• padmabati kund

ଅଧିକ କାକୁଡି ଖାଇଲେ ଦେଖାଦିଏ  ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା


(ବେତାର ବ୍ୟୁରୋ) ଖରାଦିନ ଆସିବା ମାତ୍ରେ ଅଧିକ ପାଣିଥିବା ଫଳ ଯଥା କାକୁଡ଼ି ଓ ତରଭୁଜର ଚାହିଦା ବଢ଼ିଯାଏ। ବଜାରରେ ଏହି ଫଳ ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ।  ଶରୀରରେ ଜଳୀୟ ଅଂଶର ପରିମାଣ ଠିକ୍‌ ରଖିବା ପାଇଁ ଲୋକମାନେ ଖରାଦିନେ ଏହାକୁ ଅଧିକ ମାତ୍ରରେ ଖାଇଥାନ୍ତି। ସମସ୍ତେ ଭାବିଥାନ୍ତି ଯେ, ଖରାଦିନେ କାକୁଡି ପ୍ରଚୁର ପରିମାଣରେ ଖାଇବା ଆମ ଶରୀରର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସେମିତି ନୁହେଁ ଏସବୁ ଜିନିଷ ଅଧିକ ଖାଇବା ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇନଥାଏ। 

ଯେକୌଣସି ଜିନିଷ ଅଧିକ ମାତ୍ରାରେ ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ। ଠିକ ସେହିପରି ଅଧିକ କାକୁଡି ଖାଇବା ମଧ୍ୟ ଶରୀର ପାଇଁ ଭଲ ନୁହେଁ। ତେବେ ଆସନ୍ତୁ ଜାଣିବା ଅଧିକ କାକୁଡି ଖାଇଲେ ଶରୀରରେ କଣ ସବୁ କ୍ଷତି ହୋଇଥାଏ।

.କାକୁଡ଼ିରେ କୁକୁର୍‌ବିଟିନେସ୍‌ ନାମକ ବିଷାକ୍ତ ପଦାର୍ଥ ରହିଥାଏ। ଆପଣ ଯେତେ ଅଧିକ କାକୁଡ଼ି ଖାଇବା ଆରମ୍ଭ କରିବେ, ସେତେ ପରିମାଣରେ ଏହି ବିଷାକ୍ତ ପଦାର୍ଥ ଆପଣଙ୍କ ଶରୀରକୁ ପ୍ରବେଶ କରିବ । ଯାହାଦ୍ୱାରା ଆପଣଙ୍କ ଲିଭର, କିଡ୍‌ନୀ ଏବଂ ମୁତ୍ରାଶୟ ସମତେ ଶରୀରର ଅନ୍ୟ ଅଙ୍ଗରେ ଛାଲ ପଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ।

.ଯଦି ଆପଣଙ୍କର ସାଇନିସିସ ବା ଶ୍ୱାସ ସମ୍ବନ୍ଧିତ ସମସ୍ୟା ରହିଛି, ତେବେ ଅଧିକ କାକୁଡ଼ି ଖାଆନ୍ତୁ ନାହିଁ । ଆୟୁର୍ବେଦିକ ଚିକିତ୍ସକଙ୍କ ଅନୁସାରେ କାକୁଡି ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶ୍ଵାସ ଜନିତ ସମସ୍ୟା ଅଧିକ ବଢିଯାଇଥାଏ। ଖାସ୍‌ କରି ରାତି ସମୟରେ ଏହାକୁ ଖାଇବା ବନ୍ଦ କରନ୍ତୁ।

. କାକୁଡ଼ିରେ ଅଧିକ ମାତ୍ରାରେ ଫାଇବର ରହିଥାଏ। ତେଣୁ ଅଧିକ କାକୁଡ଼ି ଖାଇବା ଦ୍ୱାରା ଆପଣଙ୍କୁ ପେଟ ଭରି ରହିବା ଭଳି ଅନୁଭବ ହୋଇଥାଏ । ଏହାସହିତ ଅଧିକ ମାତ୍ରାରେ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ ।

. କାକୁଡ଼ିରେ ଭିଟାମିନ୍‌ ସି ରହିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। କିନ୍ତୁ ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ ଫ୍ରି-ରାଡିକାଲ ବଢ଼ି ଯାଇଥାଏ। ଯାହାଦ୍ୱାରା କର୍କଟ ରୋଗ, ମୁହଁରେ ଦାଗ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

.ହାଇପରକଲେମିଆ ଏକ ଶାରୀରିକ ସମସ୍ୟା ଅଟେ ଯାହାକି ଶରୀରରେ ଉଚ୍ଚ ପୋଟାସିୟମ ସାମଗ୍ରୀର ଉପସ୍ଥିତି କାରଣରୁ ଉତ୍ପନ୍ନ ହୋଇଥାଏ। ଏହା ପେଟରେ ଗ୍ୟାସ ଜନିତ ସମସ୍ୟା ମଧ୍ୟ ବଢାଇଥାଏ। ଏହା ଆପଣଙ୍କର କୀଡନିର କାମ କରିବା ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ।

#cucumber #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon