• ବେତାର ବ୍ୟୁରୋ

ବିଛାରେ ବୃହସ୍ପତି ବକ୍ରୀ : ଏହି ରାଶିଙ୍କୁ ହେଇପାରେ ଫାଇଦା


(ବେତାର ବ୍ୟୁରୋ) ବୃହସ୍ପତି ଗ୍ରହକୁ ଅନ୍ୟ ଗ୍ରହ ତୁଳନାରେ ସବୁଠାରୁ ବଡ ଗ୍ରହ ଓ ଶୁଭଫଳ ପ୍ରଦାନକାରୀ ଗ୍ରହ ବୋଲି ବିବେଚନା କରାଯାଇଥାଏ। ଏହାସହିତ ବୃହସ୍ପତି ଗ୍ରହ ଜ୍ଞାନ, କର୍ମ, ଧନ,ପୁତ୍ର ଓ ବିବାହର କାରକ ଅଟନ୍ତି। 

ବୃହସ୍ପତି ଗ୍ରହ ଏପ୍ରିଲ 24, ବୁଧବାର 2.41 ସମୟରେ ବକ୍ରୀ ଅବସ୍ଥାରେ ପୁଣିଥରେ ଧନୁ ରାଶିରୁ ବିଛା ରାଶିକୁ ଫେରିବେ। ଏହାପରେ ଅଗଷ୍ଟ 11ରେ ମାର୍ଗୀ ହୋଇ ନଭେମ୍ବର 5 ମଙ୍ଗଳବାର ରାତି 12.03 ସମୟରେ ପୁଣି ଧନୁରାଶିକୁ ଫେରିବେ। 

ବୈଦିକ ଜ୍ୟୋତିଷ ଅନୁସାରେ ବୃହସ୍ପତି ଓ ଶନି ପରସ୍ପରର ମିତ୍ର ନ ହେଲେ ମଧ୍ୟ ବିଛା ରାଶିରେ ଏକତ୍ର ରହିଲେ କିଛି ରାଶିକୁ ଶୁଭ ଫଳ ପ୍ରଦାନ କରିଥାନ୍ତି। ବିଛା ରାଶିରେ ବର୍ତ୍ତମାନ ଶନି ଗ୍ରହ କରିଥିବାରୁ ଏହି ଯୋଗ ମେଷ, ମିଥୁନ, ସିଂହ,କନ୍ୟା, ଧନୁ ତଥା କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନ ଯୋଗ ଆଣିବାର ସମ୍ଭାବନା ରହିଛି। 

ତେବେ ବୃହସ୍ପତି ସବୁଠୁ ବଡ ଗ୍ରହ ହେଇଥିବାରୁ ଏହାର ଗତି ପରିବର୍ତ୍ତନ ବା ବକ୍ର ଗତିର ପ୍ରଭାବ ସମସ୍ତ ରାଶି ଉପରେ ପଡିବ।ଆସନ୍ତୁ ଜାଣିବା ସେଗୁଡିକ କଣ। 

ମେଷ: କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଅଫିସରେ କାମ ପାଇଁ ପ୍ରଶଂସିତ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଆୟ ବୃଦ୍ଧି ପାଇବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରକୁ ଅତିଥିଙ୍କ ଆଗମନ ହୋଇପାରେ।

ବୃଷ: ଏହି ଗୋଚରର ନକରାତ୍ମକ ପ୍ରଭାବ ଆପଣଙ୍କ ରାଶି ଉପରେ ପଡିପାରେ। ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିବ। ଦୁରସ୍ଥାନକୁ ଯାତ୍ରା କରନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ। ଧନହାନୀର ଯୋଗ ରହିଛି। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

ମିଥୁନ: ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ସହିତ ଅନେକ ଦିନରୁ ଲାଗି ରହିଥିବା ମତଭେଦ ଦୂର ହେବ। ଧନଲାଭର ଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ ଭଲ ଭାବରେ ଚିନ୍ତା କରନ୍ତୁ। ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେଇପାରିବେ।

କର୍କଟ: ଏହି ସମୟରେ ମାନସିକ ଦୁଃଶ୍ଚିନ୍ତା ବଢିପାରେ। କଠିନ ପରିସ୍ଥିତିରେ ଧୈର୍ଯ୍ୟ ଓ ସାହସର ସହିତ ନିଷ୍ପତ୍ତି ନିଅନ୍ତୁ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ସିଂହ: ନୂତନ ଲୋକଙ୍କ ସମ୍ପର୍କରେ ଆସିବେ। ପରୋପକାର କାର୍ଯ୍ୟରେ ରୁଚି ବଢିବ। ବ୍ୟବସାୟରେ ବିଶେଷ ଲାଭ ମିଳିବ। ନୂତନ ବିବାହତି ଦମ୍ପତିଙ୍କୁ ସନ୍ତାନ ସୁଖପ୍ରାପ୍ତି ହେବ। ନୂତନ ଘର ବା ଯାନବାହାନ କିଣିପାରନ୍ତି।

କନ୍ୟା: ଏହି ସମୟରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବୈବାହିକ ଜୀବନରେ ଜୀବନ ସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ଧୈର୍ଯ୍ୟର ସହିତ ସମସ୍ତ କାମ କରନ୍ତୁ।ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ।     

ତୁଳା: ଚାକିରୀରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ସଫଳତା ପାଇବା ପାଇଁ ଆଳସ୍ୟର ତ୍ୟାଗ କରନ୍ତୁ। ଅଫିସ କାମ ପାଇଁ ଦୁରସ୍ଥାନକୁ ଯାତ୍ରା କରିପାରିବେ। ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଛାତ୍ରଛାତ୍ରୀମାନେ ସଫଳତା ପାଇଁ କଠିନ ପରିଶ୍ରମ କରନ୍ତୁ।

ବିଛା: ଧନଲାଭର ଯୋଗ ରହିଛି। ଅର୍ଥ ସଞ୍ଚୟ କରିବାରେ ସମର୍ଥ ହେବେ। ସମସ୍ତ ପରିସ୍ଥିତିରେ ପରିବାର ସଦସ୍ୟଙ୍କ ସହାୟତା ପାଇବେ। ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ। ଶତ୍ରୁଙ୍କୁ ପରାଜୟ କରିବେ।

ଧନୁ: ଏହି ସମୟରେ ଆପଣଙ୍କର ଧନହାନୀ ହୋଇପାରେ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନେକ ଦିନରୁ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ପାଇବେ।

ମକର: କୌଣସି ବ୍ୟକ୍ତିଗତ ବା ଅଫିସ କାମ ପାଇଁ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ସମୟରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ନୂତନ ଘର କ୍ରୟ କରିପାରନ୍ତି।

କୁମ୍ଭ: ବହୁଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ ଓ ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ଜୀବନସାଥୀଙ୍କ ଉପରେ କୌଣସି କଥାକୁ ନେଇ ନିରାଶ ହୁଅନ୍ତୁ ନାହିଁ।

ମୀନ: କାର୍ଯ୍ୟକ୍ଷେତ୍ରରେ ଶୁଭ ଫଳ ପାଇବେ। ଏହି ଗୋଚର ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଏହି ସମୟରେ ଧନଲାଭର ଯୋଗ ରହିଛି। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

 (ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #jupitertransit #scorpio

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon