• padmabati kund

ବିବାହ ପରେ ମଧ୍ୟ ଅଲଗା ରହୁଛନ୍ତି କି? କରନ୍ତୁ ନାହିଁ ଏହି ଭୁଲ


(ବେତାର ବ୍ୟୁରୋ) ଅନେକ ଦମ୍ପତି ବିବାହ ପରେ ମଧ୍ୟ ଏକାଠି ରହିପାରିନଥାନ୍ତି। କିଛିନା କିଛି କାରଣରୁ ସେମାନଙ୍କୁ ପରସ୍ପରଠାରୁ ଅଲଗା ହୋଇ ରହିବାକୁ ପଡିଥାଏ। ପାଠପଢା ବା ଚାକିରୀ ଏହାର ଏକ ମୁଖ୍ୟ କାରଣ ଅଟେ। ସ୍ଵାମୀ ଗୋଟିଏ ସ୍ଥାନରେ ଚାକିରୀ କରୁଥିବା ବେଳେ ସ୍ତ୍ରୀ ଅନ୍ୟ ଏକ ସ୍ଥାନରେ ଚାକିରୀ କରିଥାନ୍ତି। ଯଦି ଉଭୟ ଏକ ଭଲ  ପଦରେ ଥାଆନ୍ତି ତେବେ ଚାକିରୀ ଛାଡିବା ପାଇଁ ଇଚ୍ଛା କରିନଥାନ୍ତି। ଏପରି ସମୟରେ ବିବାହ ପରେ ମଧ୍ୟ ପରସ୍ପର ଠାରୁ ଅଲଗା ରହିବା ଫଳରେ ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥାଏ।

ତେବେ  ଯଦି ଆପଣ ମଧ୍ୟ ଏହି ପରିସ୍ଥିତିର ସାମ୍ନା କରୁଛନ୍ତି ଓ ପତିପତ୍ନୀର ସମ୍ପର୍କ ମଧ୍ୟରେ ଦୂରତା ବଢାଇବାକୁ ଚାହୁଁନାହାନ୍ତି ତେବେ ଦୂରରେ ଥିବା ସମୟରେ କଣ କରିବେ ଓ କଣ କରିବେ ନାହିଁ ଆସନ୍ତୁ ଜାଣିବା।

୧.ଭିଡିଓ କଲ କରନ୍ତୁ: ବିବାହ ପରେ ମଧ୍ୟ ପତିପତ୍ନୀ ଅଲଗା ରହିବା ଫଳରେ ଉଭୟ ମଧ୍ୟରେ ଏକ ଦୂରତା ଆସିଯାଇଥାଏ। ଏପରି ସମୟରେ ଆପଣ କଲ କରି କଥା ହେଉଥିବେ କିନ୍ତୁ କଲ କରିବା ଅପେକ୍ଷା ଅଧିକାଂଶ ସମୟ ଭିଡିଓ କଲିଙ୍ଗ କରନ୍ତୁ। ଏପରି କରିବା ଦ୍ଵାରା ପରସ୍ପର ମଧ୍ୟରେ ଦୂରତା କମ ହେବା ପରି ଲାଗିବ ଓ ମନ ଭଲ ରହିବ।

୨.ଉପହାର ପଠାନ୍ତୁ: ଏକାଠି ରହିବା ଫଳରେ ପତିପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥାଏ। ଏପରି ସ୍ଥଳେ ପରସ୍ପର ନିଜର ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣି  ପାରିଥାନ୍ତି। କିନ୍ତୁ କୌଣସି କାରଣରୁ ଯଦି ପତିପତ୍ନୀଙ୍କୁ ବିବାହ ପରେ ଅଲଗା ରହିବାକୁ ପଡେ ତେବେ ମନରେ ବହୁତ ଦୁଃଖ ହୋଇଥାଏ। ତେବେ ଦୂରରେ ରହି ମଧ୍ୟ ପରସ୍ପରକୁ ଉପହାର ଦେବାକୁ ଭୁଲନ୍ତୁ ନାହିଁ। ଉପହାର ପଠାଇବା ଦ୍ଵାରା ଆପଣ ତାଙ୍କ ପାଖରେ ରହିବା ପରି ଅନୁଭବ ହେବ।

୩.ପଇସା ପଠାନ୍ତୁ: ସ୍ତ୍ରୀ ଯେତେ ଅଧିକ ରୋଜଗାର କରୁଥିଲେ ମଧ୍ୟ ସେମାନେ ସବୁବେଳେ ଇଚ୍ଛା କରିଥାନ୍ତି ଯେ, ତାଙ୍କ ସ୍ଵାମୀ ତାଙ୍କୁ ସପିଙ୍ଗ କରିଦିଅନ୍ତୁ। ଯଦି ଆପଣ ସ୍ତ୍ରୀଙ୍କ ଠାରୁ ଦୂରରେ ରହୁଛନ୍ତି ତେବେ ତାଙ୍କ ପାଖକୁ ପଇସା ପଠାନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଜୀବନସାଥୀ ଅନୁଭବ କରିବେ ଯେ ଆପଣ ତାଙ୍କ ଠାରୁ ଦୂରରେ ରହି ମଧ୍ୟ ପାଖରେ ଅଛନ୍ତି।

୪.କଲରେ ଅଧିକ ସମୟ ବ୍ୟସ୍ତ ରୁହନ୍ତୁ ନାହିଁ: ଯଦି ଆପଣ ପାର୍ଟନରଙ୍କ ଠାରୁ ଅଲଗା ରହୁଛନ୍ତି ତେବେ ଆପଣଙ୍କ ପାର୍ଟନର  ଆପଣଙ୍କ ପାଖକୁ ଯେକୌଣସି ସମୟରେ ମଧ୍ୟ କଲ କରିପାରନ୍ତି। ଏପରି ସମମୟରେ ମୋବାଇଲ ନମ୍ବରକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟସ୍ତ ରୁହନ୍ତୁ ନାହିଁ। ଯଦି  ଆପଣ ଅନ୍ୟ କାହା ସହିତ  କଥା ହେଉଛନ୍ତି ଓ ସେହି ସମୟରେ ଆପଣଙ୍କ ପତ୍ନୀ କଲ କରୁଛନ୍ତି ତେବେ ତୁରନ୍ତ କଲବ୍ୟାକ କରନ୍ତୁ ନଚେତ ମେସେଜ କରିଦିଅନ୍ତୁ।  

#relationship #longdistancerelationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon