• padmabati kund

ଅଷ୍ଟ୍ରେଲିଆର ଧମକ : ସିରିଜ ବିବାଦ ସମାଧାନ ନହେଲେ ଆଇପିଏଲ ଯିବେନି ମହିଳା କ୍ରିକେଟର


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ଆସନ୍ତା ମେ’୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମହିଳା ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ତେବେ ଏହି ଲିଗ ପାଇଁ କୌଣସି ଅଷ୍ଟ୍ରେଲିଆ ଖେଳାଳୀଙ୍କ ନାମ ସାମ୍ନାକୁ ଆସିନାହିଁ। ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ 2020 ହେବାକୁ ଥିବା ପୁରୁଷ ଦ୍ଵୀପାକ୍ଷିକ ସିରିଜକୁ ନେଇ ଲାଗି ରହିଥିବା ବିବାଦ କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ ଏହାର ମହିଳା କ୍ରିକେଟରଙ୍କୁ ଏହି ଟି୨୦ ଲିଗରେ ଭାଗ ନେବାକୁ ଅନୁମତି ଦେଇନାହିଁ।

ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର କହିବା ଅନୁଯାୟୀ କ୍ରିକେଟ ଅଷ୍ଟ୍ରେଲିଆ ଏନେଇ ବ୍ଲାକମେଲ କରୁଅଛି। ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଖେଳାଳୀ ମେଗ୍ ଲାନିଙ୍ଗ, ଏଲିସି ପେରି ଓ ଏଲିସା ହେଲିଙ୍କୁ ମହିଳା ଆଇପିଏଲରେ ଭାଗ ନେବାକୁ ଅନୁମତି ଦେବା ପାଇଁ ବିସିସିଆଇର ଆଇପିଏଲ ସଂଚାଳନ ଟିମ୍ ଏପ୍ରିଲ ୪ ତାରିଖରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ଇମେଲ କରିଥିଲେ। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଏମାନଙ୍କୁ ଅନୁମତି ଦେଇନାହିଁ।

ଏହି ମହିଳା ଆଇପିଏଲରେ ଖେଳିବା ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଏହାର ମହିଳା ଖେଳାଳୀଙ୍କୁ ଅନୁମତି ନଦେଇ ବିସିସିଆଇ ଆଗରେ ଏକ ସର୍ତ୍ତ ରଖିଛି। ଆଇପିଏଲର ସଞ୍ଚାଳକ ଦଳକୁ ଦେଇଥିବା ଇମେଲରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଶୀର୍ଷ ଅଧିକାରୀ ବେଲିଣ୍ଡା କ୍ଲାର୍କ ଏହି ସର୍ତ୍ତ ବିଷୟରେ ଲେଖିଛନ୍ତି।

ବେଲିଣ୍ଡା କ୍ଲାର୍କ ଏଇ ଇମେଲରେ ଲେଖିଛନ୍ତି ଯେ, ‘ଆମେ ଏହି ଅନୁରୋଧ ଉପରେ ସେତେବେଳେ ବିଚାର କରିବୁ ଯେବେ ଜାନୁୟାରୀ ୨୦୨୦ରେ ହେବାକୁ ଥିବା ପୁରୁଷ ଦିନିକିଆ  ସିରିଜର ମାମଲାକୁ ବିସିସିଆଇର ସିଇଓ ରାହୁଲ ଜୋହରୀ ଓ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ କେବିନ ସମାଧାନ କରିବେ। ମତେ  ଲାଗୁଛି ଏବେ

ଏହା ଉପରେ କାମ ଚାଲୁଅଛି।“

ମହିଳା କ୍ରିକେଟରଙ୍କୁ  ଖେଳିବା ପାଇଁ ଅନୁମତି ନଦେବାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଏପରି ସର୍ତ୍ତକୁ ବିସିସିଆଇ ଅଧିକାରୀ ମାନେ ଆଲୋଚନା କରିଛନ୍ତି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଯଦି ଆପଣ ବେଲିଣ୍ଡା କ୍ଲାର୍କ୍କଙ୍କ ଇମେଲର ବିଷୟବସ୍ତୁକୁ ଦେଖିବେ ତେବେ ସ୍ପଷ୍ଟ ହେବେ ଯେ, ଏହା ହେଉଛି ବ୍ଲାକମେଲ କରିବାର ରଣନୀତି ଅଟେ। ମହିଳା ଖେଳାଳୀଙ୍କୁ ଅନୁମତି ଦେବା ପୁରୁଷ କ୍ରିକେଟ ସହିତ କିପରି ଜୋଡାଯାଇ ପାରିବ ଏନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଏହି ମହିଳା ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ଯେଉଁ ତିନିଟି ଦଳର ଘୋଷଣା କରାଯାଇଛି ତାହା ମଧ୍ୟରେ ଗୋଟିଏ ବି ଅଷ୍ଟ୍ରେଲିଆ ଖେଳାଳୀଙ୍କ ନାମ ନାହିଁ। ଏପରି ସ୍ଥିତି ଅନୁମାନ କରାଯାଉଛି ଯେ, କ୍ରିକେଟ ଅଷ୍ଟ୍ରେଲିଆ ନିଜ ମହିଳା ଖେଳାଳୀଙ୍କୁ ବିସିସିଆଇ ବ୍ୟାନର ତଳେ ଆୟୋଜିତ ହେଉଥିବା ଏହି ଟି୨୦ଲିଗରେ ଭାଗ ନେବାକୁ ଅନୁମତି ଦେଉନାହାନ୍ତି।  

#cricket #BCCI #cricketaustralia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon