• padmabati kund

ଜାଣନ୍ତୁ : କାହିଁକି ସବୁ ପ୍ରକାରର ବାସ୍ତୁଦୋଷ ଦୂର ପାଇଁ ବ୍ୟବହାର ହୁଏ କର୍ପୁର


(ବେତାର ବ୍ୟୁରୋ) ହିନ୍ଦୁ ପୂଜା ପଦ୍ଧତିରେ କର୍ପୁରର ଏକ ବିଶେଷ ମହତ୍ତ୍ଵ ରହିଛି। ପୂଜା ସମୟରେ ଆଳତୀ କରିବା ବେଳେ କର୍ପୁରର ବ୍ୟବହାର କରାଯାଇଥାଏ। କର୍ପୁର ବିନା ଅଳତୀକୁ ଅଧା ବୋଲି ବିବେଚନା କରାଯାଇଥାଏ। ଘରେ କର୍ପୁର ଜଳାଇବା ଦ୍ଵାରା ଅନେକ ବ୍ୟାକ୍ଟେରିଆ, କୀଟାଣୁ ନାଶ ହୋଇଯାଇଥାଏ। ଏହାବ୍ୟତୀତ କର୍ପୁରର ଉପଯୋଗ ରୋଗୀଙ୍କୁ ଭଲ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।

ତେବେ ବାସ୍ତୁ ଶାସ୍ତ୍ରରେ ମଧ୍ୟ କର୍ପୁରର ବିଶେଷ ମହତ୍ତ୍ଵ ରହିଛି। ଏହା ସମସ୍ତ ପ୍ରକାରର ବାସ୍ତୁଦୋଷ ଦୂର କରିବାରେ ସକ୍ଷମ ହୋଇଥାଏ। ଆସନ୍ତୁ ଜାଣିବା କର୍ପୁରର କିପରି ବ୍ୟବହାର କରି ଆମେ ଘରୁ ବାସ୍ତୁ ଦୋଷ ଦୂର କରିପାରିବା।

.ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁଘରେ ନିୟମିତ ଭାବରେ କର୍ପୁର ଜଳା ଯାଇଥାଏ ସେହି ଘରର ବାୟୁ ବହୁତ ସ୍ଵଚ୍ଛ ହୋଇଥାଏ। ଦୂଷିତ ବାୟୁ ଘରୁ ବାହାରକୁ ଚାଲିଯାଇଥାଏ। ସକାଳେ ଓ ସନ୍ଧ୍ୟାରେ କର୍ପୁରରେ ଆଳତୀ କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ।

.ଦେଶି କର୍ପୁର ଜଳାଇବା ଦ୍ଵାରା ବାୟୁରେ ଅକ୍ସିଜେନର ମାତ୍ର ବୃଦ୍ଧି ପାଇଥାଏ। ଖାସକରି ପ୍ରଦୂଷିତ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ରୋଗଠାରୁ ଦୂରରେ ରହିବା ପାଇଁ ଘରେ କର୍ପୁର ଜଳାଇବା ଉଚିତ।

.ବାସ୍ତୁ  ଶାସ୍ତ୍ର ଅନୁଯାୟୀ କର୍ପୁରକୁ ଗୁଣ୍ଡକରି ପାଣିରେ ପକାଇ ଘର ପୋଛା କରନ୍ତୁ। ଏହାଦ୍ଵାରା ଘରେ କୌଣସି ପ୍ରକାରର ପୋକ ଆସିବେ ନାହିଁ।

.ଯେକୌଣସି ପ୍ରକାରର ବାସ୍ତୁ ଦୋଷ ଦୂର କରିବା ପାଇଁ କର୍ପୁର ବହୁତ ଉପଯୋଗୀ ହୋଇଥାଏ। ଘରର ଯେଉଁ କୋଠରୀରେ ଶୁଦ୍ଧ ବାୟୁ ଯିବା ଆସିବା ପାଇଁ ଝରକା ନଥାଏ ସେହିଠାରେ ଏକ କାଚପାତ୍ରରେ କର୍ପୁର ରଖନ୍ତୁ। ଏହାଦ୍ଵାରା ଉକ୍ତ କୋଠରୀ ମଧ୍ୟରେ ଶୁଦ୍ଧ ବାୟୁ ପ୍ରବାହିତ ହୋଇଥାଏ ଓ ସମସ୍ତ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ।

. ଜୋତିଷ୍ୟଶାସ୍ତ୍ର ଅନୁସାରେ ଯଦି ଆପଣଙ୍କର ଧନ କ୍ଷୟ ହେଉଛି ତାହେଲେ ଆପଣ ଗୋଲାପର ପାଖୁଡାରେ କର୍ପୁରରଖିନ୍ତୁ ଓ ଏହାକୁ ଜଳାଇ ଦୁର୍ଗମାଙ୍କୁ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କୁ ଲାଭ ମିଳିବ । ସେହିପରି ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟାରେ ହନୁମାନ ଚାଳିଶା ପଢନ୍ତୁ ଓ ତାପରେ କର୍ପୁର ଜଳାଇ ଆଳତୀ  କରନ୍ତୁ ।

. ବାସ୍ତୁଶାସ୍ତ୍ର ଅନୁସାରେ ,ଯଦି ବହୁତ ପରିଶ୍ରମ କରିବା ପରେ ବି ଆମକୁ ସଫଳତା ମିଳୁନାହିଁ ଓ ଧନ ଲାଭ ହେଉନାହିଁ, ତାହାଲେ ଆପଣ ଏକ ଚାନ୍ଦିର ଗିନାରେ ନିୟମିତ ଭାବରେ କର୍ପୁର ଲଗାନ୍ତୁ ,ଏହାଦ୍ଵାରା ଆପଣଙ୍କୁ କଠିନ ପରିଶ୍ରମର ସୁଫଳ ମିଳିବ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #Vastu #camphor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon