• ବେତାର ବ୍ୟୁରୋ

ଆଇଟିଆଇ,+2 ପାସଙ୍କ ପାଇଁ BSFରେ 1,072 କନେଷ୍ଟବଳ ସୁଯୋଗ; ଦରମା ଟ.25,500


(ବେତାର ବ୍ୟୁରୋ) ବର୍ଡର ସିକ୍ୟୁରିଟି ଫୋର୍ସ (BSF) ତରଫରୁ ଏହାର ଅଫିସିଆଲ ୱେବସାଇଟରେ ମୋଟ 1072ଟି ହେଡ କନଷ୍ଟେବଲ (ରେଡିଓ ଅପରେଟର) ଓ ହେଡ କନଷ୍ଟେବଲ (ରେଡିଓ ମେକାନିକ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ମେ’ 14 ତାରିଖ ରାତି 1.00ରୁ ଆରମ୍ଭ ହେବ ଓ ଆବେଦନ ଶେଷ ତାରିଖ ଜୁନ 12 ତାରିଖ ରାତି 11.59 ପର୍ଯ୍ୟନ୍ତ ରହିଛି।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 1072ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ହେଡ କନଷ୍ଟେବଲ (ରେଡିଓ ଅପରେଟର) ପାଇଁ 300ଟି ପଦବୀ ଓ ହେଡ କନଷ୍ଟେବଲ (ରେଡିଓ ମେକାନିକ) ପାଇଁ 772ଟି ପଦବୀ ରହିଛି।

ଦରମା

ଏହି ହେଡ କନଷ୍ଟେବଲ (ରେଡିଓ ଅପରେଟର) ଓ ହେଡ କନଷ୍ଟେବଲ (ରେଡିଓ ମେକାନିକ) ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500 ରୁ ଟ.81,000 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜୁନ 12, 2019 ସୁଦ୍ଧା ସର୍ବନିମ୍ନ 18 ବର୍ଷ ଓ ସର୍ବାଧିକ 25ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 3ବର୍ଷ, ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ହେଡ କନଷ୍ଟେବେଲ (ରେଡିଓ ଅପରେଟର) ଓ ହେଡ କନଷ୍ଟେବଲ(ରେଡିଓ ମେକାନିକ) ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ବା ବୋର୍ଡରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଯୁକ୍ତଦୁଇରେ କେମେଷ୍ଟ୍ରୀ, ଫିଜିକ୍ସ ଓ ଗଣିତ ବିଷୟରେ 60% ମାର୍କ ରଖି ପାସ କରିଥିବା ଆବଶ୍ୟକ। କିମ୍ବା ଆଇଟିଆଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.100 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରାର୍ଥୀଙ୍କୁ କୌଣସି ଫି’ ପଇଠ କରିବାକୁ ପଡିବ ନାହିଁ। ଏହି ଫି’ ଅନଲାଇନରେ ନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ମାଧ୍ୟମରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF)ର ଅଫିସିଆଲ ୱେବସାଇଟ www.bsf.nic.in ରେ ଲଗଇନ କରନ୍ତୁ। ଏହାପରେ recruitment ଅପ୍ସନ ଉପରେ କ୍ଲିକ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟ ଦେଇ ରେଜିଷ୍ଟ୍ରର କରନ୍ତୁ ଓ ଆବେଦନ ଫର୍ମକୁ ପୂରଣ କରି ପାସପୋର୍ଟ ସାଇଜ ଫଟୋ ଅପଲୋଡ କରନ୍ତୁ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF)ର ଅଫିସିଆଲ ୱେବସାଇଟ www.bsf.nic.in ରେ ଲଗଇନ କରନ୍ତୁ।    

#jobs #BSFrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon