- ବେତାର ବ୍ୟୁରୋ
ଏଲଆଇସି ଅଫିସର ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି: ଏମିତି ହେବ ଡାଉନଲୋଡ଼

(ବେତାର ବ୍ୟୁରୋ) ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC) ନିଜର ଅଫିସିଆଲ ୱେବସାଇଟରେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର (AAO) ପରୀକ୍ଷା 2019 ପାଇଁ ଆଡମିଟ୍ ଜାରି କରାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିଛନ୍ତି ସେମାନେ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (LIC)ର ଅଫିସିଆଲ ୱେବସାଇଟରୁ ଏହାକୁ ଡାଉନଲୋଡ କରିପାରିବେ।
ଆବେଦନ କରିଥିବା ପ୍ରାର୍ଥୀମାନେ LIC ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର (AAO) ପରୀକ୍ଷା 2019 ପାଇଁ ଆଡମିଟ କାର୍ଡ ଏପ୍ରିଲ 30 ତାରିଖ ମଧ୍ୟରେ ଡାଉନଲୋଡ କରିପାରିବେ। ଏହି ଆଡମିଟ୍ କାର୍ଡ ବ୍ୟତୀତ ପ୍ରାର୍ଥୀଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଆଡମିଟ୍ କାର୍ଡରେ ପରୀକ୍ଷା ସମୟ ଓ ସ୍ଥାନ ବିଷୟରେ ଉଲ୍ଲେଖ ରହିଥିବା। ଏହି ପରୀକ୍ଷା ମେ’ 4-5 ତାରିଖରେ ଅନୁଷ୍ଠିତ ହେବେ।
କିପରି ଡାଉନଲୋଡ କରିବେ
ଏହି ପରୀକ୍ଷାର ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ଲଗଇନ ଆଇଡି ଓ ପାସୱାର୍ଡର ଆବଶ୍ୟକତା ପଡିବ। ଏହାବ୍ୟତୀତ ଆପଣ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ନାହିଁ।
୧.ପ୍ରଥମେ LICର ଅଫିସିଆଲ ୱେବସାଇଟ www.licindia.in ରେ ଲଗଇନ କରନ୍ତୁ। ଏହାପରେ homepageରେ ଥିବା “careers” ସେକ୍ସନ ଉପରେ କ୍ଲିକ କରନ୍ତୁ।
୨.ଏହାପରେ AAO recruitment ୨୦୧୯ ଅପ୍ସନ ଉପରେ କ୍ଲିକ କରନ୍ତୁ ଏବଂ ହଲ ଟିକେଟ ଡାଉନଲୋଡ ପାଇଁ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ।
୩. ଏହାପରେ ନିଜର ରେଜିଷ୍ଟ୍ରେଶନ ନମ୍ବର ଓ ଜନ୍ମ ତାରିଖ ଦେଇ submit ଅପ୍ସନ ଉପରେ କ୍ଲିକ କରନ୍ତୁ। ସ୍କ୍ରିନ ଉପରେ ଆପଣଙ୍କ ଆଡମିଟ୍ କାର୍ଡ ଖୋଲିଯିବ। ଏହାକୁ ଡାଉନଲୋଡ କରନ୍ତୁ ଓ ପ୍ରିଣ୍ଟ କାଢି ନିଅନ୍ତୁ।
ସୂଚନାଯୋଗ୍ୟ ଯେ, ଲାଇଫ ଇଂସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ ତରଫରୁ ମୋଟ 590ଟି AAO ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଜେନେରାଲିଷ୍ଟ ପଦ ପାଇଁ 350ଟି, ଆଇ.ଟି ପାଇଁ 150ଟି ପଦ, ସି.ଏ (ଚାର୍ଟଡ଼ ଅକାଉଣ୍ଟାଣ୍ଟ) ପାଇଁ 50ଟି, actuarial ପାଇଁ 30ଟି, ରାଜଭାଷା ପାଇଁ 10ଟି ପଦବୀ ରହିଛି। ଏଥିପାଇଁ ଆବେଦନ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇଥିଲା ଓ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ଶେଷ ତାରିଖ ରହିଥିଲା।
ଏହି ପଦ ପାଇଁ ପ୍ରାର୍ଥୀଚୟନ ତିନୋଟି ସ୍ତରରେ କରାଯିବ। ପ୍ରଥମେ ପ୍ରିଲିମିନାରି ପରୀକ୍ଷା, ଦ୍ଵିତୀୟରେ ମେନ୍ ପରୀକ୍ଷା ଓ ତୃତୀୟରେ ସାକ୍ଷାତକାର ନିଆଯିବ। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.32,795-ଟ.62,315 ମଧ୍ୟରେ ଦରମା ପ୍ରଦାନ କରାଯିବ।