• padmabati kund

ସଠିକ ଇୟରଫୋନ ବାଛିବା ପାଇଁ ଆପଣାନ୍ତୁ ଏହି ଟିପ୍ସ


(ବେତାର ବ୍ୟୁରୋ) ମୋବାଇଲରେ ଗୀତ ଶୁଣିବା ପାଇଁ ଓ କଲରେ କଥା ହେବା ପାଇଁ ଆମେ ହେଡଫୋନ ବ୍ୟବହାର କରିଥାଉ। ବର୍ତ୍ତମାନ ବଜାରରେ ବିଭିନ୍ନ କମ୍ପାନୀର ହେଡଫୋନର ବିକ୍ରି କରାଯାଉଛି। ଏପରି ସମୟରେ ନିଜ ପାଇଁ ସଠିକ ହେଡଫୋନ/ଇୟରଫୋନ ବାଛିବା ବହୁତ କଷ୍ଟକର ଅଟେ।

ବର୍ତ୍ତମାନ ବଜାରରେ ଇନ୍ ଇୟର ହେଡଫୋନ, ଓଭର ଦ ଇୟର ଓ ଇୟରବଡ୍ ଆଦି ହେଡଫୋନ ଉପଲବ୍ଧ ହେଉଛି। ତେବେ ନିଜ ପାଇଁ ଇୟରଫୋନ କିଣିବା ସମୟରେ କେଉଁ ପ୍ରକାରର ଇୟରକଡ୍ କିଣି ଆପଣ କଣ ସୁବିଧା ପାଇବେ ଆସନ୍ତୁ ଜାଣିବା।

ଇନ୍ ଇୟର ହେଡଫୋନ

ଏହି ଇୟରକଡ୍ ସାଧାରଣତଃ ସ୍ମାର୍ଟଫୋନ ସହିତ ମିଳିଥାଏ। ଏହା କାନ ଭିତରେ ସଠିକ ଭାବରେ ଫିଟ ହୋଇଯାଇଥାଏ ଓ ଆପଣ ନିଜ ସୁବିଧା ଅନୁସାରେ ଏହାକୁ ବ୍ୟବହାର କରିପାରିବେ। ସିଲିକନ ଇୟରପିସ କାନ ଭିତରେ ଭଲ ଭାବରେ ସେଟ୍ ହୋଇରହିଥାଏ ଓ ବାହାରର ଶବ୍ଦ ଶୁଭା ଯାଇନଥାଏ। ଏହାସହିତ ଏଥିରେ ଭଲ ବେସ୍ କ୍ଵାଲିଟି ମଧ୍ୟ ମିଳିଥାଏ।

୧.ସିଗ୍ନେଟ ଫ୍ୟୁଜର II/ଅଟମିକ II: ଏହି ଦୁଇଟି ହେଡଫୋନ ଇନ୍ ଇୟର ହେଡଫୋନର ନୂତନ ରେଞ୍ଜ ଅଟେ। ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ। ଏଥିରେ ଗୀତ ଶୁଣିବା ଓ ସିନେମା ଦେଖିବା ବହୁତ ମଜାଦାର ହୋଇଥାଏ। ଏଥିରେ ଭଏସ କଲ ପାଇଁ ଇନ୍-ଲାଇନ ମାଇକ୍ରୋଫୋନ ମଧ୍ୟ ରହିଛି।

୨.କ୍ଲିପ୍ସ ଏସ4: ଯଦି ଆପଣ ଇନ୍ ଇୟର ହେଡଫୋନ ମଧ୍ୟରେ ସବୁଠାରୁ ଆରାମଦାୟକ ଓ ଭଲ ସାଉଣ୍ଡ କ୍ଵାଲିଟି ଥିବା ହେଡଫୋନ କିଣିବାକୁ ଚାହୁଁଛନ୍ତି ତେବେ କ୍ଲିପ୍ସS4 କିଣନ୍ତୁ। ଏଥିରେ ଅଣ୍ଡାକୃତି ଇୟର୍ ଟିପ୍ ରହିଥାଏ ଓ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ପରେ ଆପଣଙ୍କୁ କାନରେ ଯନ୍ତ୍ରଣା ଅନୁଭବ ହୋଇନଥାଏ। ଏହାକୁ ଲଗାଇ ଗୀତ ଶୁଣିବା ପରେ ବାହାରର ଶବ୍ଦ କମ ଶୁଭିଥାଏ।

ଓଭର ଦ ଇୟର

ଏହି ପ୍ରକାରର ଇୟରଫୋନରେ ବଡ ବଡ ଇୟରକ୍ୟାପ ରହିଥାଏ ଓ ଏହାକୁ କାନ ଉପରେ ଲଗାଇ ରଖିବାକୁ ପଡେ। ଏହା ବହୁତ ଦାମୀ ହୋଇଥିଲେ ମଧ୍ୟ ଏହାର ସାଉଣ୍ଡ କ୍ଵାଲିଟି ବହୁତ ଭଲ ରହିଥାଏ। ଏହି ପ୍ରକାରର ଇୟରଫୋନ ମଧ୍ୟରୁ ଗୋଟିଏ ହେଉଛି ଶେନହେଜର HD 201। ଏହା ଆପଣଙ୍କୁ କାନକୁ ସଂପୂର୍ଣ୍ଣ ଭାବରେ ଘୋଡାଇ ଦେଇଥାଏ ଓ ବାହାରର ଶବ୍ଦ ଭିତରକୁ ଯିବାକୁ ଦେଇନଥାଏ। ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କଲେ ମଧ୍ୟ କାନରେ ଯନ୍ତ୍ରଣା ହୋଇନଥାଏ।

ଇୟରବଡ୍

ଏହା ଆପଣଙ୍କ କାନର ବହୁତ ଭିତରକୁ ଯାଇନଥାଏ କିନ୍ତୁ କାନରେ ବହୁତ ଭଲ ଭାବରେ ଫିଟ୍ ହୋଇଥାଏ। କିଛି କମ୍ପାନୀ ଭଲ କ୍ଵାଲିଟିର ଇୟରବଡ୍ ତିଆରି କରୁଥିଲେ ମଧ୍ୟ ବହୁତ କମ କମ୍ପାନୀ ଭଲ ସାଉଣ୍ଡ କ୍ଵାଲିଟି ଦେଇଥାନ୍ତି। ଏହାର ମୁଖ୍ୟକାରଣ ହେଉଛି ଏହା ସାଧାରଣତଃ ଶସ୍ତା ଫିଚର ଫୋନ ଓ MP3 ପ୍ଲେୟାର ସହିତ ମିଳିଥାଏ। ଏଥିରେ ଭଲ ବେସ ଓ ଭଲ୍ୟୁମ ରହିନଥାଏ। କିନ୍ତୁ ଅଧିକ ଲୋକ ଏହାକୁ ପସନ୍ଦ କରିଥାନ୍ତି ଓ ବିକ୍ରି ଅଧିକ ହେଇଥାଏ।   

#mobile #earphone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon