• padmabati kund

ବେତାର ଉତ୍ତର : ଖରାଦିନେ ଥଣ୍ଡାପାଣି ପିଇବା  କାହିଁକି କ୍ଷତିକାରକ?


(ବେତାର ବ୍ୟୁରୋ) ଗ୍ରୀଷ୍ମଋତୁ ଆସିବା ମାତ୍ରେ ଖରାରେ ଶୋଷ ମେଣ୍ଟାଇବା ପାଇଁ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିପାଇଁ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦିଅନ୍ତି। ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଣ୍ଟି ନଥାଏ ବା ପାଣି ପିଇଲା ଭଳି ଲାଗି ନଥାଏ। କିନ୍ତୁ ଏହି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ।

ବିଶେଷ କରି ଖରାରୁ ବାହାରୁ ଆସିବା ପରେ ତୁରନ୍ତ ଥଣ୍ଡାପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇବ ଆସନ୍ତୁ ଜାଣିବା।

୧.ହଜମ ପ୍ରକ୍ରିୟା ଖରାପ ହୋଇଥାଏ: ତୁରନ୍ତ ଖରାରୁ ଆସିବା ମାତ୍ରେ ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରର ରକ୍ତ ନଳୀ ସଙ୍କୁଚିତ ହୋଇଯାଇଥାଏ। ଯାହାଦ୍ୱାରା ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ ଓ ଖାଦ୍ୟ ହଜମ ହୋଇପାରିନଥାଏ। ଖାଦ୍ୟ ଠିକ୍ ଭାବରେ ହଜମ ନହେବା ଦ୍ୱାରା ଶରୀରକୁ ଏହାର ପୌଷ୍ଟିକ ତତ୍ତ୍ଵ ମିଳିପାରି ନଥାଏ। ଏହାସହ ଫ୍ରିଜ୍‌ରେ ପାଣି କୃତ୍ରିମ ପ୍ରକ୍ରିୟାରେ ତଥା ସାମାନ୍ୟଠୁ ଅଧିକ ତାପମାନରେ ରହିଥାଏ। ଯାହା ଶରୀର ପାଇଁ ଖୁବ୍‌ କ୍ଷତିକାରକ।

୨.ପୋଷାକତତ୍ତ୍ଵ କମ କରିଥାଏ: ଆମ ଶରୀରର ତାପମାତ୍ରା ୩୭ଡିଗ୍ରୀ ସେଲସିୟସ ହୋଇଥାଏ। ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଶକ୍ତିର ଆବଶ୍ୟକ ହୋଇଥାଏ। ଏହି ଶକ୍ତିର ବ୍ୟବହାର ଖାଦ୍ୟ ହଜମ କରିବା ପାଇଁ ଓ ପୋଷାକ ତତ୍ତ୍ଵ ଅବଶୋଷିତ କରିବା ପାଇଁ ଆବଶ୍ୟକ ହୋଇଥାଏ। ଯାହାଫଳରେ ଶରୀରରେ ପୋଷାକ ତତ୍ତ୍ଵ କମ ହୋଇଯାଇଥାଏ।

୩.ଗଳା ଖରାପ ହୋଇଥାଏ: ଖରାଦିନେ ଅତ୍ୟଧିକ ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କର ଗଳା ମଧ୍ୟ ଖରାପ ହୋଇଥାଏ। ଏହାସହିତ ଖରାରୁ ଆସି ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ଅଂଶୁପାତ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ ।

୪.ହୃଦସ୍ପନ୍ଦନ ଧୀର ହୋଇଥାଏ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଥଣ୍ଡା ପାଣି ପିଇଲେ ହୃଦୟର ଗତି ଧୀର ହୋଇଯାଇଥାଏ। ଏହାସହ ଥଣ୍ଡା ପାଣି ପିଇଲେ ମୁଣ୍ଡ ବିନ୍ଧା ମଧ୍ୟ ହେବାର ସମ୍ଭାବନା ଥାଏ । ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଆରମ୍ଭରୁ ଅଛି ତେବେ ଥଣ୍ଡା ପାଣିରୁ ଦୂରରେ ରୁହନ୍ତୁ । ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ କବଜ୍‌ ପରି ସମସ୍ୟାର ସମ୍ମୁଖିନ ହୁଅନ୍ତି।

#lifestyle #summercare #chilledwater

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon