• padmabati kund

ଆଇପିଏଲ 2019: ପ୍ଲେଅଫରେ ପହଞ୍ଚିବା ପାଇଁ ଏହି 5 ଦଳ ମଧ୍ୟରେ ଲଢେଇ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣର ଲିଗ୍ ମ୍ୟାଚ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତ୍ୟେକ ଦଳ ବାରଟି ଲେଖାଏଁ ମ୍ୟାଚ ଖେଳି ସାରିଲେଣି। ଏମାନଙ୍କ ମଧ୍ୟରୁ ଚେନ୍ନାଇ ଓ ଦିଲ୍ଲୀ ଦଳ ପ୍ଲେଅଫରେ ନିଜ ସ୍ଥାନ ସ୍ଥିର କରିସାରିଲେଣି। ଏବେ ପ୍ଲେଅଫରେ ବାକି ଦୁଇଟି ସ୍ଥାନ ପାଇଁ ଅନ୍ୟ ଦଳ ଗୁଡିକ ମଧ୍ୟରେ ଲଢେଇ ଜାରି ରହିଛି। ପ୍ଲେଅଫରେ ପହଞ୍ଚିବା ପାଇଁ ଦଳମାନଙ୍କୁ ନିଜ ପ୍ରଦର୍ଶନ ସହିତ ଅନ୍ୟଦଳଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରଖିବାକୁ ପଡିବ।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଦଳ ଏହାର ପୂର୍ବ ମ୍ୟାଚ କୋଲକାତା ଠାରୁ ହାରିଯାଇଛି। ବାରଟି ମ୍ୟାଚରେ ବିଜୟୀ ହୋଇ ଦଳ ପାଖରେ 14 ପଏଣ୍ଟ  ରହିଛି। ଦଳର ରନରେଟ +.0347 ରହିଛି। ଦଳ ପାଇଁ ବାକି ରହିଥିବା ଦୁଇଟି ମ୍ୟାଚରୁ ଗୋଟିଏ ଜିତିବା ନିହାତି ଜରୁରୀ। ଏହାପରେ ମୁମ୍ବାଇର ସ୍ଥାନ ପ୍ଲେଅଫରେ ନିଶ୍ଚିତ ହୋଇଯିବ। ଯଦି ଦଳ ହାଇଦ୍ରାବାଦ ଓ କୋଲକାତା ବିପକ୍ଷ ମ୍ୟାଚ ଜିତିଯାଏ ତେବେ ଶୀର୍ଷ ଦୁଇଟି ଦଳ ମଧ୍ୟରେ ମୁମ୍ବାଇ ସ୍ଥାନ ପାଇପାରେ।

ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ 12ଟି ମ୍ୟାଚ ଖେଳି ଛଅଟି ମ୍ୟାଚରେ ବିଜୟୀ ହୋଇଛି ଓ 12ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି। ଯଦି ଦଳ ଏହାର ଆଗାମୀ ଦୁଇଟି ମ୍ୟାଚ ମୁମ୍ବାଇ ଓ ବାଙ୍ଗାଲୋର ବିରୁଦ୍ଧରେ ବିଜୟ  ହାସଲ କରେ ତେବେ ପ୍ଲେଅଫରେ ପହଞ୍ଚିବା ଦଳ ପାଇଁ ନିଶ୍ଚିତ ହୋଇଯିବ।

କୋଲକାତା ନାଇଟ୍ ରାଇଡ଼ର

ବାରଟି ମ୍ୟାଚରୁ ପାଞ୍ଚଟି ମ୍ୟାଚରେ ବିଜୟ ହାସଲ କରି ଦଳ 10 ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। କୋଲକାତା ଦଳ ଲଗାତାର ଛଅଟି ମ୍ୟାଚରେ ପରାଜୟ ହୋଇ ପ୍ଲେଅଫ ଦୌଡରୁ ବହୁତ ପଛରେ ରହିଯାଇଥିଲା। କିନ୍ତୁ ହାଇଦ୍ରାବାଦ ଠାରୁ ମ୍ୟାଚ ଜିତିବା ପରେ ଦଳ ପ୍ଲେଅଫରେ ସାମିଲ ହେବାର ଆଶାକୁ ଜୀବିତ ରଖିଛି। ଆଗକୁ ପଞ୍ଜାବ ଓ ମୁମ୍ବାଇ ବିରୁଦ୍ଧରେ ମ୍ୟାଚ ଖେଳିବ ଓ ପ୍ଲେଅଫରେ ସାମିଲ ହେବା ପାଇଁ ଏହି ଦୁଇଟି ମ୍ୟାଚ ଜିତିବାକୁ ପଡିବ।

କିଙ୍ଗ୍ସ ଇଲେଭେନ ପଞ୍ଜାବ

ପଞ୍ଜାବ ଦଳ ପାଖରେ 12ଟି ମ୍ୟାଚରୁ ପାଞ୍ଚଟି ମ୍ୟାଚରେ ବିଜୟ ହାସଲ କରି 10ପଏଣ୍ଟ ରହିଛି ଓ ଏହାର ରନରେଟ -0.296 ରହିଛି ଯାହାକି ବହୁତ କମ ଅଟେ। ଚଳିତ ସିଜିନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ଏହିଦଳ ମଧ୍ୟଭାଗରେ ଭଲ ପ୍ରଦର୍ଶନ କରିପାରିନଥିଲା। ଯାହାର ଫଳାଫଳ ସ୍ୱରୂପ ଏବେ ପ୍ଲେ ଅଫରେ ସାମିଲ ହେବା ପାଇଁ ପଞ୍ଜାବକୁ ଏହାର ଆଗାମୀ ଦୁଇଟି ମ୍ୟାଚ ଜିତିବାକୁ ପଡିବ। ତେବେ ମ୍ୟାଚ ଜିତିବା ପରେ ମଧ୍ୟ ଦଳର ରନରେଟ ପ୍ଲେଅଫରେ ସାମିଲ ହେବାକୁ ବାଧାସୃଷ୍ଟି କରିପାରେ।

ରାଜସ୍ଥାନ ରୟାଲ୍ସ

ରାଜସ୍ଥାନ ଦଳ ପାଇଁ ପ୍ଲେଅଫରେ ପହଞ୍ଚିବା ବହୁତ କଷ୍ଟ ଅଟେ କିନ୍ତୁ ଅସମ୍ଭବ ନୁହେଁ। ପ୍ଲେଅଫରେ ସାମିଲ  ହେବା ପାଇଁ ଦଳକୁ ଏହାର ଆଗାମୀ ଦୁଇ ମ୍ୟାଚ ବାଙ୍ଗାଲୋର ଓ ଦିଲ୍ଲୀ ବିରୁଦ୍ଧରେ ଜିତିବାକୁ ପଡିବ। ତେବେ ଏହି ମ୍ୟାଚରେ ଅଧିକ ରନ ବ୍ୟବଧାନ ବା ୱିକେଟ ବ୍ୟବଧାନରେ ଜିତିବାକୁ ପଡିବ। ଯାହାଫଳରେ ଦଳରେ ରନରେଟରେ ସୁଧାର ଆସିବ ଓ ଦଳ ପ୍ଲେଅଫରେ ସାମିଲ ହେବାର ସମ୍ଭାବନା ଅଧିକ ବଢିଯିବ।

#cricket #ipl2019 #playoffs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon