• ବେତାର ବ୍ୟୁରୋ

କ୍ରିକେଟ ବିଶ୍ଵକପ ସମାରୋହରେ ଏମିତି ରହିବ ଭାରତୀୟ ଟିମ୍ ପୋଷାକ


(ବେତାର ବ୍ୟୁରୋ) ଆଗାମୀ କ୍ରିକେଟ ବିଶ୍ଵକପ ଇଂଲଣ୍ଡରେ ହେବାକୁ ଥିବାରୁ ସେଠାକାର ସମାରୋହରେ ଭାରତୀୟ କ୍ରିକେଟ ଖେଳାଳୀ ମାନେ ଯେପରି ଏକ ସ୍ଵତନ୍ତ୍ର ପୋଷାକ ପିନ୍ଧନ୍ତି ସେ ବିଷୟରେ ବିସିସିଆଇ ପୋଷାକ ଚୟନ ଓ ପ୍ରସ୍ତୁତି କାମ ଆରମ୍ଭ କରିଦେଇଛି ।

ଖେଳାଳିମାନେ ବିଶ୍ବକପ୍ ବେଳେ ଯେମିତି ସ୍ମାର୍ଟ ଓ ସୁନ୍ଦର ଦେଖାଯାଆନ୍ତି, ସେ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଇଂଲଣ୍ଡ ପରିବେଶକୁ ଆଖି ଆଗରେ ରଖି ଏହି ବ୍ଲେଜର, ଟ୍ରାଉଜର ଏବଂ ସାର୍ଟ ପାଇଁ କପଡ଼ା ବଛା ଯାଇଛି।

ଏହି ସ୍ବତନ୍ତ୍ର ସୁଟର ନୀଳ ରଙ୍ଗର ବ୍ଲେଜର, ଟ୍ରାଉଜର, ଧଳା ଶାର୍ଟ ଉନ୍ନତ ମାନର କପଡ଼ାରେ ପ୍ରସ୍ତୁତ କରାଯିବ। ବ୍ଲେଜର ପକେଟରେ ବିସିସିଆଇର ଲୋଗୋ ରହିବ। ଏହି ସୁଟ୍‌କୁ ଖେଳାଳିମାନେ ଇଂଲଣ୍ଡରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପିନ୍ଧିବେ।

ଦେଶୀ ବ୍ରାଣ୍ଡ

ବିସିସିଆଇ ପକ୍ଷରୁ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସୁ୍‌ଟ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ପ୍ରାୟତଃ ଖେଳାଳି ଏବେ ଆଇପିଏଲରେ ବ୍ୟସ୍ତ। ଏଣୁ ଦର୍ଜିମାନେ ବିଭିନ୍ନ ଆଇପିଏଲ ଫ୍ରାଞ୍ଚାଇଜର ଦଳୀୟ ହୋଟେଲକୁ ଯାଉଛନ୍ତି।

ବିସିସିଆଇ ତରଫରୁ କୁହାଯାଇଛି ଯେ ଏବେ ଆଇପିଏଲ ଚାଲିଥିବାରୁ, ଦଳୀୟ ଖେଳାଳିମାନେ ବିଭିନ୍ନ ସ୍ଥାନରେ ରହୁଛନ୍ତି। ତେଣୁ ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଲାଗି ଏଭଳି ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ଇଟାଲିଆନ ବ୍ରାଣ୍ଡ କପଡାର ଶୁଟ୍‌ ପରିଧାନ କରୁଥିଲେ। ହେଲେ ଚଳିତ ଥର ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରୁଥିବା ଖେଳାଳିମାନଙ୍କ ଲାଗି ଫିଟ୍‌ ଡ୍ରେସ୍‌ ପ୍ରସ୍ତୁତ କରିବାକୁ ଏକ ଭାରତୀୟ କମ୍ପାନୀକୁ ଦାୟିତ୍ଵ ଦିଆଯାଇଛି । ସେହି ସୁଟ୍‌ ନିର୍ମାଣକାରୀ କମ୍ପାନୀର ଦର୍ଜିମାନେ ଗତ କିଛିଦିନ ହେଲା ଭାରତୀୟ ଦଳର ଖେଳାଳିଙ୍କ ରୁମ୍‌କୁ ଯାଇ ମାପ ନେଉଛନ୍ତି।

ସାଧାରଣତଃ ଏହି ସୁଟ୍‌ ଖେଳାଳିଙ୍କୁ କିଛି ନିର୍ଦ୍ଦିଷ୍ଟ ସିରିଜ୍‌ ପୂର୍ବରୁ ପ୍ରଦାନ କରାଯାଏ। ଅନ୍ତିମ ଥର ଗତ ବର୍ଷ ଦକ୍ଷିଣ ଆଫ୍ରିକା ସିରିଜ୍‌ ପୂର୍ବରୁ ପ୍ରଦାନ କରାଯାଇଥିଲା। କିନ୍ତୁ ସେତେବେଳେ ଦର୍ଜି ଖେଳାଳିଙ୍କ ମାପ ନେବା ଲାଗି ସେମାନଙ୍କ ଘରକୁ ଯାଇ ନ ଥିଲେ।

#cricket #BCCI #worldcup2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon