• ବେତାର ବ୍ୟୁରୋ

ଇଞ୍ଜିନିୟରିଙ୍ଗ ପ୍ରାର୍ଥୀଙ୍କ ପାଇଁ BHELରେ 145ଟି ନିଯୁକ୍ତି ସୁଯୋଗ, ଏତିକି ମିଳିବ ଦରମା


(ବେତାର ବ୍ୟୁରୋ) ସରକାରୀ କମ୍ପାନୀ ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ (BHEL) ତରଫରୁ 145ଟି ଇଞ୍ଜିନିୟର ଟ୍ରେନି ଓ ଏକଜ୍ୟୁକେଟିଭ ଟ୍ରେନି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ସର୍ବ ଭାରତୀୟ ସ୍ତରରେ ଏହାର ଭିନ୍ନ ଭିନ୍ନ ୟୁନିଟ paain ହେବ ଓ ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନେ ମେ’ 6, 2019 ରାତି 11.45 ମଧ୍ୟରେ ଆବେଦନ କରିପାରିବେ। ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ମେ’ 8 ତାରିଖ ସନ୍ଧ୍ୟା 6.00 ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତି ପାଇଁ ପରୀକ୍ଷା ମେ’ 25 ଓ 26 ତାରିଖରେ ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 145ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ମେକାନିକାଲ ବିଭାଗ ପାଇଁ 40ଟି, ଇଲେକ୍ଟ୍ରିକାଲ ପାଇଁ 30ଟି, ସିଭିଲ ପାଇଁ 20ଟି, କେମିକାଲ ପାଇଁ 10ଟି, HR ପାଇଁ 20ଟି ଓ ଫାଇନାନ୍ସ ପାଇଁ 25ଟି ପଦବୀ ରହିଛି। ଏହି ସବୁ ପଦବୀ ଗୁଡିକମଧ୍ୟରୁ କିଛି ପଦବୀ ଅନୁସୂଚିତ ବର୍ଗ/ଆଦିବାସୀ ଓ ଗରିବ ଉଚ୍ଚଜାତିଙ୍କ ନିମନ୍ତେ ସଂରକ୍ଷିତ ଅଛି ।

ଦରମା

ଏହି ଟ୍ରେନି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଟ୍ରେନିଙ୍ଗ ପିରିୟଡରେ ରଖାଯିବ। ଏହି ଟ୍ରେନିଙ୍ଗ ପିରିୟଡରେ ପ୍ରାର୍ଥୀଙ୍କୁ ଟ.50,000 (ବେସିକ ପେ') ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଟ୍ରେନିଙ୍ଗ ସାରିବା ପରେ ପ୍ରାର୍ଥୀଙ୍କୁ ଟ.60,000 ବେସିକ ପେ ହାରରେ ଦରମା ପ୍ରଦାନ କରାଯିବ।

ଏହି ସରକାରୀ କମ୍ପାନୀର ବିଜ୍ଞପ୍ତି ଅନୁସାରେ ପୂର୍ଣ୍ଣ ନିଯୁକ୍ତି ହେବା ପରେ ଜଣେ ପ୍ରାର୍ଥୀ ବାର୍ଷିକ

ଅତି କମରେ 12 ଲକ୍ଷ ଟଙ୍କା ପାଇ ପାରିବେ ।

ବୟସସୀମା

ଇଞ୍ଜିନିୟରିଙ୍ଗ ଟ୍ରେନି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଏପ୍ରିଲ 1, 2019 ସୁଦ୍ଧା ସର୍ବାଧିକ 27ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ଏକଜ୍ୟୁକେଟିଭ ଟ୍ରେନି ପଦ ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବାଧିକ 29 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଇଞ୍ଜିନିୟରିଙ୍ଗ ଟ୍ରେନି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ବା ବିଶ୍ଵବିଦ୍ୟାଳୟରୁ BE/B.tech ପାସ କରିଥିବା ଆବଶ୍ୟକ। ଏକଜ୍ୟୁକେଟିଭ ଟ୍ରେନି (HR) ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟରେ PG ବା ଡିପ୍ଲୋମା ପାସ କରିଥିବା ଅବଶ୍ୟକ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.800 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.300 ଫି’ ଦେବାକୁ ପଡିବ। ଏହି ଫି’କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ମାଧ୍ୟମରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରଥମେ ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ (BHEL)ର ଚାକିରୀ ସମ୍ବନ୍ଧିତ ୱେବସାଇଟ https://careers.bhel.in ଲଗଇନ କରନ୍ତୁ। ଆବେଦନ ଫର୍ମରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରି submit କରିପାରିବେ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ (BHEL)ର ଚାକିରୀ ସମ୍ବନ୍ଧିତ ୱେବସାଇଟ https://careers.bhel.in ଲଗଇନ କରନ୍ତୁ।

#jobs #bhelrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon