେ ବର୍ତ୍ତମାନ 6 ପଏଣ୍ଟ ରହିଛି।

ଚେନ୍ନାଇର ସ୍ଥିତି ମଜଭୁତ

ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ 11ଟି ମ୍ୟାଚ ଖେଳାଯାଇଛି ଓ ସେଥିମଧ୍ୟରୁ ଚେନ୍ନାଇ 9ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ହାଇଦ୍ରାବାଦ 2ଟି ମ୍ୟାଚରେ ବିଜୟୀ ହୋଇଛି। ରାଜୀବ ଗାନ୍ଧୀ ଷ୍ଟାଡିୟମରେ ମଧ୍ୟ ହାଇଦ୍ରାବାଦ ଅପେକ୍ଷା ଚେନ୍ନାଇର ପ୍ରଦର୍ଶନ ଭଲ ରହିଛି। ଏହି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ତିନୋଟି ମ୍ୟାଚରୁ ଚେନ୍ନାଇ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି।

ଓପନର ଉପରେ ନିର୍ଭରଶୀଳ ହାଇଦ୍ରାବାଦ

ହାଇଦ୍ରାବାଦ ଦଳର ବିଜୟ ଏହାର ଓପନର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ପ୍ରଦର୍ଶନ ଉପରେ ଅଧିକ ନିର୍ଭର ରହିବ। ଦଳେର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଖାସ ପ୍ରଦର୍ଶନ କରିପାରିନାହାନ୍ତି। ଦଳର ଅଲରାଉଣ୍ଡର ବିଜୟ ଶଙ୍କର ମଧ୍ୟ ଗତ ମ୍ୟାଚରେ 1ରନ ହିଁ କରିପାରିଥିଲେ। ଶଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ସିଜିନରେ 7ଟି ମ୍ୟାଚରେ 132ରନ ହିଁ କରିପାରିଛନ୍ତି।

ତେବେ ବୋଲିଙ୍ଗ ବିଭାଗରେ ହାଇଦ୍ରାବାଦର ପ୍ରଦର୍ଶନ ଚଳିତ ସିଜିନରେ ବହୁତ ଭଲ ରହିଛି। ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ଭୁବନେଶ୍ୱର କୁମାର ଓ ରଶିଦ ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସୁଛନ୍ତି।

ଚେନ୍ନାଇର ଅଲରାଉଣ୍ଡର ପ୍ରଦର୍ଶନ

ଚଳିତ ସିଜିନରେ ଚେନ୍ନାଇ ଦଳ ସମସ୍ତ ବିଭାଗରେ ଏକ ସନ୍ତୁଳିତ ଦଳ ଭାବରେ ପ୍ରଦର୍ଶନ କରୁଛି। ଗତ ମ୍ୟାଚରେ ଚେନ୍ନାଇ ଦଳ କୋଲକାତାକୁ 5ୱିକେଟରେ ହରାଇଥିଲା। ବ୍ୟାଟିଙ୍ଗ ବିଭାଗରେ ଶେନ ୱାଟସନ, ସୁରେଶ ରାଇନା, ଫାଫ ଡୁପ୍ଲେସିସ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଉନ୍ନତ ପ୍ରଦର୍ଶନ କରୁଛନ୍ତି। ବୋଲିଙ୍ଗ ବିଭାଗରେ ମଧ୍ୟ ଦୀପକ ଚହର, ଇମ୍ରାନ ତାହିର, ହରଭଜନ ସିଂ ଲଗାତାର ଭଲ ପ୍ରଦର୍ଶନ କରି ଆସୁଛନ୍ତି।

ଚେନ୍ନାଇ ଓ କୋଲକାତା ମଧ୍ୟରେ ଖେଳାଯାଇଥିବା ଗତ ମ୍ୟାଚରେ ସୁରେଶ ରାଇନା 58ରନର ଇନିଙ୍ଗ୍ସ ଖେଳିଥିଲେ। ଧୋନି ମଧ୍ୟ ଚଳିତ ସିଜିନରେ 8ଟି ମ୍ୟାଚରେ 76.66 ହାରରେ 230ରନ କରି ନିଜ ଦଳ ପାଇଁ ସବୁଠାରୁ ଶୀର୍ଷ ସ୍କୋରର ଅଛନ୍ତି। ଏହାବ୍ୟତୀତ ଚେନ୍ନାଇ ଦଳର ବୋଲର ଇମ୍ରାନ ତାହିରଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

#cricket #ipl2019 #CSKVsSRH

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon