- padmabati kund
ଫ୍ଲାଇଟରେ ଶସ୍ତା ସିଟ୍ ରେ ବସିଲେ ଅମୀର ଖାଁ; ଟ୍ୱିଟରରେ ଏମିତି ହେଲା ଟାହିଟାପରା

(ବେତାର ବ୍ୟୁରୋ) ବଲିଉଡ ଇଣ୍ଡଷ୍ଟ୍ରୀରେ ମିଷ୍ଟର ପରଫେକନିଷ୍ଟ ଭାବରେ ପରିଚିତ ଅମିର ଖାନ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଅମିର ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଅମିର ଖାନଙ୍କୁ ଫ୍ଲାଇଟରେ ଇକୋନୋମି କ୍ଳାସରେ ଟ୍ରାଭେଲ କରୁଥିବାର ଦେଖିବାକୁ ମିଳିଥିଲା। ଅମିର ଖାନଙ୍କ ଏହି ବିନମ୍ରତାକୁ ଦେଖିବା ପରେ କିଛିଲୋକ ପ୍ରଶଂସା କରିଥିବା ବେଳେ କିଛି ଲୋକ ଅମିରଙ୍କୁ ଏନେଇ ଟ୍ରଲ କରିଛନ୍ତି।
ଅଧିକାଂଶ ଧନୀ ଲୋକ ଓ ଫିଲ୍ମ ସୁପରଷ୍ଟାର ମାନେ ଫ୍ଲାଇଟରେ ବିଜନେସ କ୍ଳାସରେ ଯାତ୍ରା କରିଥାନ୍ତି। ମାତ୍ର ଅମିର ଖାନ ସାଧାରଣ ଲୋକଙ୍କ ପରି ଫ୍ଲାଇଟରେ ଇକୋନୋମି କ୍ଳାସରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି।
ଅମିର ଖାନଙ୍କୁ ଏହି ଭାଇରାଲ ଭିଡିଓରେ ନୀଳ ରଙ୍ଗର କ୍ୟାପ ଲଗାଇ ଝରକା ପାଖ ସିଟରେ ବସିଥିବାର ଦେଖିବାକୁ ମିଳିଥିଲା। ଫ୍ଲାଇଟ ଭିତରେ ଅମିର ଖାନଙ୍କୁ ଦେଖିବା ପରେ ଅନ୍ୟ ଯାତ୍ରୀମାନେ ମଧ୍ୟ ବହୁତ ଉତ୍ସାହିତ ହୋଇଯାଇଥିଲେ।
କିଛିଲୋକ ଏହି ଫଟୋରେ କମେଣ୍ଟ ଦେଇ କହିଛନ୍ତି ଯେ, ଅମିର ଏସବୁ ଲୋକପ୍ରିୟତା ହାସଲ କରିବାକୁ କରୁଛନ୍ତି। ସେହିପରି ଅନ୍ୟଜଣେ ବ୍ୟକ୍ତି କମେଣ୍ଟ କରି ଲେଖିଛନ୍ତି ଯେ, 2018ରେ ରିଲିଜ ହୋଇଥିବା ଅମିରଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ ଫ୍ଲପ ହେବାର ପ୍ରଭାବରୁ ସେ ଇକୋନୋମି କ୍ଳାସରେ ଯାତ୍ରା କରୁଛନ୍ତି। ଯଦି ଅମିରଙ୍କ ଆଗାମୀ ଫିଲ୍ମ ମଧ୍ୟ ଫ୍ଲପ ହୁଏ ତେବେ ତାଙ୍କୁ ରାସ୍ତାରେ ଭିକ ମାଗୁଥିବାର ଦେଖିବାକୁ ମିଳିପାରେ ବୋଲି ଅନ୍ୟଜଣେ ବ୍ୟକ୍ତି କମେଣ୍ଟ ଦେଇ ଲେଖିଛନ୍ତି।
ଅମିର ଖାନ ଯଦି ଇକୋନୋମି କ୍ଳାସରେ ଯାତ୍ରାରେ କରୁଛନ୍ତି ତେବେ ଏହି କଥାକୁ ନେଇ ଏତେ ଚର୍ଚ୍ଚା କରିବାର କିଛି ମାନେ ନାହିଁ ବୋଲି କିଛି ବ୍ୟକ୍ତି ଏହି ଭିଡିଓରେ କମେଣ୍ଟ କରିଛନ୍ତି।
ଅମିର ଖାନଙ୍କ ଅଭିନୀତ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ଥାନ’ 2018ରେ ରିଲିଜ ହୋଇଥିଲା ଓ ଏହାକୁ ସବୁଠାରୁ ବଡ ଫିଲ୍ମ ବୋଲି ବିଚାର କରାଯାଊଥିଲା। କିନ୍ତୁ ରିଲିଜ ହେବା ପରେ ଫିଲ୍ମଟି ଫ୍ଲପ ହୋଇଥିଲା। ତେବେ ବର୍ତ୍ତମାନ ଅମିର ନିଜର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଢା’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମଟି 2020ରେ ରିଲିଜ ହୋଇପାରେ।
ଏହି ଫିଲ୍ମଟି ଟମ ହୈଙ୍କ୍ସଙ୍କର 1994ରେ ଆସିଥିବା ହଲିଉଡ ବ୍ଲକବଷ୍ଟର ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ ଅଟେ। ଫିଲ୍ମର ଶୁଟିଙ୍ଗ ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମକୁ ନେଇ ଅମିର କହିଛନ୍ତି ଯେ, ମୁଁ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ଫିଲ୍ମରେ ଅମିର ପତଳା ଦେଖାଯିବା ପାଇଁ ନିଜର ଓଜନ 20କିଲୋଗ୍ରାମ ମଧ୍ୟ କମ କରିବେ।