• padmabati kund

ସକାଳ ଜଳଖିଆ ଖାଉନାହାନ୍ତି? ହେଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା


(ବେତାର ବ୍ୟୁରୋ) ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ପାଖରେ ଠିକ ସମୟରେ ଖାଇବା ପାଇଁ ମଧ୍ୟ ସମୟ ମିଳୁନାହିଁ। ଏଥିପାଇଁ କେତେବେଳେ ସକାଳ ଜଳଖିଆ ଖାଇପାରୁନେ ତ କେତେବେଳେ ମଧ୍ୟାହ୍ନ ଭୋଜନ ମଧ୍ୟ କରିପାରି ନଥାଉ। କିଛି କିଛି ଲୋକ ରାତିରେ ବିଳମ୍ବରେ ମଧ୍ୟ ଭୋଜନ କରିଥାନ୍ତି। ଏପରି କରିବା ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ତେବେ ଯେଉଁମାନେ ସକାଳର ଜଳଖିଆ ଖଇନଥାନ୍ତି ସେମାନଙ୍କ ପାଖରେ ହୃଦରୋଗର ଆଶଙ୍କା ବହୁତ ବଢିଯାଇଥାଏ।

ତେଣୁ ସୁସ୍ଥ ରହିବା ପାଇଁ ସକାଳର ଜଳଖିଆ ଠିକ ସମୟରେ ଖାଇବା ଉଚିତ। ସକାଳର ଜଳଖିଆ ନଖାଇବା ଦ୍ଵାରା ଶରୀରରେ କେଉଁ କେଉଁ ସମସ୍ୟା ଦେଖାଯାଇଥାଏ ଆସନ୍ତୁ ଜାଣିବା।

୧.ମଧୁମେହର ଆଶଙ୍କା: ସକାଳର ଭୋଜନ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ। ଯେଉଁମାନେ ସକାଳ ଜଳଖିଆ ଖାଇ ନଥାନ୍ତି ବା ଜଳଖିଆ ଖାଇବା ଅଧାରୁ ଛାଡି ଦେଇଥାନ୍ତି ସେମାନଙ୍କ ଶରୀରରେ ଟାଇପ-2 ଡାଇବେଟିସ ହେବାର ଆଶଙ୍କା ବହୁତ ବଢିଯାଇଥାଏ।

୨.ଓଜନ ବଢିଥାଏ: ଏକ ଅଧ୍ୟୟନ ଜଣା ଯାଇଛି ଯେ, ଯେଉଁମାନେ ସକାଳର ଭୋଜନ ଖାଇନଥାନ୍ତି ସେମାନେ ମଧ୍ୟାହ୍ନ ଭୋଜନ ଓ ରାତି ସମୟରେ ବହୁତ ଅଧିକ ଖାଇଥାନ୍ତି। ଯାହାଫଳରେ ସେମାନଙ୍କର ଶରୀରର ଓଜନ ମଧ୍ୟ ବଢିଯାଇଥାଏ।

୩.ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ: ସକାଳ ଜଳଖିଆ ନଖାଇବା ଦ୍ଵାରା ଆମର ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ। ସକାଳ ସମୟରେ ଜଳଖିଆ ନଖାଇବା ଦ୍ଵାରା ଆମର ମସ୍ତିଷ୍କକୁ ପର୍ଯ୍ୟାପ୍ତ ପରିମାଣର ଶକ୍ତି ମିଳିନଥାଏ। ଯାହାଫଳରେ ମସ୍ତିଷ୍କ ସମସ୍ତ କାମକୁ ସଠିକ ଭାବରେ କରିବାକୁ ସକ୍ଷମ ହୋଇନଥାଏ ଓ ଆପଣଙ୍କ କାମରେ ମଧ୍ୟ ପ୍ରଭାବ ପଡିଥାଏ।

୪.ମୁଣ୍ଡବିନ୍ଧା ସମସ୍ୟା ବଢିଥାଏ: ସକାଳର ଭୋଜନ ନକରିବା ଦ୍ଵାରା ଶରୀରରେ ଗ୍ଳୁକୋଜର ସ୍ତରକୁ ସନ୍ତୁଳନ କରିବା ପାଇଁ କିଛି ହରମୋନ ରିଲିଜ ହୋଇଥାଏ ଓ ଏହାଦ୍ଵାରା ରକ୍ତଚାପ ମଧ୍ୟ ବଢିଯାଇଥାଏ। ଏହାଦ୍ଵାରା ଆପଣଙ୍କ ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ବଢିଯାଇଥାଏ।

୫.କ୍ଳାନ୍ତି ଓ ଥକାପଣ: ସକାଳେ ଜଳଖିଆ ନଖାଇବା ଦ୍ଵାରା ଦିନଯାକ କ୍ଳାନ୍ତ ଓ ଥକାପଣ ରହିଥାଏ କାରଣ ଆମ  ଶରୀରକୁ ସଠିକ ମାତ୍ରାରେ ପୋଷାକ ତତ୍ତ୍ଵ ମିଳିନଥାଏ।

୬.ବିରକ୍ତ ହେବା: ଯେଉଁମାନେ ସଠିକ ସମୟରେ ସକାଳ ଜଳଖିଆ ଖଇନଥାନ୍ତି ସେମାନଙ୍କୁ ଅଧିକ ରାଗ ଆସିଥାଏ। ସଠିକ ମାତ୍ରାରେ ପୋଷଣ ନମିଳିବା ଦ୍ଵାରା ମନରେ ଅଧିକ ବିରକ୍ତି ଭାବ ଆସିଥାଏ। ସେହିପରି ଯେଉଁମାନେ ସକାଳର ଭୋଜନ ସଠିକ ଭାବରରେ କରିଥାନ୍ତି ଦିନଯାକ ସେମାନଙ୍କର ମନ ଭଲ ରହିଥାଏ।

#lifestyle #health #breakfast

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon