• padmabati kund

ବୈବାହିକ ଜୀବନକୁ ଖରାପ କରିଥାଏ ପୁରୁଷଙ୍କ ଏହି ୫ ଅଭ୍ୟାସ


(ବେତାର ବ୍ୟୁରୋ) ସମସ୍ତେ ନିଜର ବୈବାହିକ ଜୀବନ ସୁଖଶାନ୍ତିରେ କଟୁ ବୋଲି ଚାହିଁଥାନ୍ତି। ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଉଭୟ ସ୍ଵାମୀ ଓ ସ୍ତ୍ରୀ ଖୁବ ଚେଷ୍ଟା କରିଥାନ୍ତି। ମାତ୍ର ବେଳେବେଳେ ଆମେ ନିଜ ଅଜାଣତରେ ଏପରି କିଛି ଭୁଲ କରିଥାଉ ଯାହାଦ୍ୱାରା ଏହି ସ୍ଵପ୍ନ ଭାଙ୍ଗିଯାଇଥାଏ। ଏକ ସଫଳ ବୈବାହିକ ସମ୍ପର୍କ ଆମ ସହିତ ଜଡିତ ଅନ୍ୟାନ୍ୟ ସମ୍ପର୍କକୁ ସୂଚାରୁରୂପେ ପରିଚାଳନା କରିବାରେ ସହାୟକ ହୋଇଥାଏ। କିନ୍ତୁ ବୈବାହିକ ଜୀବନକୁ ସବୁବେଳେ ଶାନ୍ତିପୂର୍ଣ୍ଣ ରଖିବା ବହୁତ କଷ୍ଟକର ବ୍ୟାପାର ଅଟେ।

ବେଳେ ପୁରୁଷମାନଙ୍କ କିଛି ବ୍ୟବହାର ଯୋଗୁଁ ମଧ୍ୟ ପତିପତ୍ନୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ପୁରୁଷଙ୍କର ଏପରି ପାଞ୍ଚଟି ବ୍ୟବହାର ବିଷୟରେ।

୧.ସ୍ତ୍ରୀ’ଙ୍କ ସହିତ ଯଥେଷ୍ଟ ସମୟ ନ ବିତାଇବା: ପୁରୁଷମାନେ ବିବାହ ପୂର୍ବରୁ ନିଜ ସାଙ୍ଗସାଥୀଙ୍କ ସହିତ ଅନେକ ସମୟ ବିତାଇଥାନ୍ତି। କିନ୍ତୁ ବିବାହ ପରେ ସାଙ୍ଗସାଥୀଙ୍କ ସହିତ ଅଧିକ ସମୟ ବିତାନ୍ତୁ ନାହିଁ। ଏପରି କରିବା ଦ୍ଵାରା ଆପଣଙ୍କ ସ୍ତ୍ରୀ’ଙ୍କ ମନରେ ଅଶାନ୍ତି ସୃଷ୍ଟି ହୋଇପାରେ। ସାଙ୍ଗ ମାନଙ୍କ ପାଇଁ ସମୟ କାଢିବା ସହିତ ସ୍ତ୍ରୀ’ଙ୍କ ସହିତ ସମୟ ବିତାଇବାକୁ ଭୁଲନ୍ତୁ ନାହିଁ।

୨.ଘର କାମରେ ସାହାଯ୍ୟ କରନ୍ତୁ: ଘରର ସମସ୍ତ ଦାୟିତ୍ଵ ପତ୍ନୀଙ୍କ ଉପରେ ରହିବା ଫଳରେ ସେ ନିଜ ସ୍ଵାମୀଙ୍କ ପାଇଁ ମଧ୍ୟ ସମୟ ଦେଇପାରିନଥାନ୍ତି। ଏପରି ପରିସ୍ଥିତିରେ ନିଜ ବୈବାହିକ ଜୀବନରେ ଅଧିକ ରୋମାଣ୍ଟିକ ଓ ମଜଭୁତ କରିବା ପାଇଁ ଘରର କାମରେ ପତ୍ନୀଙ୍କୁ ସାହାଯ୍ୟ କରନ୍ତୁ। ଏପରି କରିବା ଦ୍ଵାରା ମହିଳାଙ୍କ ମନରେ ପୁରୁଷଙ୍କ ପ୍ରତି ସମ୍ମାନ ଅଧିକ ବଢିଯାଇଥାଏ ଓ ଉଭୟ ପରସ୍ପର ସହିତ ସମୟ ବିତାଇ ପାରନ୍ତି।

୩.ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ: ବିବାହ ପରେ ଅନେକ ପୁରୁଷ ନିଜ ପତ୍ନୀଙ୍କର ପ୍ରଶଂସା କରିବାକୁ ଭୁଲିଯାଆନ୍ତି। ଯାହାଫଳରେ ସମ୍ପର୍କ ବୋରିଙ୍ଗ ହୋଇଯାଇଥାଏ। ପତ୍ନୀଙ୍କୁ କିଛି ଖାସ ଅନୁଭବ ଦେବା ପାଇଁ ତାଙ୍କୁ ପ୍ରଶଂସା କରନ୍ତୁ। ଏହାଦ୍ଵାରା ପତ୍ନୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ମଧ୍ୟ ବଢିଥାଏ।

୪.ଇମ୍ପ୍ରେସ କରିବାର କୌଣସି ସୁଯୋଗ ଛାଡନ୍ତୁ ନାହିଁ: ବିବାହ କରିବା ପରେ ସ୍ଵାମୀମାନେ ନିଜ ପତ୍ନୀଙ୍କୁ ଇମ୍ପ୍ରେସ କରିବା ବନ୍ଦ କରିଦେଇଥାନ୍ତି। ବିବାହର ବହୁ ଦିନ ପରେ ମଧ୍ୟ ଆପଣଙ୍କ ମଧ୍ୟରେ ପୂର୍ବପରି ରୋମାନ୍ସ ଜାରି ରଖିବା ପାଇଁ ସ୍ତ୍ରୀ’କୁ ଇମ୍ପ୍ରେସ କରିବାର କୌଣସି ସୁଯୋଗ ହାତଛଡା କରନ୍ତୁ ନାହିଁ।

୫.ପରସ୍ପରକୁ ସମ୍ମାନ ଦିଅନ୍ତୁ: ଅନେକ ପୁରୁଷମାନେ ବିବାହ କରିବା ପରେ ନିଜ ସ୍ତ୍ରୀଙ୍କ ଉପରେ ନିଷ୍ପତ୍ତି ଲଦି ଦିଅନ୍ତି। ସେମାନେ ଭାବନ୍ତି, ସେମାନେ ଯାହାବି କହୁଛନ୍ତି ତାହା ଠିକ ଓ ସ୍ତ୍ରୀ ମାନେ ସେହି କଥାକୁ ମାନିବାକୁ ବାଧ୍ୟ। ସ୍ତ୍ରୀଙ୍କର ବିଚାରକୁ ସେମାନେ ସମ୍ମାନ ଦେଇନଥାନ୍ତି। ଏପରି କରିବା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇପାରେ।

#relationship #happymarriedlife #couplegoals

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon