• padmabati kund

ଏମିତି ରହିବ ନୂଆ ଟ.20 ନୋଟ୍ ରଙ୍ଗ


(ବେତାର ବ୍ୟୁରୋ) ବଜାରକୁ ଖୁବଶୀଘ୍ର ନୂଆ ୨୦ ଟଙ୍କିଆ ନୋଟ୍ ଆସିବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଶୁକ୍ରବାର ଏକ ଅଧିସୁଚନା ଜାରି କରାଯାଇ ଏହି ନୂଆ ୨୦ ଟଙ୍କିଆ ନୋଟକୁ ନେଇ ବିବରଣୀ ଦିଆଯାଇଛି । ଏହି ଅଧିସୂଚନାରେ ଆରବିଆଇ ନୂଆ ନୋଟର ରଙ୍ଗ ଏବଂ ରୁପକୁ ନେଇ ବିବରଣୀ ଦେଇଛନ୍ତି । ଏହି ନୂଆ 20ଟଙ୍କିଆ ନୋଟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର ରହିବ।

ଏହି ନୂଆ 20ଟଙ୍କିଆ ନୋଟ୍ ପଛରେ ଦେଶର ସାଂସ୍କୃତିକ ସ୍ତୁପ ଏଲୋରା ଗୁମ୍ପାର ଚିତ୍ର ଦେଖିବାକୁ ମିଳିବ । ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଏହି ନୋଟ୍ ର ରଙ୍ଗ ସବୁଜ-ହଳଦିଆ ରଙ୍ଗ ରହିବ । ତେବେ ନୂଆ ରଙ୍ଗର ନୋଟ୍ ଆସିବା ପରେ ମଧ୍ୟ ପୁରୁଣା 20ଟଙ୍କିଆ ନୋଟର ପ୍ରଚଳନ ଜାରି ରହିବ ବୋଲି ଆରବିଆଇ ତରଫରୁ ସୂଚନା ମଧ୍ୟ ଦିଆଯାଇଛି।

ଆରବିଆଇ ଦେଇଥିବା ବିବରଣୀ ଅନୁଯାୟୀ, ଏହି ନୂଆ ୨୦ ଟଙ୍କିଆ ନୋଟର ଆକାର 63X129mm ରହିବ। ଏହାର ସାମ୍ନା ପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ମଧ୍ୟଭାଗରେ ରହିଥିବା ବେଳେ ନୋଟ୍ ର ମୂଲ୍ୟ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଲେଖାରହିବ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭାରତ, ଇଣ୍ଡିଆର ନାମ ଏବଂ ୨୦ ଟଙ୍କା ମାଇକ୍ରୋ ଲେଟର୍ ରୁପରେ ଲେଖାଯିବ।

ସୁରକ୍ଷା ପଟି ଉପରେ ଭାରତ ଏବଂ ଆରବିଆଇ ଲେଖାଥିବା ଦେଖିବାକୁ ମିଳିବ । ନୋଟ୍ ର ଦ୍ୱିତୀୟ ପଟେ ଗ୍ୟାରେଣ୍ଟି କ୍ଲାଜ୍ ,ଗଭର୍ଣ୍ଣରଙ୍କ ହସ୍ତାକ୍ଷର,ଆରବିଆଇ ପ୍ରତୀକ ଚିହ୍ନ ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଡାହାଣ ପଟେ ରହିବ। ଏହାସହିତ ନୋଟ୍ ର ଡାହାଣ ପଟେ ଅଶୋକ ସ୍ତମ୍ଭ ମଧ୍ୟ ରହିବ । ନୋଟ୍ ନମ୍ବର ବାମରୁ ଡାହାଣ ପର୍ଯ୍ୟନ୍ତ ବଢୁଥିବା ଆକାରରେ ଛପା ଯାଇଥିବା ଦେଖିବାକୁ ମିଳିବ ।

ଏପରି ରହିବ ପଛ ଭାଗ

ନୋଟର ପଛ ଭାଗରେ ଦେଶର ସାଂସ୍କୃତିକ ସ୍ତୂପ ଏଲୋରା ଗୁମ୍ଫା ଦେଖିବାକୁ ମିଳିବ। ଏହାସହିତ ବାମପାର୍ଶ୍ଵରେ ବର୍ଷ, ସ୍ୱଚ୍ଛ ଭାରତର ଲୋଗୋ ଏବଂ ସ୍ଲୋଗାନ୍ ସହ ଭାଷାର ପଟ୍ଟି ମଧ୍ୟ ଦେଖିବାକୁ ମିଳିବ । ଦେବନାଗରୀ ଭାଷାରେ ଟ.20 ଲେଖାଯାଇଥିବାର ଦେଖିବାକୁ ମିଳିବ।

ଏହାପୂର୍ବରୁ 2016ରେ ନୋଟବନ୍ଦୀ ପରେ ଟ.500, ଟ.2,000, ଟ.200, ଟ.100, ଟ.50 ଓ ଟ.10 ଆଦିର ନୂଆ ନୋଟ ଜାରି କରାଯାଇଛି।

#newnote #rs20 #RBI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon