• ବେତାର ବ୍ୟୁରୋ

‘ବାହୁବଳୀ 2’କୁ ଟପିଲା ‘ଆଭେଞ୍ଜର 4’ : ତିନିଦିନରେ ବ୍ୟବସାୟ 100 କୋଟି ପାର୍


(ବେତାର ବ୍ୟୁରୋ) ସାରା ବିଶ୍ଵରେ ସିନେମା ପ୍ରେମୀମାନେ ‘ଆଭେଞ୍ଜର’ ଫିଲ୍ମ ସିରିଜର ଚତୁର୍ଥ ଭାଗକୁ ପ୍ରଚୁର ସମର୍ଥନ ଦେଇଛନ୍ତି । ଭାରତରେ ମଧ୍ୟ ଏହାକୁ ଅନେକ ସମର୍ଥନ ମିଳୁଛି । ଫିଲ୍ମ ବ୍ୟବସାୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ବିଶେଷଜ୍ଞମାନକ ମତରେ ରିଲିଜ ହେବାର ମାତ୍ର tini ଦିନ ମଧ୍ୟରେ ଫିଲ୍ମଟି ସାରା ଭାରତରେ ଟ.157 କୋଟି ରୋଜଗାର କରି ‘ବାହୁବଳୀ” ଫିଲ୍ମକୁ ପଛରେ ପକେଇଦେଇଛି ।

ଶୁକ୍ରବାର, ଶନିବାର ଓ ରବିବାରର ମୋଟ ବ୍ୟବସାୟକୁ ଦେଖିଲେ ‘ଆଭେଞ୍ଜର’ ଏହି ତିନି ଦିନରେ ମୋଟ ଟ.157.20 କୋଟିର ବ୍ୟବସାୟ କରିଛି । ଅନ୍ୟ ପକ୍ଷରେ ‘ବାହୁବଳୀ 2’ ରିଲିଜ ହେବାର ତିନି ଦିନ ମଧ୍ୟରେ ଟ.100 କୋଟିରୁ ଅଳ୍ପ ଅଧିକ ରୋଜଗାର କରିପାରିଥିଲା ।

ସାରା ବିଶ୍ବରେ ଏହି ଫିଲ୍ମକୁ ଅଭୂତପୂର୍ବ ସଫଳତା ମିଳିଛି । ‘ଆଭେଞ୍ଜର’ ର ତୃତୀୟ ଭାଗ ମୋଟ 65 କୋଟି ଡଲାର ବ୍ୟବସାୟ କରିସାରିଥିବା ବେଳେ, 'ଆଭେଞ୍ଜର' ର 4ର୍ଥ ଭାଗ ତିନି ଦିନରେ 102 କୋଟି ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଛି । ଏପରିକି ଫିଲ୍ମ ନିର୍ମାତା ମାନେ ଆଶା କରିଥିଲେ ଫିଲ୍ମଟି ତିନି ଦିନ ଭିତରେ 30 ରୁ 40 କୋଟି ଭିତରେ ରୋଜଗାର କରିବ ।

ମନମୋହୁଛି ଚଳଚ୍ଚିତ୍ର

ଏହି ଫିଲ୍ମରେ ସୁପରମ୍ୟାନ ଠୁ ଆରମ୍ଭ କରି ଆଇରନ ମ୍ୟାନ ଯାଏଁ ଅନେକ ପ୍ରକାରର ହଲିଉଡ ସୁପର ହିରୋ ଅଛନ୍ତି । ତେବେ ତୃତୀୟ ଭାଗରେ ଥାନୋସ ନାମକ ଏକ ସୁପରହିରୋ ବିଶ୍ଵର ଅଧା ଜନସଂଖ୍ୟା ସହିତ ଅର୍ଦ୍ଧେକ ସୁପରହିରୋଙ୍କୁ ଭସ୍ମ କରିଦେଇଥିଲା । ଆଭେଞ୍ଜରର ଚତୁର୍ଥ ଭାଗରେ ବଳକା ଥିବା ସୁପରହିରୋ ମାନେ କିପରି ଏହାର ପ୍ରତିଶୋଧ ନେଉଛନ୍ତି ତାହା ଦର୍ଶା ଯାଇଛି ।

ଏହି ଫିଲ୍ମର ସମୁଦାୟ ଚାରିଟି ଭାଗ ରହିଛି ।

ହଲରେ ଦେଖିହେବ ସବୁ ଫିଲ୍ମ

ସିନେପଲିସ୍ ସିନମା ହଲ ପକ୍ଷରୁ ଭାରତର ପ୍ରଥମ ମୁଭି ମାରାଥନର ଆୟୋଜନ କରାଯାଉଛି, ଯେଉଁଥିରେ ଅତ୍ୟନ୍ତ ଲୋକପ୍ରିୟ ମାର୍ଭେଲ୍ ଫିଲ୍ମଗୁଡ଼ିକୁ ପରଦାରେ ପ୍ରଦର୍ଶନ କରାଯାଉଛି ।

ଏଥିରେ ୨୦ ଘଣ୍ଟାର ମୁଭି ମାରାଥନ୍ ୨୫ ଏପ୍ରିଲରୁ ୪ଟି ସହର (ଦିଲ୍ଲୀ, ଭୁବନେଶ୍ୱର, ପୁନେ ଏବଂ ମୂମ୍ବାଇ) ସକାଳ ୮ଟାରୁ ପ୍ରଦର୍ଶିତ ହେଉଛି । ଏହି ମାରାଥନରେ ଏପରି ୯ଟି ମୁଭି ପ୍ରଦର୍ଶିନ ହେବାକୁ ଯାଉଛି, ଯେଉଁଥିଲେ ଆଭେଞ୍ଜରର ମୂଳ ଭାଗ ଓ ଏହାର ସମସ୍ତ ସୁପରହିରୋଙ୍କ ଚରିତ୍ର ବୁଝିବା ପାଇଁ ସେମାନଙ୍କ ଫିଲ୍ମ ପ୍ରଦର୍ଶିତ ହେଉଛି ଏବଂ ଏହା ‘ଅଭେଞ୍ଜର୍ସ ଏଣ୍ଡଗେମ୍’ ସହିତ ସମାପ୍ତ ହେଉଛି ।

ପ୍ରଶଂସକମାନେ ଏହି ମାର୍ଭେଲ୍ ମୁଭି ମାରାଥନ୍ ପ୍ୟାକେଜକୁ ମାତ୍ର ୧୫୦୦ ଟଙ୍କାରେ କିଣି ପାରିବେ, ଯେଉଁଥିରେ ମୁଭି ଟିକେଟ୍ ଓ ଖାଦ୍ୟ ଭାଉଚର୍ ଅନ୍ତର୍ଭୁକ୍ତ ରହିଛି ।

#hollywood #Bollywood #Avenger

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon