• padmabati kund

କ୍ରିକେଟ ଖେଳର ଏହି ଫ୍ୟାନ ପାଇବେ ଗ୍ଲୋବାଲ ସ୍ପୋର୍ଟ୍ସ ଫ୍ୟାନ ଆୱାର୍ଡ


(ବେତାର ବ୍ୟୁରୋ) କ୍ରିକେଟ ଖେଳକୁ ନେଇ ଆମ ଦେଶବାସୀଙ୍କ ମଧ୍ୟରେ ଅନେକ କ୍ରେଜ ରହିଛି। କ୍ରିକେଟ ଖେଳାଳୀଙ୍କୁ ଫ୍ୟାନମାନେ ଭଗବାନ ପରି ପୂଜା କରିଥାନ୍ତି। କପିଳ ଦେବଙ୍କ ଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ଓ ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ବିରାଟ କୋହଲି ପର୍ଯ୍ୟନ୍ତ, ନିଜ ନିଜର ଫ୍ୟାନ ମାନଙ୍କ ଆଗରେ ଭଗବାନଙ୍କ ଠାରୁ କମ ନୁହନ୍ତି। ତେବେ ସମଗ୍ର ଦୁନିଆରେ ଅଗଣିତ ଫ୍ୟାନମାନଙ୍କ ମଧ୍ୟରୁ କିଛି ଫ୍ୟାନ ବହୁତ ଖାସ ହୋଇଥାନ୍ତି। ସେହିପରି ଦୁଇଜଣ ଫ୍ୟାନ ହେଉଛନ୍ତି ସୁଧୀର କୁମାର ଗୌତମ ଓ ଶୁଗୁମାର କୁମାର। ଏହି ଦୁଇ ଫ୍ୟାନଙ୍କୁ ଗ୍ଲୋବାଲ୍ ସ୍ପୋର୍ଟ୍ସ ଫ୍ୟାନ୍ ଆୱାର୍ଡ ପ୍ରଦାନ କରାଯିବ।

କ୍ରିକେଟ୍ ଜଗତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ସବୁଠାରୁ ବଡ଼ ପ୍ରଶଂସକ ଭାବରେ ପରିଚିତ ସୁଧୀର କୁମାର ଗୌତମ ଏବଂ ବିରାଟ୍ କୋହଲି ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସୁପରଫ୍ୟାନ୍ ସୁଗୁମାର କୁମାରଙ୍କୁ ଏହି ଗ୍ଲୋବାଲ୍ ସ୍ପୋର୍ଟ୍ସ ଫ୍ୟାନ୍ ଆୱାର୍ଡ ପ୍ରଦାନ କରାଯିବ ବୋଲି ମଙ୍ଗଳବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମୀଳନୀରେ ଘୋଷଣା କରାଯାଇଛି।

ତେବେ ପ୍ରଥମେ  ସୁଧୀରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ଏହାପରେ ଶୁଗୁମାର କୁମାରଙ୍କୁ ମଧ୍ୟ ଏହି ଗ୍ଲୋବାଲ୍ ସ୍ପୋର୍ଟ୍ସ ଫ୍ୟାନ୍ ଆୱାର୍ଡ ଦିଆଯିବାର ନିଷ୍ପତ୍ତି ନିଆଯାଇଛି। ସୁଧୀର ଏହି ପୁରସ୍କାରକୁ ନିଜ ଭଗବାନ ସଚିନ ତେନ୍ଦୁଲକରଙ୍କୁ ସମର୍ପିତ କରିଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବ ଜୁନ 14ରେ ଇଂଲଣ୍ଡର ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବ।

ସବୁ ମ୍ୟାଚ ଟିକେଟ କିଣି ଦେଖିଛନ୍ତି

ବାଙ୍ଗାଲୋର କ୍ରିକେଟ୍ ଫ୍ରାଞ୍ଚାଇଜିର ସୁପର୍ ଫ୍ୟାନ୍ ହେଉଛନ୍ତି ସୁଗୁମାର କୁମାର, ଯିଏକି ୨୦୦୮ରୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ମିସ୍ କରିନାହାନ୍ତି। ସୁଗୁମାର ୨୦୧୪ରେ ଦୁବାଇରେ ହୋଇଥିବା ଚାରି ମ୍ୟାଚ୍ ଦେଖିବାକୁ ମଧ୍ୟ ପହଞ୍ଚିଥିଲେ ଏବଂ ସର୍ବଦା ଆଇପିଏଲରେ ବାଙ୍ଗାଲୋର ଦଳକୁ ସମର୍ଥନ କରିବା ପାଇଁ ନାଲି ରଙ୍ଗରେ ନିଜ ଶରୀରକୁ ପେଣ୍ଟ କରନ୍ତି।

ଏହାସହିତ ସଚିନଙ୍କ ୪୬ତମ ଜନ୍ମଦିବସ ଅବସରରେ ସୁଧୀର ଗୌତମ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ କ୍ୟାମ୍ପେନ୍ (ଜବ୍ରା କ୍ରିକେଟ୍ ଫ୍ୟାନ୍) ମଧ୍ୟ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ବିଶ୍ୱର ସବୁ ପ୍ରଶଂସକ ସଚିନଙ୍କ ସହ ଜଡ଼ିତ ମୁହୂର୍ତ୍ତକୁ ଏକ ଭିଡିଓ ଦ୍ୱାରା ସେୟାର କରିପାରିବେ। ଏହି କ୍ୟାମ୍ପେନ୍ ୨୦୧୯ କ୍ରିକେଟ୍ ୱାର୍ଲ୍ଡକପ ପର୍ଯ୍ୟନ୍ତ ସକ୍ରିୟ ରହିବ।

ସୁଧୀର ଗୌତମ ନିଜର ଏହି ଡିଜିଟାଲ କ୍ୟାମ୍ପେନକୁ ନେଇ କହିଛନ୍ତି, “ସବୁ ଫ୍ୟାନଙ୍କ ପାଖରେ ସଚିନ ସାରଙ୍କୁ ନେଇ କିଛି ନ କିଛି ବିଶେଷ ଅନୁଭୂତି ଥିବ। ମୁଁ ଚାହୁଁଛି ଯେ ଏହି କ୍ୟାମ୍ପେନ ଜରିଆରେ ଅଧିକରୁ ଅଧିକ ଫ୍ୟାନ ଆସି ନିଜର ବେଷ୍ଟ ସଚିନ ମେମୋରୀ ଶେୟାର କରନ୍ତୁ, ଯାହାକୁ ଏକ ପୁସ୍ତକ ଆକାରରେ ଛପା ଯାଇ ସଚିନ ସାରଙ୍କୁ ସମର୍ପିତ କରାଯିବ।“

ଏହି ଅବସରରେ ବାଙ୍ଗାଲୋରର ସୁପର ଫ୍ୟାନ ଶୁଗୁମାର କହିଛନ୍ତି ଯେ, ସୁଧୀର ଆନ୍ନା ଓ ମତେ ଏହି ସମ୍ମାନଜନକ ଆୱାର୍ଡରେ ସମ୍ମାନିତ କରାଯାଉଥିବାରୁ ମୁଁ ବହୁତ ଖୁସି। ଏହାସହିତ ପ୍ରଥମ ଥର ପାଇଁ ଫ୍ୟାନ ମାନଙ୍କର ପ୍ରିୟ ମୂହୁର୍ତ୍ତକୁ ନେଇ ବହି ଛପାଯିବ ବୋଲି ଶୁଣିବା ପରେ ଆହୁରି ଅଧିକ ଖୁସି ଅଛି।

#cricket #globalsportsfanaward #sudheergoutam #sugumar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon