• ବେତାର ବ୍ୟୁରୋ

ଏହି ଆପ୍ ରେ 70% ଭାରତୀୟ ମହିଳା ବିବାହ ପରେ ସମ୍ପର୍କ ରଖନ୍ତି


(ବେତାର ବ୍ୟୁରୋ) ବିବାହ ପରେ ଡେଟିଙ୍ଗ କରିବାକୁ ପ୍ରୋତ୍ସାହିତ କରୁଥିବା ଫ୍ରାନ୍ସର ଏକ ଡେଟିଂ ଆପ୍ Gleeden (ଗ୍ଲିଡେନ) ଅନୁସାରେ ଭାରତରେ ଏହାର ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ 70% ମହିଳା ବିବାହ ପରେ ପର ପୁରୁଷଙ୍କ ସହିତ ସମ୍ପର୍କ ରଖିଥାନ୍ତି।

ଏହି ଆପ୍ ରେ ହେଇଥିବା ସର୍ଭେ ଅନୁସାରେ ପ୍ରତି 10ରୁ 7 ଜଣ ମହିଳା କହିଥିଲେ କି ସେମାନଙ୍କ ସ୍ଵାମୀ ଘରୋଇ କାମରେ ସାହାଯ୍ୟ କରୁ ନ ଥିବାରୁ ସେମାନେ ପରପୁରୁଷ ବା ଅଜଣା ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ବନ୍ଧ ବଢାଇଥାନ୍ତି । ସେହିପରି ପ୍ରାୟ ସମାନ ସଂଖ୍ୟକ ମହିଳା କହିଛନ୍ତି ଯେ ସେମାନଙ୍କ ବିବାହ ନୀରସ ହେଇଯାଇ ଥିବାରୁ ସେମାନେ ବିବାହ ପରେ ଅନ୍ୟ ସ୍ଥାନରେ ପ୍ରେମ ଖୋଜିବାକୁ ପସନ୍ଦ କରିଥାନ୍ତି ।

ସେହିପରି ପ୍ରାୟ 40% ମହିଳା ଉତ୍ତର ଦେଇଥିଲେ ଯେ ଏକ ଅପରିଚିତ ବ୍ୟକ୍ତି ସହିତ କିଛି ମୂହୁର୍ତ୍ତ ବିତାଇବା ଓ ସେମାନଙ୍କ ସହିତ ଫ୍ଲର୍ଟ କରିବା ପରେ ସେମାନଙ୍କ ବୈବାହିକ ଜୀବନରେ ପୁଣି ଉଷ୍ମତା ଆସିଥିଲା ।

34-49 ବର୍ଷୀୟ

ବିବାହ କରିସାରିଥିବା ବା ସେହିପରି କିଛି ସମ୍ବନ୍ଧରେ ରହିଥିବା ମହିଳାମାନଙ୍କୁ ଲକ୍ଷ୍ୟ ରଖି 2009 ମସିହାରେ ଏହି ଆପ୍ କୁ ଫ୍ରାନ୍ସରେ ଲଞ୍ଚ କରାଯାଇଥିଲା । ଭାରତରେ ଏହି ଆପ୍ 2017 ରେ ଲଞ୍ଚ୍ ହେଇଥିଲା । ତେବେ ଏହାର ମହିଳା ବ୍ୟବହାରକାରୀ ମାନେ ମୁଖ୍ୟତଃ ବମ୍ବେ, କଲିକତା ଓ ବାଙ୍ଗାଲୋର ପରି ମେଟ୍ରୋପଲିଟାନ ସହରରେ ରହୁଥିବା ଗ୍ଲିଡେନ ପକ୍ଷରୁ କୁହାଯାଇଛି ।

ସ୍ଵାମୀମାନେ ତାଙ୍କ ସ୍ତ୍ରୀଙ୍କୁ ସମ୍ମାନ ନ ଦେବା, ଯତ୍ନଶୀଳ ନ ହେବା କାରଣରୁ ପତ୍ନୀମାନେ ନିଜ ସ୍ବାମୀଙ୍କ ଠାରୁ ବିମୁଖ ହେଇଥାନ୍ତି ବୋଲି ଏହାର ସର୍ଭେରେ ଭାଗନେଇଥିବା ମହିଳାମାନେ କହିଥିଲେ ।

ଏହି ଆପ୍ ର ପ୍ରାୟ 30% ବ୍ୟବହାରକାରୀ ମହିଳା ଅଟନ୍ତି ଓ ସେମାନଙ୍କ ବୟସ 34-49 ବର୍ଷ ଭିତରେ ।

ଏହି ଆପ୍ ର ପ୍ରକାଶିତ ବିବ୍ରୁତି ଆନୁସାରେ “ଭାରତରେ ନୀରସ ହେଇପଡିଥିବା ମହିଳାମାନଙ୍କ ଜୀବନକୁ ପୁଣି ଥରେ ନବ ଉନ୍ମାଦନା ଓ ପ୍ରେମ ଜୁଆର ଆଣିବା ଲାଗି ଏହି ଆପ୍ ଏକ ମାଧ୍ୟମ ରୂପେ କାମ କରୁଥିବାରୁ ଆମେ ଗର୍ବିତ । “

ଗ୍ଲିଡେନ ଆପ୍ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ 48 ପ୍ରତିଶତ ବିବାହିତା ମହିଳା କହିଥିଲେ କି ସେମାନେ ନିରାପତ୍ତା ଓ ଗୋପନୀୟତା କାରଣରୁ ନିଜ ଚିହ୍ନା ପରିଚିତ ପୁରୁଷଙ୍କ ଅପେକ୍ଷା ଏକ deଟିଙ୍ଗ ସାଇଟରେ ଅଜଣା ପୁରୁଷଙ୍କ ସହିତ କଥା ହେବାକୁ ପସନ୍ଦ କରିବେ ।

ପୁରୁଷମାନେ ବି ଠକନ୍ତି

ସମଗ୍ର ଭାରତରେ ଏହି ଆପ୍ ର ପ୍ରାୟ 5 ଲକ୍ଷ ବ୍ୟବହାରକାରୀ ଅଛନ୍ତି । ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏହି ଆପ୍ ତରଫରୁ ପ୍ରକାଶିତ ହେଇଥିବା ସର୍ଭେ ମୁତାବକ ଏହି ଆପ୍ ର 20% ପୁରୁଷ ବ୍ୟବହାରକାରୀ ଓ 13 ମହିଳା ବ୍ୟବହାରକାରୀ ବିବାହ ପରେ ସମ୍ବନ୍ଧ ରଖିଥିବା କଥା ସ୍ଵୀକାର କରିଥିଲେ ।

ସେହିପରି କିଛି ସମଲିଙ୍ଗି ପୁରୁଷ, ଯେଉଁମାନେ ସାମାଜିକ ଲଜ୍ଜ୍ୟାବଶତଃ ମହିଳାଙ୍କୁ ବିବାହ କରିଥାନ୍ତି , ସେମାନେ ମଧ୍ୟ ଏହି ଆପ୍ ଜରିଆରେ ନିଜର ମନର ସାଥି ପାଇପାରୁଛନ୍ତି ବୋଲି କୁହାଯାଇଛି ।

#life #lovelife #marriagelife #happymarriedlife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon