• padmabati kund

ଜାଣନ୍ତୁ : ତେନ୍ତୁଳିରେ ରହିଛି ଏହିସବୁ ଫାଇଦା


(ବେତାର ବ୍ୟୁରୋ) ଖଟା ମିଠା ସ୍ଵାଦରେ ଭରପୁର ତେନ୍ତୁଳିର ନାଁ ଶୁଣିଲେ ସମସ୍ତଙ୍କ ମୁହଁରେ ପାଣି ଆସିଯାଇଥାଏ। ତେନ୍ତୁଳିର ଚଟ୍‌ପଟା ସ୍ୱାଦ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାସହିତ ଆମ ରୋଷେଇ ଘରେ ଏହା ଅନେକ ଖାଦ୍ୟକୁ ସ୍ୱାଦିଷ୍ଟ କରିବାରେ ସାହାଯ୍ୟ କରିଥାଏ। ତେବେ ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ  ବହୁ ଉପକାରୀ ହୋଇଥାଏ।

ତେନ୍ତୁଳିରେ ବିଭିନ୍ନ ପ୍ରକାରର ପୋଷାକ ତତ୍ତ୍ଵ ଯଥା ଭିଟାମିନ-ସି, ଇ ଓ ବି ରହିଥାଏ। ଏହାବ୍ୟତୀତ ଏଥିରେ କ୍ୟାଲସିୟମ, ଆଇରନ, ଫସଫରସ ଓ ପୋଟାସିୟମ ରହିଥାଏ। ଏହି ତେନ୍ତୁଳି ଆମ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ଆସନ୍ତୁ ଜାଣିବା।

୧.ମୋଟାପଣ ଦୂର ହୋଇଥାଏ:  ତେନ୍ତୁଳି ଖାଇ ଆପଣ ନିଜ ଶରୀରର ମୋଟାପଣ ଦୂର କରିପାରିବେ। ତେନ୍ତୁଳିରେ ହାଇଡ୍ରୋସିଟ୍ରିକ ନାମକ ଏସିଡ ରହିଥାଏ ଯାହାକି ଶରୀରକୁ ଉତ୍ପନ୍ନ ହେଉଥିବା ଫ୍ୟାଟକୁ ଧୀରେ ଧୀରେ କମ କରିଥାଏ। ଏହାସହିତ ତେନ୍ତୁଳି ଖାଇବା ଦ୍ଵାରା ଆପଣଙ୍କୁ ଅଧିକ ଭୋକ ମଧ୍ୟ ଲାଗିନଥାଏ ଓ ଶରୀରର ଓଜନ ମଧ୍ୟ ବଢିନଥାଏ।

୨.କ୍ୟାନସର ରୋଗୀଙ୍କ ପାଇଁ ଲାଭଦାୟକ: କ୍ୟାନସର ରୋଗକୁ ଶରୀର ଠାରୁ ଦୂରେଇ ରଖିବା ପାଇଁ ତେନ୍ତୁଳି ଖାଇବା ଉଚିତ। ତେନ୍ତୁଳିରେ ବହୁମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଟୈରଟ୍ରିକ ଏସିଡ ରହିଥାଏ ଏବଂ ଶରୀରରେ କ୍ୟାନସର ସେଲ୍ କୁ ବଢିବାରେ କମ କରିଥାଏ।

୩.ମଧୁମେହ ନିୟନ୍ତ୍ରଣ କରେ: ମଧୁମେହ ରୋଗୀଙ୍କ ପାଇଁ ତେନ୍ତୁଳି ବହୁତ ଲାଭଦାୟକ ହୋଇଥାଏ। ଏହା ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିଥାଏ। ଏହା ଶରୀରରେ କାର୍ବୋ ହାଇଡ୍ରେଟକୁ ଶୋଷଣ ହେବାରେ ରୋକିଥାଏ। ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିବା ପାଇଁ ତେନ୍ତୁଳି ରସ ପିଅନ୍ତୁ।

୪. ଡାଇରିଆ ଦୂର କରେ: ଖାଦ୍ୟ ହଜମ ହେଉ ନଥିଲେ ତେନ୍ତୁଳି ରସ ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରିଥାଏ। ଏହା ଆମ ଶରୀରରୁ ଅନାବଶ୍ୟକ ବର୍ଯ୍ୟ ବସ୍ତୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଏଥପାଇଁ ଆପଣ ଦୁଇ ଛୋଟ ଚାମଚ ତେନ୍ତୁଳି ରସ ପ୍ରତିଦିନ ଖାଆନ୍ତୁ। ଏହା ଡାଇରିଆରୁ ମଧ୍ୟ ଆରାମ ଦିଏ।

୫.ରକ୍ତଚାପ ନିୟନ୍ତ୍ରଣ କରେ: ବ୍ଲଡ୍‌ ପ୍ରେସର୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଅନେକ ଉପକାରୀ ହୋଇଥାଏ। ତେନ୍ତୁଳିରେ ଥିବା ପୋଟାସିୟମ୍‌ ରକ୍ତରେ ଥିବା ସୋଡିୟମ୍‌ର ମାତ୍ରାକୁ କମ୍‌ କରି ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣରେ ରଖିଥାଏ।

୬.ବିଛା କାମୁଡିଲେ ବ୍ୟବହାର କରନ୍ତୁ ତେନ୍ତୁଳି : ଯଦି କୌଣସି ବ୍ୟକ୍ତିଙ୍କୁ ବିଛା କାମୁଡି ଦେଇଥାଏ ତେବେ ଏଥିରୁ ଉପଶମ ପାଇବା ପାଇଁ ତେନ୍ତୁଳିର ବ୍ୟବହାର କରିପାରିବେ। ଏଥିପାଇଁ ତେନ୍ତୁଳିକୁ ଦୁଇଖଣ୍ଡ କରି ବିଛା କାମୁଡିଥିବା ସ୍ଥାନରେ ଲଗାଇ ଦିଅନ୍ତୁ, ଉପଶମ ମିଳିବ।

୭.ଲୁ’ ରୁ ରକ୍ଷା କରିଥାଏ: ଖରାଦିନେ ଅଧିକାଂଶ ଲୋକଙ୍କୁ ଲୁ’ ହୋଇଯାଇଥାଏ ଓ ଶରୀର ଖରାପ ହୋଇଯାଇଥାଏ। ଲୁ’ ରୁ ରକ୍ଷା କରିବା ପାଇଁ ତେନ୍ତୁଳି ବହୁତ ଉପକାରୀ ହୋଇଥାଏ। ଏକ ଗ୍ଳାସ ପାଣିରେ ୨୫ଗ୍ରାମ ତେନ୍ତୁଳି ମିଶାଇ ରଖନ୍ତୁ ଓ ଏହି ପାଣିକୁ ପିଅନ୍ତୁ।

#tamarind #goodhealth #healthy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon