• padmabati kund

ଫିଲ୍ମି ରିଭ୍ୟୁ : ‘କଳଙ୍କ’ର ପ୍ରଥମ ଭାଗ ନିରାଶାଜନକ, ଦ୍ଵିତୀୟ ଭାଗ ଦମଦାର


(ବେତାର ବ୍ୟୁରୋ) ମହାବୀର ଜୟନ୍ତୀ ଓ ଗୁଡ ଫ୍ରାଇଡେ ଅବସରରେ ବୁଧବାର ବଲିଉଡର ବହୁ ପ୍ରତୀକ୍ଷିତ ମଲ୍ଟିଷ୍ଟାରର ଫିଲ୍ମ ‘କଳଙ୍କ’ ରିଲିଜ ହୋଇଯାଇଛି। ବଲିଉଡର ଅନେକ ନାମୀଦାମୀ ଅଭିନେତାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟିକୁ ଦେଖିବା ପରେ ଫିଲ୍ମ ସମୀକ୍ଷକ, ଦର୍ଶକ ଓ ବଲିଉଡ ଇଣ୍ଡଷ୍ଟ୍ରୀର ଅନ୍ୟ କଳାକାରମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଦେଇସାରିଲେଣି।

କରନ ଜୋହର, ହିରୋ ଜୋହର, ଅପୂର୍ବା ମେହେତା ଓ ସାଜିଦ ନାଡିଆୱାଲାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଦର୍ଶକମାନେ ଖୁବ ଆଗ୍ରହର ସହ ଚାହିଁ ବସିଥିଲେ। କିନ୍ତୁ ଫିଲ୍ମ ରିଲିଜ ହେବା ପରେ ଫିଲ୍ମ ସମୀକ୍ଷକ ତରନ ଆଦର୍ଶଙ୍କ ରିଭ୍ୟୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତରନ ଆଦର୍ଶ ଫିଲ୍ମ ଉପରେ ମତ ଦେଇ ଟ୍ଵିଟ  କରି ଲେଖିଛନ୍ତି ଯେ, ‘କଳଙ୍କ’ ସେତେ ଖାସ ହୋଇନାହିଁ, ଯେଉଁପରି ଭାବରେ ମନୋରଞ୍ଜନ ଫିଲ୍ମ ଠାରୁ ଆଶା ରଖାଯାଇଥିଲା, ତାହା ଫିଲ୍ମଠାରୁ ମିଳିନାହିଁ।“

ତେବେ ଫିଲ୍ମର କିଛି ଡ୍ରାମାଟିକ ଭାଗ ଭଲ ହୋଇଛି ଓ ମଧ୍ୟାନ୍ତର ପରେ ଦ୍ଵିତୀୟ ଭାଗଟି ଦର୍ଶକଙ୍କୁ ଯୋଡି ରଖିପାରିବ ବୋଲି ସେ ମତ ଦେଇଛନ୍ତି। ଏହାସହିତ ସେ ଫିଲ୍ମର ଶେଷ ଭାଗକୁ ଭଲ ବୋଲି କହିଛନ୍ତି ଓ ଅଭିନେତା, ଅଭିନେତ୍ରୀଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରିଛନ୍ତି।

ଏହି ରିଭ୍ୟୁ ଦେଖିବା ପରେ କିଛି ଫ୍ୟାନ ବୁକିଙ୍ଗ କରିଥିବା ଟିକେଟକୁ କ୍ୟାନସଲ କରୁଥିବାର ମଧ୍ୟ କହୁଛନ୍ତି। ଅନେକ ଦର୍ଶକ ଫିଲ୍ମକୁ ନେଇ ନକରାତ୍ମକ ପ୍ରତିକ୍ରିୟା ଦେଉଥିବା ବେଳେ, ଫିଲ୍ମକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଉଥିବା ଦର୍ଶକଙ୍କ ସଂଖ୍ୟା ମଧ୍ୟ କମ ନାହିଁ। ଫିଲ୍ମକୁ ସୁପରହିଟ କହିବା ସହିତ ଫିଲ୍ମର ସମସ୍ତ କଳାକାରଙ୍କ ଅଭିନୟକୁ ଦର୍ଶକମାନେ ପ୍ରଶଂସା ମଧ୍ୟ କରୁଛନ୍ତି।

କାହାଣୀ

ଫିଲ୍ମର କାହାଣୀ ୧୯୪୦ ଦଶକର ହୁସୈନାବାଦ ଉପରେ ଆଧାରିତ। ଯେଉଁଠାରେ ରୁପ୍(ଆଲିୟା ଭଟ୍ଟ)ର ଜୀବନ ହଠାତ ବଦଳିଯାଏ ଓ ନିଜ ଭଉଣୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଦେବ ଚୌଧୁରୀ (ଆଦିତ୍ୟ କପୁର)କୁ ବିବାହ କରିବାକୁ ରାଜି ହୋଇଯାଏ। ଦେବର ପତ୍ନୀ (ସୋନାକ୍ଷୀ ସିହ୍ନା)ର କ୍ୟାନସର ରୋଗରେ ପଡି ମୃତ୍ୟୁ ହୋଇଯାଇଥାଏ ଓ ମାରିବା ଆଗରୁ ସେ ନିଜ ସ୍ଵାମୀ ପାଇଁ ପତ୍ନୀ ରୂପରେ ଏକ ଜୀବନସାଥୀ ଦେବାକୁ ଇଚ୍ଛା ରଖିଥାଏ। ମାତ୍ର ରୂପ୍ ସହିତ ବିବାହ ପରେ ଦେବ୍ ସ୍ପଷ୍ଟ କରିଦିଏ ଯେ ସେ କେବେବି ରୁପ୍ କୁ ଭଲପାଇବ ନାହିଁ।

ଏହାପରେ ରୁପ୍ ବାହାର ବେଗମ (ମାଧୁରୀ ଦୀକ୍ଷିତ)ର କୋଠାକୁ ଗୀତ ଶିଖିବାକୁ ଯାଏ। ସେଠାରେ ସେ ଜଫର (ବରୁଣ ଧାୱନ) ସହିତ ଦେଖାହୁଏ ଓ ତାକୁ ଭଲ ପାଇବସେ। ଏହାସହିତ କାହାଣୀରେ ଦେଶର ଭାଗବଣ୍ଟାକୁ ନେଇ ଏକ ଟ୍ରାକ ମଧ୍ୟ ଚାଲୁଥାଏ। ଫିଲ୍ମର ଶେଷ ଆଡକୁ ଦେବ୍ ଜାଣିଯାଏ ଯେ ତାହାର ସାବତ ଭାଇ ଜଫର ତାର ପତ୍ନୀ ରୂପ୍ ର ପ୍ରେମୀ ଅଟେ। ମାତ୍ର ସେତେବେଳକୁ ଅବଦୁଲ (କୃନାଲ ଖେମୁ)ରକ୍ତର ଖେଳ ଆରମ୍ଭ କରିଦେଇଥାଏ।  ଏହାପରେ କାହାଣୀ କେଉଁ ମୋଡ ନେଉଛି ଜାଣିବା ପାଇଁ ଫିଲ୍ମ ଦେଖିବାକୁ ପଡିବ।

ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବରୁଣ ଧାୱନ, ଆଲିଆ ଭଟ୍ଟ, ମଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର, କୃନାଲ ଖେମୁ, କିଆରା ଆଡଭାନୀ ଓ କୃତି ସାନନ ଅଭିନୟ କରିଛନ୍ତି। ପ୍ରାୟ ୮୦କୋଟିର ବଜେଟରେ ପ୍ରସ୍ତୁତ ଏହି ଫିଲ୍ମକୁ ଭାରତରେ ୪୦୦୦ଟି ହଲରେ ଓ ବିଦେଶରେ ୧୩୦୦ଟି ହଲରେ ରିଲିଜ କରାଯାଇଛି।

ଟ୍ରେଲର ରିଲିଜ ସମୟରୁ ଦର୍ଶକଙ୍କ ମଧ୍ୟରେ ଯେଉଁ ଉତ୍ସାହ ଭରି ରହିଥିଲା, ତାହାକୁ ଦେଖି ଅନୁମାନ କରାଯାଉଛି ଯେ, ଫିଲ୍ମଟି ପ୍ରଥମ ଦିନରେ ଖୁବ ଭଲ ରୋଜଗାର କରିବ। ଏହାସହିତ ଫିଲ୍ମଟିକୁ ପାଞ୍ଚଦିନର ୱିକେଣ୍ଡ ମଧ୍ୟ ମିଳିଛି।    

#entertainment #Bollywood #Kalank #kalankreview

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon