• ବେତାର ବ୍ୟୁରୋ

ଦୁଇ ଭଉଣୀ ବଳତ୍କାର ମାମଲାରେ ଆଶାରାମ ପିତା-ପୁତ୍ର ଏବେ ଜେଲରେ


(ବେତାର ବ୍ୟୁରୋ) ବାପାଙ୍କ ପରେ ମିଳିଛି ପୁଅକୁ ଦଣ୍ଡ । ନିଜ ଆଶ୍ରମରେ ରହୁଥିବା ମହିଳା ଅନୁଗାମୀଙ୍କୁ ବଳାତ୍କାର କରିବା ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ସାଧ୍ଵୀଙ୍କୁ ବଳାତ୍କାର କରିବା ମାମଲାରେ ସୁରତର ସେନ୍ସର କୋର୍ଟ ମଙ୍ଗଳବାର ଆଶାରାମ ବାପୁଙ୍କ ପୁତ୍ର ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ କୋର୍ଟ ନାରାୟଣଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି।

ଏହା ସହିତ ନାରାୟଣ ସାଇଙ୍କ ସାଥୀ ସାଧିକା ଗଙ୍ଗା ଜମନାଙ୍କୁ ମଧ୍ୟ ୧୦ ବର୍ଷର କାରାଦଣ୍ଡର ଆଦେଶ ଶୁଣା ଯାଇଛି।

ନାରାୟଣ ସାଇଙ୍କୁ ଧର୍ଷଣ, ଅପ୍ରାକୃତିକ ଯୌନକ୍ରିୟା (ଜବରଦସ୍ତ ମୁଖ ମୈଥୁନ) , ହତ୍ୟା ଧମକ, ସାକ୍ଷୀଙ୍କୁ ଧମକାଇବା ଇତ୍ୟାଦି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ପୀଡ଼ିତା ନାରାୟଣ ସାଇଙ୍କ ଆଶ୍ରମର ସାଧିକା ଥିଲେ। ଆଶ୍ରମରେ ନାରାୟଣ ସାଇ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଥିଲେ। ପୀଡ଼ିତା ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ନାରାୟଣ ସାଇଙ୍କ ପକ୍ଷରୁ ତାଙ୍କୁ ଏବଂ ତାଙ୍କ ପିତାଙ୍କ ଉପରେ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ ଏବଂ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଉଥିଲା।

ଦୁଇ ଭଉଣୀଙ୍କୁ ବାପ-ପୁଅ କରୁଥିଲେ ବଳାତ୍କାର

ଉଲ୍ଲେଖଯୋଗ୍ୟ, ନାରାୟଣ ସାଇଙ୍କ ପିତା ଆଶାରାମ ନିଜେ ଖୋଦ୍ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଜସ୍ଥାନର ଯୋଧପୁର ଜେଲରେ ଦଣ୍ଡ କାଟୁଛନ୍ତି। ଯୋଧପୁରର ସ୍ଵତନ୍ତ୍ର ଅଦାଲତ ୨୦୧୮ ଏପ୍ରିଲ ୨୫ରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଅଭିଯୋଗ ମୁତାବକ, ଆଶାରାମ ବାପୁଙ୍କ ଆଶ୍ରମକୁ ସୁରତର ୨ ଭଉଣୀ ଆସୁଥିଲେ।ଆଶ୍ରମରେ ସଂସ୍କାର-ମୂଳକ ଶିକ୍ଷା ଦିଆଯାଉଥିବା ଶୁଣି ଉତ୍ତରପ୍ରଦେଶସ୍ଥିତ ଏହି ବାଳିକାଦ୍ୱୟଙ୍କ ପିତାମାତା ଦୁଇ ଭଉଣୀଙ୍କୁ ଏଠାକୁ ପଠାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ଭଉଣୀ ସୁରତସ୍ଥିତ ଆଶ୍ରମରେ ରହିବା ସମୟରେ ୨୦୦୨ରୁ ୨୦୦୫ ମଧ୍ୟରେ ତାଙ୍କୁ ନାରାୟଣ ସାଇ ବଳାତ୍କାର କରିଥିଲେ।

ସେହିପରି ଅନ୍ୟ ଜଣେ ଭଉଣୀ ୧୯୯୭ରୁ ୨୦୦୬ ମଧ୍ୟରେ ଅହମଦାବାଦ ନିକଟରେ ଥିବା ଆଶ୍ରମରେ ରହିବା ସମୟରେ ଆଶାରାମ ବାପୁ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ତେବେ ୨୦୧୩ ମସିହାରେ ଏ ନେଇ ପୀଡ଼ିତାଦ୍ବୟ ନାରାୟଣ ଏବଂ ତାଙ୍କ ବାପା ଆଶାରାମ ବାପୁଙ୍କ ବିରୋଧରେ ପୃଥକ ଅଭିଯୋଗ କରିଥିଲେ।

ଏହା ପରେ ପୁଲିସ ବଳାତ୍କାର, ଯୌନ ନିର୍ଯାତନା, ବେଆଇନ ଭାବେ ବନ୍ଦୀ କରି ରଖିବା ଏବଂ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଥିଲା। ଏହି ୨ଟି ମାମଲାରେ ପୁଲିସ ଆଶାରାମଙ୍କ ସମେତ ନାରାୟଣଙ୍କ ୪ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ନାରାୟଣ ଫେରାର ହୋଇଯାଇଥିଲେ। ୨୦୧୩ ଡିସେମ୍ବରରେ ପୁଲିସ ୪୦ ବର୍ଷୀୟ ନାରାୟଣଙ୍କୁ ପଞ୍ଜାବ-ହରିୟାଣାର କୁରୁକ୍ଷେତ୍ର ନିକଟ ପିପ୍‌ଲିରୁ ଗିରଫ କରିଥିଲା।

ନାରାୟଣଙ୍କ ମାମଲାରେ ୩୫ ଜଣଙ୍କ ବିରୋଧରେ ୨ଟି ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ୫୩ ଜଣ ସାକ୍ଷ୍ୟ ଦେବା ସହ ଆବଶ୍ୟକ ପ୍ରମାଣସ୍ବରୂପ କାଗଜପତ୍ର ଦାଖଲ ହୋଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ୧୪ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି କୋର୍ଟ ନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

#asharam #rape #crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon