• padmabati kund

ଆଗାମୀ ଫିଚର : ହ୍ଵାଟସଅପରେ ଚ୍ୟାଟିଙ୍ଗ ସମୟରେ ନେଇହେବ ନାହିଁ ସ୍କ୍ରିନସଟ୍


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ ଆପ୍ ହ୍ଵାଟସଅପ ଏହାର ବ୍ୟବହାରକାରୀଙ୍କ ଅନୁଭବକୁ ସହଜ କରିବା ପାଇଁ ଲଗାତାର ଭାବରେ ନୂଆ ନୂଆ ଫିଚର ଯୋଡୁଛି। ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ତରଫରୁ ଏକ ନୂଆ ଫିଚର ଆଣିବାକୁ ଯାଉଛି, ଯାହାକି ବ୍ୟବହାରକାରୀଙ୍କ ପାଇଁ ବହୁତ ଲାଭଦାୟକ ରହିବ। ଏହି ଫିଚରର ବ୍ୟବହାର କରି ଆପଣ ଚ୍ୟାଟିଙ୍ଗ  କରୁଥିବା ସମୟରେ ହ୍ଵାଟସଅପର ସ୍କ୍ରିନସଟ୍ ନେଇପାରିବେ ନାହିଁ।

WABetainfo ତରଫରୁ ଦିଆଯାଇଥିବା ସୂଚନା ମୁତାବକ ହ୍ଵାଟସଅପ ତରଫରୁ ଏପରି ଏକ ଫିଚର ଲଞ୍ଚ ହେବାକୁ ଯାଉଛି, ଯାହାଫଳରେ ଆପଣ ଆଉ ହ୍ଵାଟସଅପ ଚ୍ୟାଟର ସ୍କ୍ରିନସଟ୍ ନେଇପାରିବେ ନାହିଁ। ହ୍ଵାଟସଅପ ତରଫରୁ ନିକଟରେ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଫିଚର ଯୋଗ କରାଯାଇଥିଲା ଏବଂ ଏହାକୁ ଉଭୟ ଆଣ୍ଡ୍ରଏଡ ଓ ios ମୋବାଇଲ ପାଇଁ ଅପଡେଟ କରାଯାଇଥିଲା। ଏହି ଫିଚର ଅନୁସାରେ ଥରେ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନକୁ ଆକ୍ଟିଭ କରିବା ପରେ ଆପଣ ସ୍କ୍ରିନସଟ୍ ନେଇପାରିବେ ନାହିଁ।

ଏହାସହିତ ଯେଉଁ ବ୍ୟବହାରକରୀ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଅପ୍ସନକୁ ଆକ୍ଟିଭ କରିବେ ନାହିଁ, ସେମାନେ ଏହି ଆପ୍ ରେ ସ୍କ୍ରିନସଟ୍ ନେଇପାରିବେ। ରିପୋର୍ଟରେ ପ୍ରକାଶିତ ସୂଚନା ମୁତାବକ, ଏହି ଫିଚର ଆଣ୍ଡ୍ରଏଡ ବିଟା ଅପଡେଟ 2.19.106 ରେ ଉପଲବ୍ଧ କରାଯାଇନାହିଁ। ଖୁବ ଶୀଘ୍ର ଏହାକୁ ଉପଲବ୍ଧ କରାଯିବ।

ଏହି ଫିଚରକୁ ନେଇ ଅନେକ ଲୋକ ବିଭିନ୍ନ ମତ ଦେଇଛନ୍ତି। ଏହି ଫିଚର ଦ୍ଵାରା ବ୍ୟବହାରକାରୀଙ୍କୁ କୌଣସି ଫାଇଦା ମିଳିବ ନାହିଁ ବୋଲି କୁହାଯାଉଛି। କାରଣ ଏହି ଫିଚର ସାହାଯ୍ୟରେ ଆପଣ ନିଜ ମୋବାଇଲରେ ସ୍କ୍ରିନସଟ୍ ନେଇପାରିବେ ନାହିଁ, କିନ୍ତୁ ଅନ୍ୟଜଣେ ବ୍ୟକ୍ତି ଆପଣଙ୍କ ଚ୍ୟାଟର ସ୍କ୍ରିନସଟ୍ ନେଇପାରିବେ। ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଫିଚର ଅନ୍ ହେବା ପରେ ଆପଣ ନିଜ ମୋବାଇଲରେ ଚ୍ୟାଟର ସ୍କ୍ରିନସଟ୍ ନେଇପାରିବେ ନାହିଁ, କିନ୍ତୁ ଅନ୍ୟଜଣେ ବ୍ୟକ୍ତି ତାଙ୍କ ମୋବାଇଲରେ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଅନ ନକରି ସ୍କ୍ରିନସଟ୍ ନେଇପାରିବେ।

ହ୍ଵାଟସଅପର ନୂଆ ଇମୋଜି

ହ୍ଵାଟସଅପର ନୂଆ ବିଟା ଭର୍ସନ 2.19.106ରେ ନୂଆ ଡୁଡୁଲ UI ମଧ୍ୟ ଦେଖିବାକୁ ମିଳିଛି। ଏହି ନୂଆ ଡୁଡୁଲ UI ଫିଚର ଇନଷ୍ଟାଗ୍ରାମର ଡୁଡୁଲ ଡ୍ରୟର ପରି ଅଟେ। ଏଥିରେ ଷ୍ଟିକର୍ସ ଓ ଇମୋଜି ପାଇଁ ଅଲଗା ଅଲଗା ଟ୍ୟାବ ଦିଆଯିବ। ଷ୍ଟିକର୍ସକୁ Favourite ଓ category ଭାବରେ ଗ୍ରୁପ କରାଯାଇଛି, ଯାହାଫଳରେ ଆପଣ ସହଜରେ କୌଣସି ଷ୍ଟିକର ଖୋଜିପାରିବେ।    

ଏହି ନୂଆ UIରେ ସର୍ଚ୍ଚ ଫିଚର ମଧ୍ୟ ଯୋଡା ଯାଇଛି। ଏହାବ୍ୟତୀତ ଡାର୍କମୋଡ ପରି ଫିଚର ଉପରେ ମଧ୍ୟ ହ୍ଵାଟସଅପ ତରଫରୁ ଟେଷ୍ଟିଙ୍ଗ ଚାଲୁଅଛି।

#whatsapp #newfeature

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon