• padmabati kund

ଟିକଟକ୍ ହଟିବା ପରେ ଟ୍ଵିଟରରେ ଆସିଲା ଏମିତି ମଜାଦାର ପ୍ରତିକ୍ରିୟା


(ବେତାର ବ୍ୟୁରୋ) ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତି ଓ ନିର୍ଦ୍ଦେଶ ଅନୁସାରେ ଆପଲ ଏବଂ ଗୁଗୁଲ ଏହାର ପ୍ଲେଷ୍ଟୋରରୁ ଲୋକପ୍ରିୟ ଭିଡିଓ ପ୍ରସ୍ତୁତକାରୀ ଆପ୍ ଟିକ୍ ଟକ୍ କୁ ବ୍ଲକ କରି ଦେଇଛନ୍ତି। ବର୍ତ୍ତମାନ ଏହା ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ଷ୍ଟୋରରେ ଉପଲବ୍ଧ ହେବ ନାହିଁ, ଅର୍ଥାତ ଯେଉଁମାନେ ଏହି ଆପ୍ ଡାଉନଲୋଡ କରିନାହାନ୍ତି, ବର୍ତ୍ତମାନ ଆଉ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ ନାହିଁ। ଏହାକୁ ନେଇ ଟ୍ଵିଟରରେ ଲୋକମାନଙ୍କର ଭିନ୍ନ ଭିନ୍ନ ମଜାଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଖୁବ କମ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଥିବା ଏହି ଭିଡିଓ ଶେୟାରିଙ୍ଗ ଆପ୍ ଡାଉନଲୋଡକୁ ବ୍ଲକ କରାଯିବା ପରେ ଲୋକମାନେ ଟ୍ଵିଟରରେ ଯେପରି ପ୍ରତିକ୍ରିୟା ଦେଉଛନ୍ତି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଟ୍ଵିଟର ବ୍ୟବହାରକାରୀ ଏକ ମିମ୍ ବା ବ୍ୟଙ୍ଗାତ୍ମକ ଟିପ୍ପଣି ପୋଷ୍ଟ କରି ଲେଖିଛନ୍ତି ଟିକ୍ ଟକ୍ ବ୍ୟବହାର କରୁଥିବା ପୁଅମାନେ ବର୍ତ୍ତମାନ ଏପରି କହୁଥିବେ ‘ଜୀବନ ବରବାଦ୍ ହୋଇଗଲା।‘

ଟିକ୍ ଟକରେ ଭିଡିଓ କରି ଯେଉଁମାନେ ନିଜ ବାୟୋଡାଟାରେ ଆକ୍ଟର ବୋଲି ଲେଖିଥାନ୍ତି, ସେମାନଙ୍କ ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଉ ବୋଲି ଜଣେ ଟ୍ଵିଟର ବ୍ୟବହାରକାରୀ ପୋଷ୍ଟ କରିଛନ୍ତି।

ସେହିପରି ଅନ୍ୟଜଣେ ବ୍ୟବହାରକାରୀ ଟିକ୍ ଟକ୍ ଆପ୍ ବ୍ୟାନ ହେବାପରେ ଅନ୍ୟ ଭିଡିଓ ଶେୟାରିଙ୍ଗ ଆପ୍ ଯଥା ଭିଗୋ ଓ ଲାଇକ୍ ଆପ୍ ଉଦ୍ଦେଶ୍ୟରେ ଏକ ମଜାଦାର ମିମ୍(ବ୍ୟଙ୍ଗାତ୍ମକ ଚିତ୍ର) ପୋଷ୍ଟ କରିଛନ୍ତି। ଟିକ୍ ଟକ୍ ଆପ୍ ପରେ ଏହି ଦୁଇ ଭିଡିଓ ମେକିଙ୍ଗ ଆପର ସମୟ ଆସୁଛି ବୋଲି ସେ ଲେଖିଛନ୍ତି।

କିଛିଲୋକ ଟିକ୍ ଟକ୍ ବ୍ୟବହାରକାରୀଙ୍କ ମଜା ଉଡାଇ ଅନେକ ମିମ୍ ପୋଷ୍ଟ କରିଛନ୍ତି। ଜଣେ ବ୍ୟବହାରକାରୀ

ଏକ ମିମ୍ ପୋଷ୍ଟ କରି ଲେଖିଛନ୍ତି, “ଭାରତରେ ଟିକ୍ ଟକ୍ ଆପ୍ ବ୍ୟାନ କରାଯିବା ପରେ ଟିକ୍ ଟକ୍ ବ୍ୟବହାରକାରୀଙ୍କ ଅବସ୍ଥା ଏପରି ହୋଇଯାଇଛି।“ ସେହି ମିମରେ ଲେଖାହୋଇଛି ଯେ, ଆମେ ଏଠାରେ ବଞ୍ଚିପାରିବୁ ନାହିଁ, ଏଠାରେ କ୍ୟାରିୟର ସଙ୍କଟରେ ଆସିଗଲାଣି।‘

ଏବେବି ଡାଉନଲୋଡ କରିପାରିବେ

କେନ୍ଦ୍ର ସରକାରଙ୍କ ଆଦେଶ ଅନୁସାରେ ଯେଉଁମାନେ ପୂର୍ବରୁ ଏହି ଆପ୍ ଡାଉନଲୋଡ କରି ନ ଥିବେ ସେମାନେ ଏହା ଆଗକୁ ନ କରି ପାରନ୍ତି । ତେବେ ଯେଉଁମାନେ ପୂର୍ବରୁ ଡାଉନଲୋଡ କରି ସାରିଛନ୍ତି ସେମାନଙ୍କ ପାଇଁ କୌଣସି କଟକଣା ନାହିଁ । ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ଷ୍ଟୋରରୁ ଏହି ଆପ୍ ବ୍ଲକ ହୋଇଯାଇଥିଲେ ମଧ୍ୟ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀ ମାନେ ଏହାକୁ ଥାର୍ଡପାର୍ଟି ୱେବସାଇଟ APK mirror, APK Pure, AndroidApks ଓ ଅନ୍ୟାନ୍ୟ ୱେବସାଇଟରୁ APK file ଡାଉନଲୋଡ କରିପାରିବେ। ଏଥିପାଇଁ googleରେ ‘TIK TOK apk’ ସର୍ଚ୍ଚ କରନ୍ତୁ ଓ ଆପଣଙ୍କୁ ଅନେକ ୱେବସାଇଟ ତରଫରୁ ଏହାର APK file ମିଳିଯିବ।

ଏହି ଲୋକପ୍ରିୟ ଭିଡିଓ ଶେୟର ଆପ୍ ‘ଟିକ୍ ଟକ୍’ ଡାଉନଲୋଡ ଉପରେ ବ୍ୟାନ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ଗତ ଏପ୍ରିଲ 3 ତାରିଖରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଟିକ୍ ଟକ୍ ଆପରେ ପ୍ରସ୍ତୁତ ହୋଇଥିବା ଭିଡିଓକୁ ପ୍ରସାରଣ ନ କରିବା ପାଇଁ ଗଣମାଧ୍ୟମକୁ ମଧ୍ୟ ନିର୍ଦ୍ଦେଶ ଜାରି ହେଇଥିଲା।ଟିକ୍ ଟକ୍ ଭିଡିଓରେ ଦିନକୁ ଦିନ ଅଶ୍ଳୀଳତାର ବୃଦ୍ଧି ପାଉଥିବାରୁ କୋର୍ଟ ତରଫରୁ ଏପରି ନିର୍ଦ୍ଦେଶ ଦିଆଯାଇଥିଲା ।

#tiktokapp #bantiktok #twitterreaction

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon