• padmabati kund

ଆଇପିଏଲରେ 200 ଛକା ମାରିବାରେ ଧୋନି ପ୍ରଥମ ଭାରତୀୟ ଖେଳାଳୀ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (2019)ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି 84ରନରେ ଦମଦାର ଇନିଙ୍ଗ୍ସ ଖେଳିଥିଲେ। ଧୋନି ନିଜର ଏହି ଇନିଙ୍ଗ୍ସ ବଳରେ ଦଳକୁ ଜିତାଇ ପାରିନଥିଲେ ମଧ୍ୟ ଆଇପିଏଲ ଇତିହାସରେ ନୂଆ ରେକର୍ଡ କରିଛନ୍ତି। ଆଇପିଏଲରେ 200 ଛକା ମାରିବାରେ ଧୋନି ପ୍ରଥମ ଭାରତୀୟ ହୋଇପାରିଛନ୍ତି।

ମହେନ୍ଦ୍ର ସିଂ ଧୋନି ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ଭାରତୀୟ ଖେଳାଳୀ ଭାବେ 200ଛକା ମାରିବାର ଉପଲବ୍ଧି ହାସଲ କରିଛନ୍ତି। ରବିବାର ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଧୋନି 48ବଲରେ 84ରନ କରିଥିଲେ। ଧୋନି ଏହି ଇନିଙ୍ଗ୍ସରେ ଖୁବ ଭଲ ବ୍ୟାଟିଙ୍ଗ ପ୍ରଦର୍ଶନ କରି ମୋଟ 7ଟି ଛକା ଓ 5ଟି ଚଉକା ମାରିଛନ୍ତି। ଧୋନି ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 184ଟି ମ୍ୟାଚ ଖେଳି 203ଟି ଛକା ମାରିଛନ୍ତି।

ଏହାସହିତ ମହେନ୍ଦ୍ର ସିଂ ଧୋନି ଜଣେ ଅଧିନାୟକ ଭାବରେ ଆଇପିଏଲରେ ନିଜର 4000ରନ ମଧ୍ୟ ପୁରା କରିଛନ୍ତି। ଅଧିନାୟକ ଭାବରରେ ଆଇପିଏଲରେ 4000ରନ ପୁରା କରିବାରେ ସେ ପ୍ରଥମ ଖେଳାଳୀ ଅଟନ୍ତି।

ତେବେ ଆଇପିଏଲରେ ସମସ୍ତ ଖେଳାଳୀଙ୍କ ମଧ୍ୟରେ ସର୍ବାଧିକ ଛକା ମାରିବାରେ ମହେନ୍ଦ୍ର ସିଂ ଧୋନି ତୃତୀୟ ସ୍ଥାନରେ ରହିଛନ୍ତି। ଆଇପିଏଲରେ ସର୍ବାଧିକ ଛକା ମାରିବାରେ ୱେଷ୍ଟଇଣ୍ଡିଜର ଖେଳାଳୀ କ୍ରିସ ଗେଲ ପ୍ରଥମ ସ୍ଥାନରେ ରହିଛନ୍ତି। ସେ 323ଟି ଛକା ମାରିଛନ୍ତି। ଦକ୍ଷିଣଆଫ୍ରିକାର ଖେଳାଳୀ ଏ.ବି ଡିଭିଲିୟର୍ସ 204ଟି ଛକା ମାରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରୋହିତ ଶର୍ମା ଓ ପଞ୍ଚମ ସ୍ଥାନରେ ସୁରେଶ ରାଇନା ରହିଛନ୍ତି। ଉଭୟ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 190ଟି ଛକା ମାରିଛନ୍ତି। ରୋହିତ ଶର୍ମା 190ଟି ଛକା 182ଟି ଇନିଙ୍ଗ୍ସରେ ମାରିଥିବା ବେଳେ ସୁରେଶ ରାଇନା 186ଟି ଇନିଙ୍ଗ୍ସରେ 190ଟି ଛକା ମାରିଛନ୍ତି। ଷଷ୍ଠ ସ୍ଥାନରେ 186ଟି ଛକା ସହିତ

ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ରହିଛନ୍ତି।

ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 168ଟି ମ୍ୟାଚରେ ଅଧିନାୟକତ୍ଵ କରିଛନ୍ତି। ଏଥିରୁ ମୋଟ 101ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ 65ଟି ମ୍ୟାଚରେ ହାରିଛନ୍ତି। ଆଇପିଏଲରେ 100  ମ୍ୟାଚ ଜିତିବାରେ ମଧ୍ୟ ସେ ପ୍ରଥମ ଅଧିନାୟକ ହୋଇପାରିଛନ୍ତି। ଚେନ୍ନାଇ ଦଳ ପାଇଁ ଅଧିନାୟକ ରୂପରେ 154ଟି ମ୍ୟାଚରୁ 96ଟି ମ୍ୟାଚ ଜିତିଛନ୍ତି। ଏହାବ୍ୟତୀତ ମହେନ୍ଦ୍ର ସିଂ ଧୋନି ପୁଣେ ସୁପରଜିଆଣ୍ଟ୍ସ ଦଳ ପାଇଁ 14ଟି ମ୍ୟାଚରେ ଅଧିନାୟକତ୍ଵ କରିଛନ୍ତି।

#Cricket #ipl2019 #mahendrasinghdhoni

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon