• padmabati kund

ଖରାଦିନେ ଘରକୁ ଥଣ୍ଡା ରଖିବା ପାଇଁ 7 ସହଜ ଟିପ୍ସ


(ବେତାର ବ୍ୟୁରୋ) ଖରାଦିନେ ପ୍ରଚୁର ଖରାତାତିରୁ ରକ୍ଷା ପାଇବା ପାଇଁ ଆମେ ଅନେକ ଉପାୟ ଆପଣେଇଥାଉ। ଖରା ଗରମରୁ ରକ୍ଷା ପାଇବା ପାଇଁ ଓ ଘରକୁ ଥଣ୍ଡା ରଖିବା ପାଇଁ ଲୋକମାନେ ନିଜ ଘରେ ଏସି ଓ କୁଲରର ବ୍ୟବହାର କରିଥାନ୍ତି। ତେବେ ସବୁବେଳେ ଏହି ଏସି ଓ କୁଲର ଥଣ୍ଡାରେ ବସିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାସହିତ ଏସି ଓ କୁଲରର ବ୍ୟବହାର କରିଲେ ଅଧିକ ବିଜୁଳି ଶକ୍ତି ମଧ୍ୟ ଖର୍ଚ୍ଚ ହୋଇଥାଏ।

ତେବେ କିଛି ପ୍ରାକୃତିକ ଉପାୟରେ ଆପଣ ଖରାଦିନେ ଘରକୁ ଥଣ୍ଡା ରଖିପାରିବେ। ପ୍ରାକୃତିକ ଉପାୟରେ ଘରକୁ ଥଣ୍ଡା ରଖିବା ପାଇଁ ଆପଣ କେଉଁ କେଉଁ ସହଜ ଉପାୟ ଆପଣେଇବେ ଆସନ୍ତୁ ଜାଣିବା।

.ଖରାଦିନେ ଘର ଭିତରକୁ ଅଧିକ ସୂର୍ଯ୍ୟ କିରଣ ପଶିବା ଦ୍ଵାରା ଘର ଭିତର ଗରମ ଲାଗିଥାଏ। ଏହି ସୂର୍ଯ୍ୟକିରଣକୁ ଘର ମଧ୍ୟରେ ପଶିବାରୁ ରୋକିବା ପାଇଁ ଘରର କବାଟ ଓ ଝରକା ପାଖରେ ମୋଟ କପଡାର ପରଦା ଲଗାନ୍ତୁ। କପଡାର ରଙ୍ଗ ଗାଢ ହେବା ଆବଶ୍ୟକ, ଯାହାଫଳରେ କପଡାଟି ସମସ୍ତ ତାତିକୁ ଶୋଷିନେଇ ଘରକୁ ଥଣ୍ଡା ରଖିବ।

.ଶୋଇବା ଘରର ବେଡସିଟର ରଙ୍ଗ ହାଲକା ହେବା ଉଚିତ। ହାଲକା ରଙ୍ଗ ଥଣ୍ଡା ରଖିବାରେ ସାହାଯ୍ୟ କରିବା ବେଳେ ଗାଢ ରଙ୍ଗ ଅଧିକ ଗରମ ଲାଗିଥାଏ।

.ସବୁଦିନ ସକାଳ ଓ ସନ୍ଧ୍ୟାରେ ଘରର ଛାତ ଉପରେ ପାଣି ପକାନ୍ତୁ। ଏହାଦ୍ଵାରା ଆପଣଙ୍କ ଘର ଥଣ୍ଡା ରହିଥାଏ।

. ଖରାଦିନେ ଘର ସଜାଉଥିଲେ ଗାଢ ରଙ୍ଗ ବ୍ୟବହାର କରନ୍ତୁ ନାହିଁ । ଏହା ରୁମକୁ ଅଧିକ ଗରମ କରାଇଥାଏ। ତେଣୁ ଘର ପାଇଁ ହାଲୁକା ରଙ୍ଗ ବ୍ୟବହାର କରନ୍ତୁ ।

. ଘର ଭିତରକୁ ଖରା ନ ପଡିବା ପାଇଁ ବାଲକୋନିରେ ଫୁଲ ଗଛ ଲଗାଇ ପାରିବେ । ପ୍ରାକୃତିକ ଉପାୟରେ ଘରକୁ ଥଣ୍ଡା ରଖିବା ପାଇଁ ବେଣା ଚେରକୁ ବ୍ୟବହାର କରିପାରିବେ । ଏଥିରେ ପାଣି ସ୍ପ୍ରେ କରି ଘରେ ଟାଙ୍ଗିଲେ ଏହା ପରିବେଶକୁ ଥଣ୍ଡା କରିଥାଏ।

.ଘରେ ଲାଗିଥିବା ଟିଭି, ବିଜୁଳିବତୀ, କମ୍ପ୍ୟୁଟର ମଧ୍ୟ ଘରର ତାପମାତ୍ରା ବଢାଇଥାଏ। ଏଥିପାଇଁ ଟିଭି ଦେଖୁନଥିବା ସମୟରେ ବା ଲାଇଟ୍ ର ଆବଶ୍ୟକତା ନଥିବା ସମୟରେ ଏହାକୁ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ।

.ଘରର ଝରକା ଓ କବାଟକୁ ଖାରବେଳ ବା ଅପରାହ୍ନରେ ଖୋଲା ନରଖି ସନ୍ଧ୍ୟା ସମୟରେ ଖୋଲା ରଖନ୍ତୁ। ସନ୍ଧ୍ୟା ସମୟରେ ଥଣ୍ଡା ଥଣ୍ଡା ପବନ ବହୁଥାଏ ଯାହାକି ଆପଣଙ୍କ ଘରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ।

#summertips #home #coolhome

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon