- padmabati kund
ଭୋଡଫୋନ ଲଞ୍ଚ କଲା ଟ.139 ରିଚାର୍ଜ ପ୍ଳାନ, ମିଳିବ 5ଜିବି ଡାଟା

(ବେତାର ବ୍ୟୁରୋ) ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ପ୍ରତିଦ୍ଵନ୍ଦିତା ଦେଖିବାକୁ ମିଳୁଛି। ଗ୍ରାହକଙ୍କ ସଂଖ୍ୟା ବଢାଇବା ପାଇଁ ଓ ଗ୍ରାହକଙ୍କୁ ନିଜ ନେଟୱାର୍କ ସହିତ ଯୋଡି ରଖିବା ପାଇଁ ଅନେକ ନୂଆ ନୂଆ ରିଚାର୍ଜ ପ୍ୟାକ ଓ ଅଫର ଲଞ୍ଚ କରୁଛନ୍ତି। ଭୋଡଫୋନ ତରଫରୁ ଏକ ନୂଆ ରିଚାର୍ଜ ପ୍ଳାନ ଲଞ୍ଚ କରାଯାଇଛି। ଏହି ପ୍ରିପେଡ ରିଚାର୍ଜ ପ୍ଳାନର ମୂଲ୍ୟ ରହିଛି ଟ.139।
ଯେଉଁ ଗ୍ରାହକମାନେ ପ୍ରତି ମାସରେ ନିଜ ମୋବାଇଲ ନମ୍ବରରେ ରିଚାର୍ଜ କରିଥାନ୍ତି ସେହି ଗ୍ରାହକଙ୍କୁ ନଜରରେ ରଖି କମ୍ପାନୀ ତରଫରୁ ଏହି ରିଚାର୍ଜ ପ୍ଳାନ ଲଞ୍ଚ କରାଯାଇଛି। ଏହି ଟ.139 ରିଚାର୍ଜ ପ୍ୟାକରେ ଗ୍ରାହକଙ୍କୁ ଡାଟା ଓ କଲିଙ୍ଗର ସୁବିଧା ମିଳିବ।
ଏହି ନୂଆ ରିଚାର୍ଜ ପ୍ୟାକର ବୈଧତା 28ଦିନ ରଖାଯାଇଛି। ଏହି 28ଦିନ ମଧ୍ୟରେ ଗ୍ରାହକ ମାନେ ମୋଟ 5ଜିବି ଡାଟା ଓ ଅନଲିମିଟେଡ଼ କଲର ସୁବିଧା ପାଇପାରିବେ। ତେବେ ଏହି ପ୍ୟାକରେ ଗ୍ରାହକଙ୍କୁ ଏସଏମଏସର ସୁବିଧା ମିଳିବ ନାହିଁ।
ତେବେ ବର୍ତ୍ତମାନ ଭୋଡଫୋନର ଏହି ରିଚାର୍ଜ ପ୍ଳାନ କିଛି ବଛାଯାଇଥିବା ସର୍କଲରେ ଲଞ୍ଚ କରାଯାଇଛି। ତେବେ କିଛି ସର୍କଲରେ ଏହାକୁ କିଛି ବଛା ବଛା ଗ୍ରାହକଙ୍କ ପାଇଁ ମଧ୍ୟ ଲଞ୍ଚ ହୋଇଥିବା ବେଳେ କିଛି ସର୍କଲରେ ଏହାକୁ ସମସ୍ତ ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଛି।
ଭୋଡଫୋନ ପାଖରେ ଆଗରୁ ଏହି ରେଞ୍ଜର ଅନ୍ୟ ପ୍ରିପେଡ ରିଚାର୍ଜ ପ୍ଳାନ ମଧ୍ୟ ରହିଛି ଯଥା ଟ.119ପ୍ଳାନ, ଟ.129 ପ୍ଳାନ ଓ ଟ.ଟ.169ପ୍ଳାନ। ଟ.119 ରିଚାର୍ଜ ପ୍ଳାନରେ ଗ୍ରାହକଙ୍କୁ 28ଦିନ ପର୍ଯ୍ୟନ୍ତ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ ସହିତ ପ୍ରତିଦିନ 1ଜିବିର ଡାଟା ଉପଲବ୍ଧ ହେଉଛି। ସେହିପରି ଟ.129 ରିଚାର୍ଜ ପ୍ଳାନରେ 28ଦିନ ପର୍ଯ୍ୟନ୍ତ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ ସହିତ ପ୍ରତିଦିନ 1.5ଜିବିର ଡାଟା ଉପଲବ୍ଧ ହେଉଛି।
ଭୋଡାଫୋନର ଟ.169 ରିଚାର୍ଜ ପ୍ଳାନ
ଭୋଡଫୋନର ଟ.169 ରିଚାର୍ଜ ପ୍ଳାନରେ ଗ୍ରାହକଙ୍କୁ ପ୍ରତିଦିନ 1ଜିବି ଡାଟା ମିଳୁଛି। ଏହାର ବୈଧତା 28ଦିନ ରହିଛି। ଏଥିରେ ଅନଲିମିଟେଡ କଲର ସୂବିଧା ସହିତ ଦୈନିକ 100ଟି ଏସଏମଏସ ପଠାଇବାର ସୁବିଧା ମଧ୍ୟ ରହିଛି।
ନିକଟରେ ଭୋଡଫୋନ ତରଫରୁ ଲମ୍ବା ବୈଧତା ସହିତ ଟ.999 ରିଚାର୍ଜ ପ୍ଳାନ ଲଞ୍ଚ କରାଯାଇଥିଲା। ଏହାର ବୈଧତା 365ଦିନ ପର୍ଯ୍ୟନ୍ତ ରଖାଯାଇଛି। ଏଥିରେ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ ସହିତ ଗ୍ରାହକଙ୍କୁ 12ଜିବି ଡାଟା ମିଳୁଛି ଓ ଦୈନିକ 100ଟି ଏସଏମଏସ କରିବାର ସୁବିଧା ମିଳୁଛି।