• ବେତାର ବ୍ୟୁରୋ

ଶୋଇବା ଆଗରୁ ଗାଧଉଛନ୍ତି? ମିଳିପାରେ ଏହିସବୁ ଫାଇଦା


ଖରାଦିନରେ ଅସ୍ବାଭାବିକ ଗରମ ଅନୁଭୂତ ହେଉଥିବାରୁ ଅନେକ ବ୍ୟକ୍ତି ସକାଳୁ ସକାଳୁ ସ୍ନାନ କରିବାକୁ ପସନ୍ଦ କରିଥାନ୍ତି , କାରଣ ଏହି ସମୟରେ ଗାଧୁଆ ଘର ପାଣି ଥଣ୍ଡା ଥାଏ । ତେବେ କିଛି ବ୍ୟକ୍ତି ରାତିରେ ଘରକୁ ଫେରି ଶୋଇବା ଆଗରୁ ସ୍ନାନ କରିବାକୁ ପସନ୍ଦ କରିଥାନ୍ତି ।

ଏହାର କାରଣ ଖରାର ପ୍ରଭାବ ଅତ୍ୟଧିକ ଗରମ ଓ ଦିନଯାକର ଅପରିଷ୍କାର ପଦାର୍ଥ ଶରୀରରେ ଜମାଟ ବାନ୍ଧି ରହିଥାଏ। ତେଣୁ ଅନେକ ଲୋକେ ରାତି ସମୟରେ ସ୍ନାନ କରି ଶୋଇଥାଆନ୍ତି।

ତେବେ କିଛି ବ୍ୟକ୍ତି ଥଣ୍ଡା କାରଣରୁ ଇଚ୍ଛା ଥିଲେ ମଧ୍ୟ ସ୍ନାନ କରିନଥାଆନ୍ତି। ଏପରିକି ଶାସ୍ତ୍ରରେ ଲେଖା ହେଇଛି କହି କିଛି ବ୍ୟକ୍ତି ଗରମ ହେଉଥିଲେ ମଧ୍ୟ ରାତିରେ ସ୍ନାନ କରିବାକୁ ପସନ୍ଦ କରି ନ ଥା’ନ୍ତି ।

ମାତ୍ର ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା ଶରୀରକୁ ଶାନ୍ତି ମିଳିବା ସହ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ। ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା।

ଶରୀରର ଦୂଷିତ ପଦାର୍ଥ ଦୂର ହୋଇଥାଏ ଓଡିଶାର ପୂର୍ବ ଉପକୂଳ ଅଞ୍ଚଳମାନଙ୍କରେ ବାୟୁ ମଣ୍ଡଳରେ ଆର୍ଦ୍ରତା ରହିଥିବା କାରଣରୁ ଦିନଯାକର ଧୂଳି ଓ ଝାଳ କାରଣରୁ ଶରୀରରେ ଅପରିଷ୍କାର ପଦାର୍ଥ ଜମିଥାଏ। ତେଣୁ ଦିନଯାକର କର୍ମବ୍ୟସ୍ତତା ମଧ୍ୟରେ ରାତି ସମୟରେ ସ୍ନାନ କରିବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ମସ୍ତିଷ୍କ ଶାନ୍ତ ରହିଥାଏ। ମୁହଁ ଉଜ୍ୱଳ ହେବା ସହ ଚର୍ମ ଜନିତ ବିଭିନ୍ନ ରୋଗ ଠାରୁ ଶରୀରକୁ ଦୂରେଇ ରଖିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଖରାଦିନରେ ରାତି ସମୟରେ ସ୍ନାନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ। ବିଷେଶଜ୍ଞଙ୍କ ମତରେ ରାତିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ ଖରାଦିନରେ ରାତି ସମୟରେ ଥଣ୍ଡା ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ରକ୍ତ ସଞ୍ଚାଳନ ସଠିକ ଭାବେ ହେବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ।ତେବେ ଏହା ପୂର୍ବରୁ ଅଳ୍ପ ତେଲ ଶରୀରରେ ମାଲିସ କରିନେବା ଭଲ ।

ନିଦ ହୋଇଥାଏ ଦିନଯାକର କାର୍ଯ୍ୟବ୍ୟସ୍ତତା ଖରାର ପ୍ରଭାବ ହେତୁ ବହୁ ଲୋକଙ୍କୁ ରାତିରେ ଠିକ ଭାବେ ନିଦ ହୋଇନଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ସ୍ନାନ କରନ୍ତୁ। ଏହା ଶରୀରକୁ ଥଣ୍ଡା ରଖେ ଓ ଉତ୍ତମ ନିଦ ହୋଇଥାଏ।

#body #bodycare #summercare #healthylife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon