• ବେତାର ବ୍ୟୁରୋ

ଗ୍ରାଜୁଏଟଙ୍କ ପାଇଁ ଏୟାର ଇଣ୍ଡିଆରେ 79ଟି ନିଯୁକ୍ତି ସୁଯୋଗ, ଦରମା ଟ.21000


(ବେତାର ବ୍ୟୁରୋ) ଏୟାର ଇଣ୍ଡିଆ ଲିମିଟେଡ ତରଫରୁ ଡାଟା ଏଣ୍ଟ୍ରି ଅପରେଟର ଓ ଟ୍ରେନି କଣ୍ଟ୍ରୋଲର ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ଓ ଆଗ୍ରହୀ ଭାରତୀୟ ନାଗରିକଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ ଓ ଦିଲ୍ଲୀ, ମୁମ୍ବାଇରେ ଏହି ନିଯୁକ୍ତି କରାଯିବ।

ଆବେଦନ ତାରିଖ

ଏହି ଡାଟା ଅପରେଟର ପଦ ପାଇଁ ମେ’ 2 ତାରିଖରେ ସାକ୍ଷାତକାର ଅନୁଷ୍ଠିତ ହେବ ଓ ଟ୍ରେନି କଣ୍ଟ୍ରୋଲର ପଦ ପାଇଁ ଏପ୍ରିଲ 30 ତାରିଖରେ ସାକ୍ଷାତକାର ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 79ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଟ୍ରେନି କଣ୍ଟ୍ରୋଲର ପାଇଁ 25ଟି ଓ ଡାଟା ଏଣ୍ଟ୍ରୀ ଅପରେଟର ପାଇଁ 54ଟି ପଦବୀ ରହିଛି। ଟ୍ରେନି କଣ୍ଟ୍ରୋଲର ପାଇଁ ଥିବା 25ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 10ଟି, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 6ଟି, ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 4ଟି, ଓବିସି ପ୍ରାର୍ଥୀଙ୍କ ପାଇଁ 3ଟି ଓ ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ 2ଟି ପଦବୀ ରହିଛି।

ସେହିପରି ଡାଟା ଏଣ୍ଟ୍ରୀ ଅପରେଟର ପାଇଁ ଥିବା ମୋଟ 54ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 24ଟି, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 8ଟି, ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 3ଟି, ଓବିସି ପ୍ରାର୍ଥୀଙ୍କ ପାଇଁ 14ଟି ଓ ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ 5ଟି ପଦବୀ ରହିଛି।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଟ୍ରେନିଙ୍ଗ ପିରିୟଡରେ ରଖାଯିବ। ଏହି ଟ୍ରେନିଙ୍ଗ ସମୟରେ ଟ୍ରେନି କଣ୍ଟ୍ରୋଲର ପ୍ରାର୍ଥୀଙ୍କୁ ମାସିକ ଟ.25,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ଓ ଡାଟା ଏଣ୍ଟ୍ରୀ ଅପରେଟର ପ୍ରାର୍ଥୀଙ୍କ ପାଇଁ ଟ.21,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ଏପ୍ରିଲ 1, 2019 ସୁଦ୍ଧା 42ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ  ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ ଓ ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଟ୍ରେନି କଣ୍ଟ୍ରୋଲର ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ B.E/B.Tech ପାସ କରିଥିବା ଆବଶ୍ୟକ। ଏହାସହିତ ପାଇଲଟ/ କ୍ୟାବିନ କ୍ର୍ୟୁରିଷ୍ଟୋରିଙ୍ଗରେ ଏକ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଡାଟା ଏଣ୍ଟ୍ରୀ ଅପରେଟର ପଦ ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ 6ମାସର ଅଭିଜ୍ଞତା ଥିବା ଆବଶ୍ୟକ।

ଆବେଦନ ଫି’

ଟ୍ରେନି କଣ୍ଟ୍ରୋଲର ପଦ ପାଇଁ ପ୍ରାର୍ଥୀଙ୍କୁ ଟ.1,000ର ଆବେଦନ ଫି’ ପଇଠ କରିବାକୁ ପଡିବ ଓ ଡାଟା ଏଣ୍ଟ୍ରୀ ଅପରେଟର ପଦ ପାଇଁ ଟ.500 ଫି’ ପଇଠ କରିବାକୁ ପଡିବ। ଏହି ଫି’ ଏୟାର ଇଣ୍ଡିଆ ଲିମିଟେଡ ଉଦ୍ଦେଶ୍ୟରେ ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

ସାକ୍ଷାତକାର

ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ଏହି ସାକ୍ଷାତକାର CMS Department, Air India Limited, GSD Complex, Opps. New ATC Tower Building, Near IGIA Terminal-2, New Delhi-110037 ରେ ଅନୁଷ୍ଠିତ ହେବ। ସାକ୍ଷାତକାର ଦେବାକୁ ଯିବା ସମୟରେ ସାଙ୍ଗରେ www.airindia.in ରେ ୱେବସାଇଟରେ ଉପଲବ୍ଧ ଥିବା ଆବେଦନ ଫର୍ମରେ ସମସ୍ତ ତଥ୍ୟ ପୂରଣ କରି ନେବାକୁ ପଡିବ। ଏହାସହିତ ପାସପୋର୍ଟ ସାଇଜର ଫଟୋ ଓ ଆବଶ୍ୟକୀୟ ପ୍ରମାଣପତ୍ର ସାଙ୍ଗରେ ନେବକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଏୟାର ଇଣ୍ଡିଆ ଲିମିଟେଡର ଅଫିସିଆଲ ୱେବସାଇଟ www.airindia.in ରେ ଲଗଇନ କରନ୍ତୁ।

#jobs #airindialimited

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon