• padmabati kund

ଆଇପିଏଲ 2019 : ମ୍ୟାଚ ଅଧାରୁ ହଜିଗଲା ବଲ, ମିଳିବା ପରେ ଏମିତି ହେଲା ଟାହିଟାପରା


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣରେ 42ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ବୁଧବାର ଖେଳାଯାଇଥିଲା। ଏହି ମ୍ୟାଚରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ମିଳିଥିଲା। ତେବେ ଏହି ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବାଙ୍ଗାଲୋର ଇନିଙ୍ଗ୍ସରେ ଦ୍ଵିତୀୟ ଷ୍ଟ୍ରାଟେଜିକ ଟାଇମ ଆଉଟ ପରେ ବଲ ହଜିଯାଇଥିଲା ଓ ରିପ୍ଲେ ଦେଖିବା ପରେ ବଲ ବିଷୟରେ ଜଣାପଡିଥିଲା।

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମ ଇନିଙ୍ଗ୍ସରେ ବ୍ୟାଟିଙ୍ଗ କରିବା ସମୟରେ 14ଓଭର ପରେ ଅମ୍ପାୟାର 2ମିନିଟ 30ସେକେଣ୍ଡର ଷ୍ଟ୍ରାଟେଜିକ ଟାଇମ ଆଉଟ ଘୋଷଣା କରିଥିଲେ। ଟାଇମ ଆଉଟ ପରେ ଖେଳାଳୀମାନେ ନିଜ ନିଜର ଫିଲ୍ଦିଙ୍ଗ ସ୍ଥାନକୁ ଆସିଥିଲେ। ପଞ୍ଜାବର ବୋଲର ଅଙ୍କିତ ରାଜପୁତ ବୋଲିଂ କରିବା ପାଇଁ ଯେତେବେଳେ ବଲ ମାଗିଥିଲେ ସେତେବେଳେ କୌଣସି ଖେଳାଳୀଙ୍କ ପାଖରେ ବଲ ନଥିଲା।

ଗ୍ରାଉଣ୍ଡରେ ସମସ୍ତ ଖେଳାଳୀ ଓ ଆମ୍ପୟାର ପରସ୍ପରକୁ ବଲ ପାଇଁ ପଚାରୁଥିଲେ।  ଗ୍ରାଉଣ୍ଡରେ ଏପରି ଘଟଣା ପ୍ରଥମ ଥର ଘଟିଥିଲା ଓ ଏହା ଦେଖି ବାଙ୍ଗାଲୋର ଖେଳାଳୀ ଏବି ଡିଭିଲିୟର୍ସ ମଧ୍ୟ ଖୁବ ହସୁଥିଲେ। ଏହାପରେ ଟିଭିରେ ରିପ୍ଲେ ଦେଖିବାକୁ ମିଳିଥିଲା। ଏହି ରିପ୍ଲେରୁ ସ୍ପଷ୍ଟ ହୋଇଥିଲା ଯେ ଷ୍ଟ୍ରାଟେଜିକ ଟାଇମ ଆଉଟ ପୂର୍ବରୁ ଅମ୍ପାୟାର ବଲକୁ ନିଜ ପକେଟରେ ରଖି ଭୁଲିଯାଇଥିଲେ।

ଷ୍ଟ୍ରାଟେଜିକ ଟାଇମ ଆଉଟ ପୂର୍ବରୁ ମୁରୂଗନ ଅଶ୍ୱିନ ଅମ୍ପାୟାର ଆକ୍ସନଫୋର୍ଡଙ୍କୁ ବଲ ଦେଇଥିଲେ ଓ ଆକ୍ସନଫୋର୍ଡ ସେହି ବଲକୁ ଦ୍ଵିତୀୟ ଅମ୍ପାୟାର ଶମସୁଦ୍ଦିନଙ୍କୁ ଦେଇଥିଲେ। ଶମସୁଦ୍ଦିନ ଏହି ବଲକୁ ନିଜ ପକେଟରେ ରଖିଦେଇଥିଲେ। ରିପ୍ଲେ ଦେଖିବା ପରେ ଶମସୁଦ୍ଦିନଙ୍କୁ ବଲ କଥା ମନେ ପଡିଥିଲା ଓ ଏହାପରେ ଖେଳ ଆରମ୍ଭ ହୋଇଥିଲା।

ଏହି ସମୟର ଭିଡିଓ ବିସିସିଆଇ ନିଜର ଆଇପିଏଲ ସାଇଟରେ ଅପଲୋଡ କରିଥିଲେ ଓ ଦର୍ଶକମାନେ ଏହି ଭିଡିଓକୁ ଖୁବ ପସନ୍ଦ ମଧ୍ୟ କରିଥିଲେ। ଏହାପରେ ଭିଡିଓଟି ଭାଇରାଲ ହୋଇଛି। ଏହାକୁ ନେଇ ଫ୍ୟାନମାନେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି। କମେଣ୍ଟେଟର ଆକାଶ ଚୋପ୍ରା ଏନେଇ ଏକ ଟ୍ଵିଟ କରି ଲେଖିଛନ୍ତି, “ଏହି ଆଇପିଏଲରେ ଷ୍ଟମ୍ପରୁ ବେଲ୍ସ ପଡୁନାହିଁ ଓ ବଲ ମିଳୁନାହିଁ।“

ଆକାଶ ଚୋପ୍ରା ଏପରି ଲେଖିବାର ଅର୍ଥ ହେଉଛି, ଚଳିତ ଆଇପିଏଲରେ ଏପରି ଅନେକ ଥର ଦେଖିବାକୁ ମିଳିଛି ଯେ, ଷ୍ଟମ୍ପରେ ବଲ  ଲାଗିବା ପରେ ମଧ୍ୟ ଷ୍ଟମ୍ପରୁ ବେଲ୍ସ ଖସୁନାହିଁ।

ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, “ଅମ୍ପାୟାର ନିଜ ପକେଟରେ ବଲ ଭୁଲିଯାଇଥିବା କାରଣରୁ ମ୍ୟାଚ କିଛି ସମୟ ପାଇଁ ବନ୍ଦ ହେବା ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।“

ସେହିପରି ଅନ୍ୟଜଣେ ବ୍ୟବହାରକାରୀ ଅମ୍ପାୟାରଙ୍କୁ ମଜାରେ ମ୍ୟାଜିକିସିଆନ ଅମ୍ପାୟାର ବୋଲି କହିଛନ୍ତି। ସେ କେମେଣ୍ଟ କରି ଲେଖିଛନ୍ତି, “ଓଭର ଆରମ୍ଭରୁ ବଲ ହଜିଯାଇଥିଲା ଏବଂ ପରେ ଏହା ଅମ୍ପାୟାରଙ୍କ ପକେଟରେ ମିଳିଲା।“    

#cricket #ipl2019 #ballmissing

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon