- ବେତାର ବ୍ୟୁରୋ
ଦିଲ୍ଲୀ ବନାମ ଚେନ୍ନାଇ : ଧୋନୀ ଖେଳିବା ଅନିଶ୍ଚିତ; ଏମିତି ରହିଛି ଦୁଇ ଟିମ୍ ସ୍ଥିତି

(ବେତାର ବ୍ୟୁରୋ) ବୁଧବାର ହେବାକୁ ଥିବା ଚେନ୍ନାଇ ବନାମ ଦିଲ୍ଲୀ ମ୍ୟାଚରେ ଆହତ ହେଇଥିବା ଧୋନୀ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ମଙ୍ଗଳବାର ଦିନ ସେ ଅଭୟାସକୁ ଆସି ନ ଥିବାରୁ ଆଶଙ୍କା କରାଯାଉଛି ସେ ବୁଧବାର ମ୍ୟାଚରେ ଖେଳି ନ ପାରନ୍ତି । ଚେନ୍ନାଇ ଟିମ୍ ଅଧିକାରୀଙ୍କ
ଧୋନୀ ଖେଳିବେ କି ନା ସେ ବିଧାୟରେ ନିଷ୍ପତ୍ତି ଠିକ ଖେଳ ପୂର୍ବରୁ ନିଆଯିବ ।
ତେବେ ଏ ସବୁ ପରିସ୍ଥିତିରେ ମ୍ୟାଚର ପରିଣତି କଣ ହେବ ସେ ନେଇ ଅନେକ ଆକଳନ କରାଯାଉଛି ।
ଦିଲ୍ଲୀ ଡେୟାର ଡେଭିଲ ନିଜର ନାମ ବଦଳାଇ ଦିଲ୍ଲୀ କ୍ୟାପିଟାଲ୍ସ କରିବା ପରେ ଏହାର ଭାଗ୍ୟ ବଦଳିଯାଇଥିବା ପରି ମନେ ହେଉଛି । ଗୋଟିଏ ପରେ ଗୋଟିଏ ଚମତ୍କାର ପ୍ରଦର୍ଶନ ପୂର୍ବକ ଏହା ଏବେ ପ୍ଲେ ଅଫରେ ସ୍ଥାନ ପାଇଛି ଓ ପଏଣ୍ଟ ତାଲିକାରେ ଶୀର୍ଷରେ ଅଛି। ଅପର ପକ୍ଷେ ନିକଟରେ ଧୋନୀ ବିହୀନ ଚେନ୍ନାଇ ଟିମ ମୁମ୍ବାଇ ଆଗରେ ପରାସ୍ତ ହେବା ପରେ ଏହାର ନେଟ ରନ ରେଟ କମିଛି ଓ ପଏଣ୍ଟ ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛି ।
କେମିତି ଖେଳିବ ଚେନ୍ନାଇ
ଫିରୋଜ ଶାହ କୋଟଲା ଗ୍ରାଉଣ୍ଡ ପରି ଚେନ୍ନାଇରେ ମ୍ୟାଚ ଯେତେ ଆଗକୁ ବଢିବ ଏହାର ପିଚ୍ ମଧ୍ୟ ସେତେ ଧିମା ହୋଇଯିବ। ତେଣୁ ସ୍ପିନରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମାମଲାରେ ଚେନ୍ନାଇ ସୁପରକିଙ୍ଗ ଆଗରେ ରହିବ କାରଣ ଚେନ୍ନାଇ ପାଖରେ ହରଭଜନ ସିଂ, ଇମ୍ରାନ ତାହିର ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଅନୁଭବୀ ସ୍ପିନର ଅଛନ୍ତି। ଏହି ବୋଲର ମାନେ ଖେଳର ଗତିପଥ ବଦଳାଇବାରେ ସକ୍ଷମ ହେବେ ।
ଦିଲ୍ଲୀର ଶ୍ରେୟସ
ଶେଷ ପାଞ୍ଚଟି ମ୍ୟାଚରେ କ୍ରମାଗତ ବିଜୟ ଲାଭ କରି ଦିଲ୍ଲୀ କ୍ୟାପିଟାଲ ଟିମ୍ ଅଧିକ ଆତ୍ମବିଶ୍ଵାସର ସହିତ ପଡିଆକୁ ଓହ୍ଲାଇବ । ଟିମ୍ ର ତରୁଣ ଖେଳାଳି ଶେୟସ ଆୟାର ଦଳ ପକ୍ଷରୁ ଉନ୍ନତ ପ୍ରଦର୍ଶନ କରିଛନ୍ତି ଓ ଅନେକ ରନ ସ୍କୋର କରି ତଥା 16ପଏଣ୍ଟ ମଧ୍ୟରୁ 12 ପଏଣ୍ଟ ପାଇ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା । କ୍ରିକେଟ ବିଶେଷଜ୍ଞଙ୍କ ମତରେ ଶକ୍ତିଶାଳୀ ଚେନ୍ନାଇ ବୋଲରଙ୍କ ବିପକ୍ଷରେ ଶେୟସଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିପାରେ ।
ସେହିପରି ଚେନ୍ନାଇର ଚିନ୍ନାସ୍ଵାମୀ ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ଧିମା ରହୁଥିବାରୁ ଶିଖର ଧାବନ, ପୃଥ୍ବୀ ଶ’ ଓ ଋଷଭ ପନ୍ଥ ମଧ୍ୟ ଭଲ ବ୍ୟାଟିଂ କରିପାରିବେ ବୋଲି ଆଶା ରହିଛି । ସେହିପରି ଚଳିତ ସିଜିନରେ ସର୍ବାଧିକ ୱିକେଟ ନେଇଥିବା କଗୀସୋ ରବାଡା ଚେନ୍ନାଇର ଏହି ଧିମା ପିଚରେ କଣ କମାଲ ଦେଖାଇବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଅକ୍ସର ପଟେଲ ଓ ରାହୁଲ ତିବେତିୟା ଙ୍କ ଉପରେ ମଧ୍ୟ ସମସ୍ତେ ଆଶା ପ୍ରକଟ କରିଛନ୍ତି।
ସିଜିନର ସବୁଠୁ ତରୁଣ ଦଳ
ଆଇପିଏଲ 2019ରେ ଦିଲ୍ଲୀ କ୍ୟାପିଟାଲ୍ସରେ ସବୁଠାରୁ କମ ବୟସର ଖେଳାଳୀ ରହିଛନ୍ତି। ଅନ୍ୟପଟେ ଚେନ୍ନାଇ ଦଳରେ ସବୁ ଖେଳାଳୀଙ୍କ ବୟସ 35ବର୍ଷ ବା ଏହାଠାରୁ ଅଧିକ ଅଟେ। ଦିଲ୍ଲୀ ଦଳର ଖେଳାଳୀଙ୍କ ହାରାହାରି ବୟସ 25ବର୍ଷ ଅଟେ। ଦିଲ୍ଲୀ ଦଳର କ୍ୟାପଟେନ ଶ୍ରେୟସ ଆୟର ମଧ୍ୟ ଯୁବା ଖେଳାଳୀ ଅଟନ୍ତି।