• ବେତାର ବ୍ୟୁରୋ

କେନ୍ଦ୍ର ଷ୍ଟାଫ ସିଲେକ୍ସନ ତରଫରୁ 10,000 କ୍ଲର୍କ ନିଯୁକ୍ତି, ଦରମା ଟ.5,200


(ବେତାର ବ୍ୟୁରୋ) ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ମଲ୍ଟି ଟାସ୍କିଙ୍ଗ ଷ୍ଟାଫ (MTS) ପରୀକ୍ଷା 2019 ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହି ପରୀକ୍ଷା ଦେବା ପାଇଁ ଅନଲାଇନରେ ଆବେଦନ କରିପାରିବେ। କେତୋଟି ପଦବୀ ପାଇଁ ଏହି ପରୀକ୍ଷା କରାଯିବ ତାହା ପ୍ରକାଶ କରାଯାଇନାହିଁ। ତେବେ ଗତବର୍ଷ ଏହି ପରୀକ୍ଷା ପ୍ରାୟ 10,000 ହଜାର ପଦବୀ ପାଇଁ କରାଯାଇଥିଲା ଓ ଚଳିତ ବର୍ଷ ପାଇଁ ମଧ୍ୟ ସମାନ ସଂଖ୍ୟକ ପଦବୀ ପ୍ରକାଶ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ଆବେଦନ ତାରିଖ

ଏହି ପରୀକ୍ଷା ଦେବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ 22 ତାରିଖ ରୁ ମେ’ 29 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ tear-I ପରୀକ୍ଷା ଅଗଷ୍ଟ 2 ରୁ ସେପ୍ଟେମ୍ବର 6 ମଧ୍ୟରେ ଅନୁଷ୍ଠିତ ହେବ ଓ tear-II ପରୀକ୍ଷା ନଭେମ୍ବର 17ରେ ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ପ୍ରକାଶିତ ବିଜ୍ଞପ୍ତିରେ କେତୋଟି ପଦବୀ ପାଇଁ ଏହି ପରୀକ୍ଷା କରାଯିବ ତାହା ପ୍ରକାଶ କରାଯାଇନାହିଁ। ପରୀକ୍ଷା ସରିବା ପରେ ପଦବୀ ସଂଖ୍ୟା ପ୍ରକାଶ ହେବ ବୋଲି ଅନନୁମାନ କରାଯାଉଛି। ତେବେ ପ୍ରାର୍ଥୀମାନେ SSCର ଅଫିସିଆଲ ୱେବସାଇଟରେ ‘students corner’ > ‘tentative vacancies’ କ୍ଲିକ କରି ଏବିଷୟରେ ସୂଚନା ପାଇପାରିବେ।

ଦରମା

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପରେ ମାସିକ ଟ.5,200ରୁ ଟ.20,200 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ଅଗଷ୍ଟ 1, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି ଓ ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ, ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଟ.100 ଆବେଦନ ଫି’ ପଇଠ କରିବାକୁ ପଡିବ। ଏହି ଫି’ କୁ ଅନଲାଇନରେ ବା ଚାଲାଣ ମାଧ୍ୟମରେ ପଇଠ କରିପାରିବେ। ଅନଲାଇନରେ ଫି’ ପଇଠ କରିବାର ଶେଷ ତାରିଖ ମେ’ 31 ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ SBI ଚାଲାଣ ମାଧ୍ୟମରେ ପଇଠ କରିବାର ଶେଷ ତାରିଖ ଜୁନ 1 ତାରିଖ ପର୍ଯ୍ୟନ୍ତ ରହିଛି।

ଚୟନ ପଦ୍ଧତି

ଯୋଗ୍ୟପ୍ରାର୍ଥୀଙ୍କୁ ପରୀକ୍ଷା, ଡକୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।Tear-I ପରୀକ୍ଷାରେ ଇଙ୍ଗ୍ଲିଶ, ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜିନିଙ୍ଗ, ନ୍ୟୁମେରିକାଲ ଆପ୍ଟିଚ୍ୟୁଡ ଓ ଜେନେରାଲ ଆୱାରନେସରୁ 25 ମାର୍କ ଲେଖାଏଁ ପ୍ରଶ୍ନ ପଡିବ। ଏଥିପାଇଁ ପ୍ରାର୍ଥୀଙ୍କୁ 90ମିନିଟ ସମୟ ମିଳିବ। tear-IIରେ ପ୍ରାର୍ଥୀଙ୍କୁ 50ମାର୍କର ଶର୍ଟ essay/letter ଲେଖିବା ପାଇଁ ଦିଆଯିବ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ SSCର ଅଫିସିଆଲ ୱେବସାଇଟ www.ssc.nic.in ରେ ଲଗଇନ କରନ୍ତୁ। ପ୍ରଥମେ register now ଅପ୍ସନରେ କ୍ଲିକ କରି ରେଜିଷ୍ଟର କରନ୍ତୁ ଓ ଏହାପରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରି ଆବେଦନ ଫର୍ମ ପୂରଣ କରନ୍ତୁ। ଏହାସହିତ ପାସପୋର୍ଟ ସାଇଜ  ଫଟୋ ଅପଲୋଡ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ SSCର ଅଫିସିଆଲ ୱେବସାଇଟ www.ssc.nic.in ରେ ଲଗଇନ କରନ୍ତୁ।  

#SSCjobs #SSCMTS

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon