• padmabati kund

‘ମେଣ୍ଟାଲ ହେ କ୍ୟା’ ଫିଲ୍ମର ନାମକୁ ନେଇ ମାନସିକ ଡାକ୍ତରଙ୍କ ଆପତ୍ତି


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ଆସନ୍ତା ଜୁନ 21ରେ ରିଲିଜ ହେବାକୁ ଯାଉଛି। ନାସନାଲ ଆୱାର୍ଡ ବିଜେତା ତଥା ତେଲୁଗୁ ଫିଲ୍ମ ନିର୍ମାତା ପ୍ରକାଶ କୋୱେଲାମୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏହାର ପୋଷ୍ଟର ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଫିଲ୍ମର ନାମକୁ ନେଇ ମନସ୍ତତ୍ଵବିଦ ଡାକ୍ତରମାନେ ଆପତ୍ତି ଜଣାଇଥିବା ବେଳେ ସୋସିଆଲ ମିଡିଆରେ ଫିଲ୍ମକୁ ଟ୍ରୋଲ ମଧ୍ୟ କରାଯାଉଛି।

ବାଲାଜୀ ମୋସନ ପିକଚର୍ସ ତରଫରୁ ନିକଟରେ ସୋସିଆଲ ମିଡିଆରେ ଫିଲ୍ମର ଏକ ଟ୍ରିଜର ରିଲିଜ କରଯାଇଥିଲା। ଏଥିରେ ରାଜକୁମାର ରାଓ ଓ କଙ୍ଗନା ରାଣାୱତଙ୍କୁ ନିଜ ଜିଭ ଉପରେ ଏକ ବ୍ଲେଡ ରଖିଥିବାର ଦେଖିବାକୁ ମିଳିଛି।

ଏପରି ନାମ ଓ ପୋଷ୍ଟରକୁ ନେଇ ମେଣ୍ଟାଲ ଡାକ୍ତରମାନେ ମତ ଦେଇଛନ୍ତି ଯେ, ଏହି ଫିଲ୍ମର ନାମଟି ମେଣ୍ଟାଲ ରୋଗକୁ କଳଙ୍କିତ କରୁଛି ଓ ଏହାର ପୋଷ୍ଟର ଏହି କଥାକୁ ପ୍ରମାଣିତ କରୁଛି। The Hinduରେ ପ୍ରକାଶିତ ରିପୋର୍ଟ ମୁତାବକ, ଇଣ୍ଡିଆନ ସାଇକିଏଟ୍ରିକ ସୋସାଇଟି (IPS) ଗୁରୁବାର ସେନ୍ସର ବୋର୍ଡ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ପିଏମଓକୁ ଚିଠି ଲେଖି ଫିଲ୍ମର ନାମ ଉପରେ ଆପତ୍ତି ଜଣାଇଛନ୍ତି।

ମାନସିକ ରୋଗୀଙ୍କ ପ୍ରତି ଅସମ୍ବେଦନଶୀଳ

ଇଣ୍ଡିଆନ ସାଇକିଏଟ୍ରିକ ସୋସାଇଟି (IPS)ର କହିବା ଅନୁଯାୟୀ ଫିଲ୍ମର ନାମଟି ମାନସିକ ବିକାର ରୋଗୀଙ୍କୁ ଭେଦଭାବପୂର୍ଣ୍ଣ, କଳଙ୍କ, ଅପମାନଜନକ ଓ ଅମାନବୀୟ ଭାବରେ ଉପସ୍ଥାପନ କରୁଛି। ଏଥିପାଇଁ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ଦାବି କରିଛନ୍ତି। ଏହାସହିତ ମାନସିକ ବିକାର ରୋଗୀଙ୍କ ଅଧିକାରକୁ ଖଣ୍ଡନ କରୁଥିବା ସମସ୍ତ ଦୃଶ୍ୟକୁ ହଟାଇବାକୁ ମଧ୍ୟ ଦାବି କରାଯାଇଛି।

ଅନ୍ୟପଟେ ସୋସିଆଲ ମିଡିଆ ଟ୍ଵିଟରରେ ମଧ୍ୟ ଏହି ଫିଲ୍ମର ପୋଷ୍ଟର ଓ ନାମକୁ ନେଇ ଲୋକମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମର ନାମକୁ ନେଇ ଜଣେ ଡାକ୍ତର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, “ଦେଶରେ ଯେଉଁ ଲୋକମାନେ ପ୍ରକୃତରେ ମାନସିକ ରୋଗରେ ଆକ୍ରାନ୍ତ ସେମାନେ ନିଜର ଚିକିତ୍ସା ପାଇଁ ମେଣ୍ଟାଲ ଓ ସାଇକୋ ଶବ୍ଦ କାରଣରୁ ସଂଘର୍ଷ କରୁଛନ୍ତି। ଏହି ପ୍ରକାରର ନାମ ରଖିବା ଅସମ୍ବେଦନଶୀଳ ଅଟେ। ଏହାକୁ ତୁରନ୍ତ ବଦଳାନ୍ତୁ।“

ଏହି ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ରେ ରାଜକୁମାର ରାଓ ଓ କଙ୍ଗନା ରାଣାୱତଙ୍କ ଯୋଡିକୁ ଦ୍ଵିତୀୟ ଥର ପାଇଁ ଦେଖିବାକୁ ମିଳିବ। ଆଗରୁ ‘କ୍ଵିନ’ ଫିଲ୍ମରେ ଏହି ଦୁଇଜଣଙ୍କୁ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା। କଙ୍ଗନା ରାଣାୱତଙ୍କ ସ୍ଥାନରେ ଏହି ଫିଲ୍ମଟି କରିନା କପୁରଙ୍କୁ ଅଫର କରାଯାଇଥିଲା କିନ୍ତୁ ଏଥିରେ ବୋଲ୍ଡ କଣ୍ଟେଣ୍ଟ ଥିବାରୁ ସେ ମନା କରିଦେଇଥିଲେ।

#entertainment #Bollywood #mentalhaikya

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon