• padmabati kund

ଷ୍ଟେଟ ବ୍ୟାଙ୍କ ବିରୁଦ୍ଧରେ ସର୍ବାଧିକ 47,000 ଅଭିଯୋଗ : ରିଜର୍ଭ ବ୍ୟାଙ୍କ


(ବେତାର ବ୍ୟୁରୋ) ଭାରତରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡିକ ମଧ୍ୟରୁ ସବୁଠାରୁ ଅଧିକ ଅଭିଯୋଗ ଆସିଛି ସରକାରୀ ମାଲିକାନା ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ନାଁରେ ।

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି ହେଇଥିବା ଅଭିଯୋଗ ସଂଖ୍ୟା ବିଶ୍ଳେଷଣ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଏହି ସମୀକ୍ଷାଧୀନ ବର୍ଷ ମଧ୍ୟରେ 21ଟି ବ୍ୟାଙ୍କିଙ୍ଗ ଲୋକପ୍ରହରୀ କାର୍ଯ୍ୟାଳୟକୁ ମୋଟ 1,63,590ଟି ଅଭିଯୋଗ ମିଳିଛି। ଯାହାକି ଗତବର୍ଷ ମିଳିଥିବା ଅଭିଯୋଗ ତୁଳନାରେ 24.9 ପ୍ରତିଶତ ଅଧିକ ଅଟେ।

ତେବେ ସବୁଠାରୁ ଅଧିକ ଅଭିଯୋଗ ଦେଶର ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ବିରୁଦ୍ଧରେ ମିଳିଛି। ଏସବିଆଇ ବିରୁଦ୍ଧରେ ମିଳିଥିବା ଅଭିଯୋଗ ସଂଖ୍ୟା 47,000 ଅଟେ।

ଏହି ଅଭିଯୋଗ ମଧ୍ୟରୁ ଅଧିକାଂଶ ଗ୍ରାହକ ଅନୁଚିତ ବ୍ୟବହାରକୁ ସମ୍ବନ୍ଧରେ ଅଭିଯୋଗ କରିଥିଲେ। ଅଧିକ ଲାଭ ମିଳିବା ଦର୍ଶାଇ ବ୍ୟାଙ୍କ ଜରିଆରେ ମ୍ୟୁଚୁଆଲ ଫଣ୍ଡ, ଡିପୋଜିଟ ସ୍କିମ ଇତ୍ୟାଦି ଗ୍ରହକଙ୍କୁ ବିକିବା ଅଭିଯୋଗ ମଧ୍ୟ ଏଥିରେ ସାମିଲ ଅଟେ।

ଘରୋଇ ବ୍ୟାଙ୍କ ଗୁଡିକ ମଧ୍ୟରେ ସବୁଠାରୁ ଅଧିକ 12,000 ଅଭିଯୋଗ HDFC ବ୍ୟାଙ୍କ ବିରୁଦ୍ଧରେ ମିଳିଛି। ଆମେରିକୀୟ ବ୍ୟାଙ୍କ ସିଣ୍ଡିକେଟ ବ୍ୟାଙ୍କ ବିରୁଦ୍ଧରେ 1,450 ଅଭିଯୋଗ ମିଳିଛି। ଆହ୍ଲାବାଦ ବ୍ୟାଙ୍କ ବିରୁଦ୍ଧରେ 1,727ଟି ଅଭିଯୋଗ, ବ୍ୟାଙ୍କ ଅଫ ବରୋଦା ବିରୁଦ୍ଧରେ 7,106ଟି ଅଭିଯୋଗ, ଆକ୍ସିସ ବ୍ୟାଙ୍କ ବିରୁଦ୍ଧରେ 8,151ଟି ଅଭିଯୋଗ ଓ ଆଇସିଆଇସିଆଇ ବ୍ୟାଙ୍କ ବିରୁଦ୍ଧରେ 10,456ଟି ଅଭିଯୋଗ ମିଳିଛି।

ଏହି ସମସ୍ତ ଅଭିଯୋଗ ମଧ୍ୟରୁ ପ୍ରାୟ 96% ଅଭିଯୋଗର ସମାଧାନ କରିଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି। 2017-18 ବର୍ଷ ସମୟରେ ପ୍ରତ୍ୟେକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହାରାହାରି ଟ.3,504 ଖର୍ଚ୍ଚ ହୋଇଥିଲା। ଏହାର ପୂର୍ବ ବର୍ଷରେ ଏହି ହାରାହାରି ଖର୍ଚ୍ଚ ଟ.3626 ଥିଲା।

ଅଭିଯୋଗ ପାଇଁ ନମ୍ବର

ଏହି ସମସ୍ତ ଅଭିଯୋଗ ମଧ୍ୟରେ ଏଟିଏମ ଡେବିଟ କାର୍ଡ ସମ୍ବନ୍ଧିତ ଅଭିଯୋଗ 15.1% ରହିଥିଲା। ସେହିପରି କ୍ରେଡିଟ କାର୍ଡ ସମ୍ବନ୍ଧିତ ଅଭିଯୋଗ 7.7% ଥିଲା। ବ୍ୟାଙ୍କ ନିଜର ଦେଇଥିବା ପ୍ରତିଶୃତି ରକ୍ଷା ନକରିବା ନେଇ 6.8% ଅଭିଯୋଗ ରହିଛି। ଏହାସହିତ ମୋବାଇଲ ବ୍ୟାଙ୍କିଙ୍ଗ ଓ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ ସମ୍ବନ୍ଧିତ ଅଭିଯୋଗ 5.2% ରହିଛି। ପେନସନ, ଲୋନ, ରିକଭରୀ ଏଜେଣ୍ଟକୁ ନେଇ ଅଭିଯୋଗ 5%ରୁ କମ ରହିଛି। ଅଭିଯୋଗ କରିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ 14440 ମିସ୍ କଲ୍ ସୁବିଧା ମଧ୍ୟ ଆରମ୍ଭ କରାଯାଇଛି।

#reservebankofindia #consumercomplaint #SBI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon