- ବେତାର ବ୍ୟୁରୋ
ତିନି କ୍ୟାମେରା ବିଶିଷ୍ଟ Vivoର ଏହି ଫୋନରେ କରିହେବ ଫିଲ୍ମ କ୍ଵାଲିଟିର ଭିଡିଓ

(ବେତାର ବ୍ୟୁରୋ) ସୋମବାର ଦିନ ଚୀନର ପ୍ରମୁଖ ଫୋନ ନିର୍ମାତା କମ୍ପାନୀ ଭିଭୋ ନିଜର Vivo Y17 ମଡେଲ ଭାରତରେ ବିକ୍ରି ଆରମ୍ଭ କରିଛି । ଏହି ଫୋନର ସବୁଠୁ ଖାସ କଥା ହେଉଛି ଏଥିରେ ରହିଛି ତିନୋଟି ବ୍ୟାକ କ୍ୟାମେରା ଓ ୫ହଜାର ଏମ୍ଏଚ୍ ର ଦୀର୍ଘ ବ୍ୟାଟେରୀ ।
ଫୋନର ଏହି ଟ୍ରିପଲ ରିୟର କ୍ୟାମେରା ସେଟଅପ ମଧ୍ୟରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ, ଦ୍ୱିତୀୟଟି ୮ମେଗାପିକ୍ସେଲ ଏବଂ ତୃତୀୟଟି ୨ମେଗାପିକ୍ସେଲର ରହିଛି। ଏହି କ୍ୟାମେରା ବ୍ୟବହାର କରି ଫିଲ୍ମ କ୍ଵାଲିଟିର ଭିଡିଓ ଶୁଟିଙ୍ଗ କରିହେବ ।ଏହାର ସାମ୍ନାରେ 20 ମେଗା ପିକ୍ସେଲର ଏକ ଫ୍ରଣ୍ଟ କ୍ୟାମେରା ରହିଛି ।
ୱାଇଡ ଆଙ୍ଗେଲ କ୍ୟାମେରା ବିଶେଷତ୍ଵ ହେଉଛି ଏହା ପାଖ ବସ୍ତୁ ସହିତ ଦୂରର ଅନେକ ଜିନିଷ ବଡ କ୍ୟାମେରା ଭଳି ତୋଳି ଧରିଥାଏ । ଫଳରେ ଫିଲ୍ମ ଭଳି ଭିଡିଓ ଏଥିରେ ଦେଖାଯାଇଥାଏ ।
ଏହା ସହିତ ଫୋନରେ ଥିବା ଟାଇମ ଲାପ୍ସ , ଏଚଡିଆର, ସୁପର ୱାଇଡ ଆଙ୍ଗଲ ଏବଂ ଆଇ ବ୍ୟୁଟି ମୋଡ଼ ଭଳି ଏମିତି ଅନେକ ଫିଚର ବ୍ୟବହାର କରି ଅନେକ ଆକର୍ଷଣୀୟ ଭିଡିଓ ୟୁଟ୍ୟୁବ, ଫେସବୁକ ଇତ୍ୟାଦିରେ ଅପଲୋଡ କରିହେବ ।
ଏହି ଫୋନର ମୂଲ୍ୟ ୧୭ହଜାର ୯୯୦ଟଙ୍କା।
‘ଭିଭୋ ୱାଇ-୧୭’ର ବିଶେଷତ୍ୱ
ଏହି ଫୋନରେ ଆଣ୍ଡ୍ରଏଡ ପାଇ ୯.୦ଉପରେ ଆଧାରିତ ଫନ୍ଟଚ୍ ଓଏସ୍ ୯ରହିଛି। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ୬.୩୫ଇଞ୍ଚର ଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୫୪୪ପିକ୍ସଲ। ଏଥିରେ ଡ଼ିସପ୍ଲେ ସହିତ ୱାଟର ଡ୍ରପ ନଞ୍ଚ ମିଳିବ। ଫୋନରେ ମିଡ଼ିଆଟେକର ହିଲିୟୋ ପି-୩୫ ଅକ୍ଟାକୋର ପ୍ରୋସେସର ମିଳିବ ଏବଂ ୪ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମିଳିବ।
ଫୋନରେ ସଂଯୋଗ ପାଇଁ ଡୁଆଲ ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ ୫.୦, ମାଇକ୍ରୋ ୟୁଏସବି, ଜିପିଏସ୍ ବଂ ଏଫଏମ ରେଡ଼ିଓ ମିଳିବ। ଫୋନର ବ୍ୟାକ ପ୍ୟାନେଲରେ ଟିପଚିହ୍ନ ସେନସର ପାଇପାରିବେ।