- ବେତାର ବ୍ୟୁରୋ
ନିଯୁକ୍ତି ବେତାର : BSF, CRPFରେ ଅଫିସର ପଦବୀ ପାଇଁ ଆବେଦନ ଆରମ୍ଭ

(ବେତାର ବ୍ୟୁରୋ) ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC) ତରଫରୁ ଅଫିସର ସ୍ତରର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଁ ବୁଧବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଓ ଯୋଗ୍ୟ ଥିବା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ 24ରୁ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ମେ’ 20 ତାରିଖ ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତି ପରୀକ୍ଷା ଅଗଷ୍ଟ 18 ତାରିଖରେ ଅନୁଷ୍ଠିତ ହେବ ଓ ଏଥିପାଇଁ ଆଡମିଟ କାର୍ଡ ଜୁଲାଇ 31 ତାରିଖରେ ରିଲିଜ କରାଯିବ।
ପଦବୀ ସଂଖ୍ୟା ଓ ଦରମା
ଏହି ବିଜ୍ଞପ୍ତିରେ ପଦବୀ ସଂଖ୍ୟା ଓ ଦରମା ପ୍ରକାଶ କରାଯାଇ ନାହିଁ। ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ପରେ ପ୍ରାର୍ଥୀଙ୍କୁ ସୀମା ସୁରକ୍ଷା ବଳ (BSF), କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(CRPF), ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ (CISF), ଭାରତ-ତିବ୍ବଦ ସୀମା ବଳ (ITBP) ଓ ଶସସ୍ତ୍ର ସୀମା ବଳ (SSB) ର ପଦ ଗୁଡିକରେ ନିଯୁକ୍ତ କରାଯିବ।
ବୟସସୀମା
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 20ବର୍ଷ ଓ ସର୍ବାଧିକ 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ଆବେଦନ ଫି’
ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଟ.200 ଫି’ ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ମେ’
21 ତାରିଖ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରହିଛି।
କିପରି ଆବେଦନ କରିବେ
ଏହି ପରୀକ୍ଷା ଦେବାକୁ ଆଗ୍ରହୀ ଥିବା ଯୋଗ୍ୟ ପ୍ରାର୍ଥୀମାନେ ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC)ର ଅଫିସିଆଲ ୱେବସାଇଟରେ ଲଗଇନ କରି ଆବେଦନ କରିପାରିବେ।
ଚୟନ ପଦ୍ଧତି
ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା, ଶାରୀରିକ ମାନକ/ଶାରୀରିକ ଦକ୍ଷତା ପରୀକ୍ଷା ଓ ମେଡିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ, ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।
ଏହି ଲିଖିତ ପରୀକ୍ଷାରେ ମୋଟ ଦୁଇଟି ପେପରରେ ପରୀକ୍ଷା ହେବ। ଏହି ପେପର-1ରେ ଜେନେରାଲ ଏବିଲିଟି ଓ ଇଣ୍ଟେଲିଜେନ୍ସ ରହିଥିବା ବେଳେ ପେପର-2ରେ ଜେନେରାଲ ଷ୍ଟଡ଼ିଜ, ପ୍ରବନ୍ଧ ଓ କମ୍ପ୍ରେନ୍ସନ ରହିଛି।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ଜାଣିବା ପାଇଁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC)ର ଅଫିସିଆଲ ୱେବସାଇଟ www.upsconline.nic.in ରେ ଲଗଇନ କରନ୍ତୁ।